ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ ବସ୍‌ କଣ୍ଡକ୍ଟର

Published: Feb 22, 2020, 7:17 pm IST

ଚେନ୍ନାଇ : ଚେନ୍ନାଇରେ ଜଣେ ମହିଳାଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି ଜନୈକ ବସ୍‌ କଣ୍ଡକ୍ଟର । ମହିଳାଙ୍କ କାର୍ଯ୍ୟକ୍ଷେତ୍ରରେ ପହଞ୍ଚି ବସ୍ କଣ୍ଡକ୍ଟର ଜଣଙ୍କ ମହିଳାଙ୍କୁ ଜୀଅନ୍ତା ଜାଳିଦେଇଥିଲେ । କଡାଲୋର୍‌ର ଉକ୍ତ 26 ବର୍ଷୀୟା ମହିଳା ଜଣଙ୍କ ଉକ୍ତ ଯୁବକଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଇଥିଲେ । କଥାବାର୍ତ୍ତା ବନ୍ଦ ହେବା କାରଣରୁ ରାଗରେ ଯୁବକ ଜଣକ ମହିଳାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲେ । ମହିଳାଙ୍କ ଶରୀରର 20 ପ୍ରତିଶତ ପୋଡି ଯାଇଥିବା ବେଳେ କଡାଲୋର୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମହିଳା ଜଣଙ୍କ ପ୍ରାଣ ହରାଇଥିବା ବେଳେ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ମୃତ ମହିଳା ଜଣଙ୍କ ହେଉଛନ୍ତି ଜେ ସଲୋମୀ । ତାଙ୍କ ସ୍ବାମୀ ଜନ୍‌ ଭିକ୍ଟର ଭାରତୀୟ ସେନାରେ କାର୍ଯ୍ୟ କରନ୍ତି । ବସ୍‌ରେ ଯିବା ସମୟରେ ଅଭିଯୁକ୍ତଙ୍କ ସହିତ ମହିଳାଙ୍କ ପରିଚୟ ହୋଇଥିଲା । (ଏଜେନ୍ସି)

Related posts