Categories
ଆଜିର ଖବର ଜାତୀୟ ଖବର

କୋଟା ନବଜନ୍ମିତ ଶିଶୁଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲକୁ ଦୋଷାରୋପ କଲେ ବିଧାୟକ

ଜୟପୁର,04/01: କୋଟାରେ ନବଜାତ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ଶୁକ୍ରବାର 106ରେ ପହଞ୍ଚିଛି । ଏହି ଘଟଣାରେ ହସ୍ପିଟାଲକୁ ଦୋଷାରୋପ କରିଛନ୍ତି କଂଗ୍ରେସ ବିଧାୟକ ତଥା କୋଟା ଦାୟିତ୍ବରେ ରହିଥିବା ମନ୍ତ୍ରୀ ପ୍ରତାପ ସିଂ । କୋଟା ଜିଲ୍ଲା ଦାୟିତ୍ବରେ ରହିଥିବା କଂଗ୍ରେସ ବିଧାୟକ ପ୍ରତାପ ସିଂ ଏହି ସୂଚନା ଦେଇଛନ୍ତି । ରାଜସ୍ଥାନ ସରକାରଙ୍କ ପକ୍ଷରୁ ସଦାସର୍ବଦା ସ୍ବାସ୍ଥ୍ୟବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ପ୍ରୟାସ କରାଯାଉଛି । ସ୍ବାସ୍ଥ୍ୟ ବ୍ୟବସ୍ଥ୍ୟାରେ ରାଜସ୍ଥାନ ଦେଶର ଅନ୍ୟତମ ଶ୍ରେଷ୍ଠ ସହର । ତେଣୁ ଏପରି ଘଟଣା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଦାୟୀ ବୋଲି ପ୍ରତାପ ସିଂ କହିଛନ୍ତି । ଏହା ସହିତ ବିଜେପି ଏହି ଘଟଣାକୁ ନେଇ ରାଜନୀତି କରୁଛି ବୋଲି ପ୍ରତାପ ସିଂ କହିଛନ୍ତି । ଏପରି ସମ୍ବେଦନଶୀଳ ମାମଲାରେ ସରକାରଙ୍କୁ ସହାୟତା କରିବା ବଦଳରେ ବିଜେପି ସରକାରଙ୍କୁ ବିରୋଧ କରିବା ଆଶ୍ଚର୍ଯ୍ୟଜନକ ବୋଲି ସିଂ କହିଛନ୍ତି । (ଏଜେନ୍ସୀ)