Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ଚୀନ୍‌ ମହିଳାଙ୍କୁ ଆକ୍ରମଣ ନେଇ ଥାନାରେ ମାମଲା

ନୂଆଦିଲ୍ଲୀ : ଦିଲ୍ଲୀରେ ରହିଥିବା ଜଣେ ଚୀନ୍‌ ମହିଳାଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣ ମଙ୍ଗଳବାର ହୋଇଥିବା ବେଳେ ଏ ନେଇ ପୋଲିସ୍‌ରେ ଅଭିଯୋଗ ମଧ୍ୟ କରାଯାଇଥିଲା । ମାତ୍ର ପୋଲିସ୍‌ର ନିଷ୍କ୍ରିୟତା ପରେ ମହିଳା ଜଣକ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ଏହି ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ଗ୍ରେଟର ନୋଏଡା ଅଞ୍ଚଳରେ ଏହି ଘଟଣା ଘଟିଛି ।

ଏହି ଚୀନ୍‌ ମହିଳାଙ୍କ ନାମ ଜୋଉ ହୁଇ । ମହିଳା ଜଣଙ୍କ ପ୍ରାତଃଭ୍ରମଣରେ ଯାଇଥିବା ବେଳେ ଜଣେ ବ୍ୟକ୍ତି ଆସି ହଠାତ୍‌ ଏକ ବାଡିରେ ତାଙ୍କୁ ଆକ୍ରମଣ କରିଥିଲା । ମହିଳା ଜଣକ ଗ୍ରେଟର ନୋଇଡାର ଏଟିଏସ୍‌ ପାରିଦୋଷ ସୋସାଇଟିରେ ରହୁଥିବା ବେଳେ ଉକ୍ତ ସୋସାଇଟିର ସିକ୍ୟୁରିଟି ଗାର୍ଡ ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ୍‌ ଏଫ୍‌ଆଇଆରରେ ଅଭିଯୁକ୍ତଙ୍କ ନାଁ ନାହିଁ । ମହିଳା ଜଣକ ଟ୍ବିଟ୍‌ କରି ଅଭିଯୁକ୍ତଙ୍କ ନାଁ ପ୍ରକାଶ କରିଛନ୍ତି । ଅଭିଯୁକ୍ତଙ୍କ ନାମ ଅମରପାଲ ସିଂ ବୋଲି ମହିଳା ଜଣକ କହିଛନ୍ତି । ଏହା ସହିତ ମାଡ ଦାଗର ଫଟୋ ଗୁଡିକ ମଧ୍ୟ ପୋଷ୍ଟ କରିଛନ୍ତି ଜୋଇ । (ଏଜେନ୍ସି)