Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ : ହସ୍ପିଟାଲରେ ଭର୍ତ୍ତି ହେଲେ ମା’ – ଝିଅ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ରାଜଧାନୀ ହଜରତଗଞ୍ଜ  କୋତବାଲୀ ଅଞ୍ଚଳର ବିଧାନସଭା ସାମ୍ନା ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ସାମ୍ନାରେ ମା’   ଝିଅ ଆତ୍ମହତ୍ୟା କରିବାର ଉଦ୍ୟମ କରିଛନ୍ତି । ଦୁହେଁ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିଲେ । ପୋଲିସ୍‌ ଦୁହିଁଙ୍କ ବଞ୍ଚାଇବାକୁ ପ୍ରୟାସ କରିଥିଲା । ମା’ ଝିଅଙ୍କୁ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ପୀଡ଼ିତା ଦୁହେଁ ଆମେଠିରେ ବୋଲି ସୂଚନା ରହିଛି । ଦୁହେଁ ଅତ୍ୟନ୍ତ କଡା ସୁରକ୍ଷା ବଳୟରେ ରହିଥିବା ସ୍ଥାନରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ସ୍ଥାନରେ ଲୋକ ଭବନ  ଓ ବିଧାନ ଭବନ ରହିଛି । ଏଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି ।  ଆମେଥିର ଜାମୋ ଅଞ୍ଚଳରେ ମହିଳାଙ୍କର ଜମି ବିବାଦ ଲାଗି ରହିଥିବା ବେଳେ ପୁଲିସ୍‌ ଏନେଇ କୌଣସି ପ୍ରକାର ସହଯୋଗ ନକରିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଥିଲେ ମାଆଝିଅ। ଶେ‌ଷରେ ‌ସେମାନେ ସେଠାରେ ପହଞ୍ଚି ଲୋକ ଭବନ ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ବୋଲି ଜଣେ ବରିଷ୍ଠ ପୁଲିସ୍‌ କର୍ମୀ କହିଛନ୍ତି। ଏହି ଘଟଣାର ତଦନ୍ତ ଚାଲିଛି । ଅପରପକ୍ଷରେ ଏହି ଘଟଣାକୁ ନେଇ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଜୟ କୁମାର ଲଲୁ କହିଛନ୍ତି ଯେ, ପ୍ରଦେଶରେ ଯୋଗୀ ସରକାରଙ୍କ ଶାସନ ନୁହେଁ ବରଂ ଜଙ୍ଗଲ ରାଜ ଚାଲିଛି ।