Categories
ଆଜିର ଖବର

ଦାମ ରାଉତଙ୍କ ପତ୍ନୀ ବିୟୋଗ, ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ବରିଷ୍ଠ ନେତୃବୃନ୍ଦ କଲେ ଶେଷ ଦର୍ଶନ

ବିଜେପିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ପତ୍ନୀଙ୍କ ପରଲୋକ ହୋଇଯାଇଛି। ତାଙ୍କ ନାଁ ସ୍ନେହଲତା ମହାପାତ୍ର। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେଭି ସିଂହଦେଓ ପ୍ରମୁଖ ଦାମଙ୍କ ବାସଭବନରେ ପହଞ୍ଚି  ତାଙ୍କ ପତ୍ନୀଙ୍କ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।  ନିକଟରେ ଦାମ ରାଉତ ବିଜେପିରେ ଯାେଗ ଦେଇଛନ୍ତି। ବିଜୁ ପଟ୍ଟନାୟକଙ୍କ ଆନୁଗତ୍ୟ ଥିବା ଦାମୋଦର ରାଉତ ବିଜେଡ଼ି ପ୍ରତି ବିଷୋଦ୍‌ଗାର କରିବା ସହିତ ବିଜେଡ଼ି ସୁପ୍ରିମୋ ବିପକ୍ଷରେ ରାଜନୀତି କରୁଛନ୍ତି । ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଦାମଙ୍କ ଘରକୁ ଯାଇ ଦୁଃଖଦ ଘଟଣାରେ ଶୋକବ୍ୟକ୍ତ କରିବା ଓଡ଼ିଶା ରାଜନୈତିକ ପାଣିପାଗକୁ ଅଧିକ ସରଗରମ କରିଛି।