Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତର କେଉଁ ରାଜ୍ୟରେ ସର୍ବାଧିକ ସଂଖ୍ୟକ କଲେଜ ଅଛି, ଓଡ଼ିଶାର କେତେ?

ନୂଆଦିଲ୍ଲୀ: ସରକାରଙ୍କ ସର୍ବଭାରତୀୟ ଉଚ୍ଚଶିକ୍ଷା ସର୍ବେକ୍ଷଣ (ଏଆଇଏସଏଚଇ) ସର୍ଭେ ଅନୁଯାୟୀ, ସମଗ୍ର ଭାରତରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ସଂଖ୍ୟା ମୋଟ ୪,୩୨,୬୮,୧୮୧ ହେବ ବୋଲି ଆକଳନ କରାଯାଇଛି। ୨୫ ତାରିଖ ସଂଧ୍ୟାରେ ଶିକ୍ଷା ମନ୍ତ୍ରାଳୟଦ୍ୱାରା ପ୍ରକାଶିତ ସରକାରଙ୍କ ସର୍ବଭାରତୀୟ ଉଚ୍ଚଶିକ୍ଷା ସର୍ବେକ୍ଷଣ ୨୦୨୧-୨୨ ଅନୁଯାୟୀ, ଉତ୍ତରପ୍ରଦେଶରେ ଦେଶରେ ସର୍ବାଧିକ କଲେଜ ଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ରହିଛି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ରାଜସ୍ଥାନ, ତାମିଲନାଡୁ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଭାରତରେ ସର୍ବାଧିକ କଲେଜ ଥିବା ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛନ୍ତି।

୨୦୧୧ ମସିହାରୁ ହୋଇଥିବା ଏଆଇଏସଏଚଇ ସର୍ଭେରେ ଭାରତରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଅନ୍ତର୍ଭୁକ୍ତ କରାଯାଇଛି ଯାହା ଦେଶରେ ଉଚ୍ଚ ଶିକ୍ଷା ପ୍ରଦାନ କରୁଛି। ଏଆଇଏସଏଚଇ ଅଧୀନରେ ୩୨୮ଟି ବିଶ୍ୱବିଦ୍ୟାଳୟ (ଅନୁବନ୍ଧିତ) ଅଧୀନରେ ୪୫,୪୭୩ଟି କଲେଜ ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ ୨୦୨୧-୨୨ ସର୍ଭେ ବର୍ଷରେ ୪୨,୮୨୫ଟି ପ୍ରତିକ୍ରିୟା ମିଳିଛି।

ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶରେ ୮,୩୭୫ଟି କଲେଜ ଥିବାବେଳେ ଗତବର୍ଷ ଏହା ୮,୧୧୪ଟି କଲେଜ ଥିଲା। ମହାରାଷ୍ଟ୍ର ୪,୬୯୨ କଲେଜ ସହ ଦ୍ୱିତୀୟ ସ୍ଥାନରେ ରହିଛି। କର୍ଣ୍ଣାଟକ ୪୪୩୦ କଲେଜ ସହ ତୃତୀୟ ସ୍ଥାନରେ ଥିବା ବେଳେ ରାଜସ୍ଥାନ ୩୯୩୪ କଲେଜ ସହ ଚତୁର୍ଥ ସ୍ଥାନରେ ରହିଛି। ତାମିଲନାଡୁରେ ୨୮୨୯ଟି କଲେଜ ସହ ପଞ୍ଚମ ସ୍ଥାନରେ ରହିଛି।

ମଧ୍ୟପ୍ରଦେଶ ୨୭୦୨ କଲେଜ ସହ ଷଷ୍ଠ ସ୍ଥାନରେ ରହିଛି। ଆନ୍ଧ୍ରପ୍ରଦେଶ ୨୬୦୨ ଟି କଲେଜ ସହ ସପ୍ତମ ସ୍ଥାନରେ ଥିବାବେଳେ ଗୁଜରାଟରେ ୨୩୯୫ ଟି କଲେଜ ରହିଛି। ନବମ ଓ ଦଶମ ସ୍ଥାନରେ ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଯଥାକ୍ରମେ ୨୦୮୩ କଲେଜ ଓ ୧୫୧୪ କଲେଜ ରହିଛନ୍ତି।

ସର୍ବେକ୍ଷଣରେ ସାମିଲ ହୋଇଥିବା ମୋଟ ୪୨,୮୨୫ ଟି କଲେଜ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ କଲେଜ ସାଧାରଣ, ୮.୭ ପ୍ରତିଶତ କଲେଜ ଶିକ୍ଷା କିମ୍ବା ଶିକ୍ଷକ ଶିକ୍ଷାରେ ବିଶେଷଜ୍ଞ, ୬.୧ ପ୍ରତିଶତ କଲେଜ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ଅନୁଷ୍ଠାନ, ୪.୩ ପ୍ରତିଶତ ନର୍ସିଂ କଲେଜ ଏବଂ ୩.୫ ପ୍ରତିଶତ ମେଡିକାଲ କଲେଜ ରହିଛି। ୪୨,୮୨୫ଟି କଲେଜ ମଧ୍ୟରୁ ୧୪,୧୯୭ଟି କଲେଜରେ ପିଜି ପାଠ୍ୟକ୍ରମ ଓ ୧,୦୬୩ଟି କଲେଜରେ ପିଏଚଡ଼ି ନାମଲେଖା ହୋଇଛି।

ବେଙ୍ଗାଲୁରୁ ସହରାଞ୍ଚଳ ଜିଲ୍ଲାରେ ସର୍ବାଧିକ ୧୧୦୬, ଜୟପୁରରେ ୭୦୩, ହାଇଦ୍ରାବାଦରେ ୪୯୧, ପୁଣେରେ ୪୭୫, ପ୍ରୟାଗରାଜରେ ୩୯୮, ରଙ୍ଗାରେଡ୍ଡିରେ ୩୪୯, ଭୋପାଳରେ ୩୪୪, ଗାଜିପୁରରେ ୩, ସିକରରେ ୩୩୦ ଓ ନାଗପୁରରେ ୩୨୬ କଲେଜ ରହିଛି।
ସମଗ୍ର ଭାରତରେ ଉଚ୍ଚଶିକ୍ଷା ନୁଷ୍ଠାନଗୁଡ଼ିକରେ ମୋଟ ନାମଲେଖା ୪,୩୨,୬୮,୧୮୧ ବୋଲି ଆକଳନ କରାଯାଇଛି, ଯେଉଁଥିରୁ ୯୬,୩୮,୩୪୫ ବିଶ୍ୱବିଦ୍ୟାଳୟ ଏବଂ ସେମାନଙ୍କର ସାଂଗଠନିକ ୟୁନିଟରେ ଅଛି। ସେହିପରି ୩,୧୪,୫୯,୦୯୨ କଲେଜରେ ଓ ଏକାକୀ ଅନୁଷ୍ଠାନରେ ୨୧,୭୦,୭୪୪ଟି ରହିଛି।

ଓଡ଼ିଶାରେ କେତେ କଲେଜ ରହିଛି?

ଓଡ଼ିଶାରେ ମୋଟ ୧୨୭୩ଟି କଳେଜ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୪୨ଟି ଥିବାବେଳେ ବାଲେଶ୍ୱରରେ ୯୭ଟି, ଗଞ୍ଜାମରେ ୯୫ଟି ଓ କଟକରେ ୯୩ଟି କଲେଜ ରହିଛି। ବଉଦ ଜିଲ୍ଲାରେ ସର୍ବନିମ୍ନ ୭ଟି କଲେଜ ରହିଛି। ସେହିପରି ରାଜ୍ୟରେ ୩୮ଟି ବିଶ୍ୱବିଦ୍ୟାଳୟ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଜୁନ୍‌ ୧୭ ଯାଏଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

ଭୁବନେଶ୍ବର: ଜୁନ୍‌ ୧୭ ଯାଏଁ ରାଜ୍ୟର ସବୁ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି। ସ୍କୁଲ କଲେଜ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବାର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମୁକାବିଲା ପାଇଁ ଏପ୍ରିଲ୍‌ ୧୪ ଯାଏଁ ଦେଶରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଏହାକୁ ଏପ୍ରିଲ୍‌ ୩୦ ଯାଏଁ ବୃଦ୍ଧି କରିବାକୁ କେନ୍ଦ୍ରକୁ ସୁପାରିଶ୍‌ କରିଛନ୍ତି ନବୀନ ପଟ୍ଟନାୟକ। ସେହିପରି  ଜୁନ୍‌ ୧୭ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଶ୍ରେଣୀର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ରାଜ୍ୟ ସରକାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା, ବିପିୟୁଟି ଓ ଭିସୁଟ୍ ପରିଚାଳିତ ସମସ୍ତ ସେମିଷ୍ଟାର ଓ ଫାଇନାଲ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଛନ୍ତି। ତେବେ ଜୁନ୍‌ ୧୭ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପରେ ଯୁକ୍ତ ଦୁଇ ପରୀକ୍ଷା ଓ ବିପିୟୁଟି ଓ ଭିସୁଟ୍‌ ଦ୍ବାରା ପରିଚାଳିତ ପରୀକ୍ଷାଗୁଡିକ କେବେ ହେବ ସେନେଇ କିଛି ସୂଚନା ମିଳିପାରିନାହିଁ। ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ନେଇ କୌଣସି ନିଷ୍ପତ୍ତି ଜଣାପଡିନାହିଁ।