Categories
ଆଜିର ଖବର

ହେଲିକପ୍ଟର ଓହ୍ଲାଇବାକୁ ଅନୁମତି ନଦେବାରୁ କଲେକ୍ଟରଙ୍କୁ ଶିବରାଜ ଚୌହାନଙ୍କ ଧମକ

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ହେଲିକପ୍ଟରକୁ ଓହ୍ଲାଇବାକୁ ଅନୁମତି ନଦେବାରୁ କଲେକ୍ଟରଙ୍କୁ ଧମକପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ବୁଧବାର ଶିବରାଜ ଏକ ରାଲିରେ ଯୋଗ ଦେବା ପାଇଁ ଉମେର୍ଥରେ ଓହ୍ଲାଇବାର ଥିଲା। ୫ଟାରେ ଶିବରାଜଙ୍କ ହେଲିକପ୍ଟର ଲ୍ୟାଣ୍ଡିଂର ସମୟ ରହିଥିବା ବେଳେ ଏହି ସମୟ ମଧ୍ୟରେ ଶିବରାଜ ପହଞ୍ଚି ପାରି ନଥିଲେ । ୫.୩୦ରେ ଶିବରାଜ ପହଞ୍ଚିବା ପରେ ଶିବରାଜଙ୍କୁ ଓହ୍ଲାଇବାର ଅନୁମତି ଦେବାକୁ ଜିଲ୍ଲାପାଳ ମନା କରି ଦେଇଥିଲେ। ଏହି ଘଟଣା ପରେ ବୁଧବାର ବିଳମ୍ବିତ ରାତ୍ରରେ ଏକ ଟ୍ବିଟ୍‌ ଜରିଆରେ ଉକ୍ତ କଲେକ୍ଟରଙ୍କୁ ଧମକ ଦେଇଛନ୍ତି। ଶିବରାଜ କହିଛନ୍ତି, ଆସନ୍ତା ୫ ବର୍ଷରେ ମୁଁ କ୍ଷମତାକୁ ଆସିଲେ ଆପଣଙ୍କ ଅବସ୍ଥା କଣ ହେବ। ସେ କହିଛନ୍ତି, କମଳ ନାଥ ବର୍ତ୍ତମାନ କ୍ଷମତା ମୋହରେ ସରକାରୀ କଳର ବ୍ୟବହାର କରୁଛନ୍ତି ଯାହାକି ଗ୍ରହଣୀୟ ନୁହେଁ। ଏହି ଟ୍ବିଟ୍‌ରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ସେ କହିଥିଲେ ପୂର୍ବରୁ ମମତା ମଧ୍ୟ ମୋ ହେଲିକପ୍ଟର ଓହ୍ଲାଇବାର ଅନୁମତି ଦେଇନଥିବା ବେଳେ ବର୍ତ୍ତମାନ କମଳନାଥ ମଧ୍ୟ ସମାନ ଭୁଲ୍‌ କରିଛନ୍ତି। ମମତା ପ୍ରଥମେ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରକୁ ଓହ୍ଲାଇବାକୁ ଅନୁମତି ଦେଇନଥିବା ବେଳେ ପରେ ଶାହାନଓ୍ବାଜ ହୁସେନ୍‌ ଏବଂ ଚୌହାନଙ୍କ ହେଲିକପ୍ଟରକୁ ଅନୁମତି ଦେଇନଥିଲେ।