ରାୟପୁର : ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ କୋମାକୁ ଯାଇଛନ୍ତି । ଗତକାଲି ଠାରୁ ଭେଣ୍ଟିଲେଟରରେ ରହିଥିବା ଯୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ସହିତ ସେ କୋମାକୁ ଯାଇଥିବା ଜଣାପଡିଛି । ରାୟପୁରର ଶ୍ରୀ ନାରାୟଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯୋଗୀଙ୍କୁ ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ଅବଜର୍ଭେସନ୍ରେ ରଖାଯିବ ବୋଲି ଜଣାପଡିଛି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶନିବାର ହୃଦ୍ଘାତ କାରଣରୁ ନିଜ ବାସଭବନର ପଡିଆରେ ସଂଜ୍ଞାହୀନ ହୋଇ ପଡିଯାଇଥିଲେ ଅଜିତ୍ ଯୋଗୀ । (ଏଜେନ୍ସି)
