Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ଦାବୀ ନେଇ ବ୍ଲକ ଘେରାଉ କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ସରକାର ଏବଂ ରାଜ୍ୟରେ ବିଜେଡ଼ି ସରକାରଙ୍କର ସମସ୍ତ କ୍ଷେତ୍ରରେ ବିଫଳତା, ଜନମାରଣ ନୀତି, ବ୍ଲକ ସ୍ତରଠୁ ଆରମ୍ଭ କରି ସମସ୍ତ ସରକାରୀ କାର୍ଯ୍ୟରେ ୧୫ ରୁ ୫୦ ପ୍ରତିଶତ ପି.ସି. ଆଦାୟକୁ ବିରୋଧ କରି କଂଗ୍ରେସ ତରଫରୁ ରାଜ୍ୟର ସମସ୍ତ ବ୍ଲକ ଘେରାଉ କରାଯାଇଥିଲା।

ଏଥିରେ ଶିକ୍ଷିତ ଯୁବକ ଯୁବତୀ ଆଜି ବେକାର, କୃଷି ଓ କୃଷକ ସମସ୍ୟା ଦରଦାମ୍ ବୃଦ୍ଧି, ନାରୀ ନିର୍ଯ୍ୟାତନା, ବିଜୁଳି ଦରବୃଦ୍ଧି ଓ ଟାଟାକମ୍ପାନୀଙ୍କ ଉପଭୋକ୍ତାମାରଣ ନୀତି ଆଦି ୯ ଗୋଟି ଦାବି ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସମସ୍ତ ୩୧୪ ଗୋଟି ବ୍ଲକରେ ଏହି ଘେରାଉ କରାଯାଇଥିଲା। ଏହି ଅବସରରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବି.ଡି.ଓ.ଙ୍କ ଜରିଆରେ ପ୍ରଦାନ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଅଗଷ୍ଟ ୧୮ ରେ ୯ ଦଫା ଦାବି ନେଇ ସବୁ ବ୍ଲକ ଅଫିସ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର: ଚଳିତ ଅଗଷ୍ଟ ୧୮ ତାରିଖରେ ଓଡ଼ିଶାର ସମସ୍ତ ୩୧୪ ବ୍ଲକ ଘେରାଉ କରିବ କଂଗ୍ରେସ। ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ଯେ ୯ ଦଫା ଦାବି ନେଇ ସମସ୍ତ ବ୍ଲକ ଅଫିସି କଂଗ୍ରେସ ତରଫରୁ ଘେରାଉ କରାଯିବ।

ଏଥିନିମନ୍ତେ ସମସ୍ତ କଂଗ୍ରେସର ସାଂସଦ, ବିଧାୟକ, ଜିଲ୍ଲା ଓ ବ୍ଲକ କଂଗ୍ରେସର ସଭାପତି, ଯୁବ ଛାତ୍ର, ମହିଳା ଓ ସେବାଦଳ ଏବଂ ସମସ୍ତ ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ମାନଙ୍କ ସମେତ କଂଗ୍ରେସର କର୍ମୀ ଓ ସମର୍ଥକ ଶୁଭେଚ୍ଛୁମାନେ ସାମିଲ ହେବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱନ ଦେଇଛନ୍ତି ।

ଶ୍ରୀ ପଟ୍ଟନାୟକ ୯ଦଫା ଦାବୀ ସଂକ୍ରାନ୍ତରେ ବିବରଣୀ ଦେଇ କହିଥିଲେ ଯେ ବ୍ଲକ ସ୍ତରରେ ଚାଲିଥିବା ୧୫-୫୦ ପ୍ରତିଶତ ପିସି କାରବାରକୁ ବନ୍ଦ କରିବା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଂଚାୟତକୁ ମଞ୍ଜୁର ହୋଇଥିବା ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ତାଲିକା ପଂଚାୟତ ଦ୍ୱାରା ପ୍ରସ୍ତୁତ କରିବା ସହ ପଂଚାୟତ ମାଧ୍ୟମରେ ଖର୍ଚ୍ଚ କରିବା, ବଢ଼ିଚାଲିଥିବା ନାରୀ ନିର୍ଯ୍ୟାତନା ବନ୍ଦ କରିବା ରହିଛି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିୟମ ଅନୁସାରେ ହିତାଧିକାରୀ ବାଛିବା, ପେଟ୍ରୋଲ, ଡିଜେଲ, ଗ୍ୟାସ ତଥା ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ଖାଲି ପଡ଼ିଥିବା ୨ଲକ୍ଷ ୨୬ ହଜାର ୫୫୯ ସରକାରୀ ପଦବୀକୁ ତୁରନ୍ତ ପୂରଣ କରିବା ରହିଛି।

ସେହିପରି ଓଡ଼ିଶାର ମୁଖ୍ୟ କୃଷିଜାତ ପଦାର୍ଥ ଧାନର ଅଭାବୀବିକ୍ରୀ ବନ୍ଦ କରିବା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ୨୪ ଘଂଟିଆ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଓ ଟାଟା କମ୍ପାନୀର ଖାଉଟି ଶୋଷଣ ନୀତିକୁ ବନ୍ଦ କରିବା ଏବଂ ଅନୁସୂଚିତ ଜାତି, ଜନଜାତି ପଛୁଆବର୍ଗ ମାନଙ୍କ ପାଇଁ କଂଗ୍ରେସ ଅମଳରୁ ଉପଲବ୍ଧ ଅଧିକାରର ସୁରକ୍ଷା ଆଦି ପ୍ରସଙ୍ଗରେ କଂଗ୍ରେସର ଏହି ମହାଆନ୍ଦୋଳନର ଆହ୍ୱାନ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୁପ୍ରିମକୋର୍ଟଙ୍କ ରାୟ ପରେ କଂଗ୍ରେସ ଭବନରେ ନେତା ପାଳିଲେ ଉତ୍ସବ

ଭୁବନେଶ୍ୱର: ସୁପ୍ରିମ୍‌କୋର୍ଟଙ୍କ ରାୟ ପ୍ରକାଶିତ ହେବା ପରେ ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଉତ୍ସବ ମୁଖର ହୋଇପଡ଼ିଥିଲା। କୋର୍ଟ ରାହୁଳ ଗାନ୍ଧିଙ୍କ ଉପରେ ହୋଇଥିବା ଦଣ୍ଡାଦେଶକୁ ରୋକ ଲଗାଇଥିଲେ। ଫଳରେ ରାହୁଳ ପୁଣିଥରେ ସାଂସଦ ପଦ ଫେରିପାଇବେ।

ଏହାକୁ ନେଇ ଭୁବନେଶ୍ବରର କଂଗ୍ରେସ କାର୍ଯ୍ୟାଳୟରେ କର୍ମି ଓ ନେତାମାନେ ବାଜା, ବାଣ ଓ ନୃତ୍ୟ ଆସର ହେବା ସହ ବିଷ୍ଠାନ୍ନ ବଂଟନ ହୋଇଥିଲା। କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀମାନେ ହାତରେ ହାତ ମିଶାଇ ନୃତ୍ୟ କରିବା ସହ ଏହି ଐତିହାସିକ୍ୟ ରାୟକୁ ସ୍ୱାଗତ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ବିଜୟ ପଟ୍ଟନାୟକ, ପଂଚାନନ କାନୁନ୍‌ଗୋ, ଯଜ୍ଞେଶ୍ୱର ବାବୁ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ,ବିଶ୍ୱଜିତ୍ ଦାସ, ମନୋରଞ୍ଜନ ଦାସ, ମାନସ ଆଚାର୍ଯ୍ୟ, ଶ୍ରୀନିବାସ ରାଉତ ରାୟ, ପ୍ରକାଶ ମିଶ୍ର, ଚିନ୍ମୟ ସୁନ୍ଦର ଦାସ, ସୁଦର୍ଶନ ଦାସ, ରଶ୍ମି ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

ସେହିପରି ସଂନ୍ଧ୍ୟା ମହାପାତ୍ର, ୟାସିର ନୱାଜ, ରଞ୍ଜିତ ପାତ୍ର, ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ତରୁଣକାନ୍ତ ମିଶ୍ର, ଦେଓ ପ୍ରସାଦ,ବିସ୍ମୟ ମହାପାତ୍ର, ସଂଜୟ ତ୍ରିପାଠୀ, ହଳଧର ସେଠୀ, ଜ୍ଞାନ ପଟ୍ଟନାୟକ, ପ୍ରଭାତ ପ୍ରତାପ ସିଂ, ଲିଙ୍ଗରାଜ ସାହୁ, ଅଜୟ ସାହୁ, ସଂକୁନା କଂଅର, ମୋହନ ଜେନା, ବଟକୃଷ୍ଣ ରାଉତରାୟ, ଦୀପକ ମହାପାତ୍ର, ଲିଙ୍ଗରାଜ ସାହୁ, ସତ୍ୟବ୍ରତ ନାୟକ, ରାଜ କିଶୋର ବାରିକ, ଅଶୋକ ଦାସ, ବିରଂଚି ବାରିକ, ପ୍ରଣତି ମିଶ୍ର, ମଧୁସ୍ମିତା ଅଚାର୍ଯ୍ୟ,ଜୟଶ୍ରୀ ପାତ୍ର, ପୁଷ୍ପିତା ଦାସ, ଜାନକୀ ମଲ୍ଲିକ ଓ ପ୍ରସନ୍ନ ପାଇକରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି କଂଗ୍ରେସ କରିବ ମୌନ ସତ୍ୟାଗ୍ରହ, ଜାଣନ୍ତୁ କାରଣ

ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ ରାଜଧାନୀରେ କରିବ ମୌନ ସତ୍ୟାଗ୍ରହ। କଂଗ୍ରେସ ଭବନ ସମ୍ମୁଖରେ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଏହା କରାଯିବ। ଏଥିରେ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଦଳର ସମସ୍ତ ନେତା ତଥା ବିଧାୟକମାନେ ଏଥିରେ ଯୋଗଦେବେ।

ତେବେ ଏହି ସତ୍ୟାଗ୍ରହ କରିବାର କାରଣ ହେଲା ଯେ, ରାହୁଳ ଗାନ୍ଧୀଙ୍କ ସଂସଦର ସଭ୍ୟପଦ ରଦ୍ଦ ବିରୋଧରେ କରାଯିବ। ଆଜି ଦିନ ୧୧ ଘଟିକା ୩୦ ମିନିଟ ସମୟରେ ଓପିସିସି ପକ୍ଷରୁ ଏହା କରାଯିବ ବୋଲି ନିର୍ଦ୍ଧାରିତ ହୋଇଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ତୋଗଲକି ଶାସନର ଅନ୍ୟନାମ ହେଉଛି ନୋଟବନ୍ଦୀ ବୋଲି କହିଲା କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସାମ୍ବାଦିକ ମାନଙ୍କୁ ସମ୍ବୋଦ୍ଧିତ କରି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ୨୦୧୬ ନଭେମ୍ବର ମାସ ୮ ତାରିଖରେ ଯେଉଁ ନୋଟବନ୍ଦି ଘୋଷଣା କରାଯାଇଥିଲା ତାହା କାହାର ସ୍ୱାର୍ଥକୁ ପୂରଣ କରିବାପାଇଁ କରାଯାଇଥିଲା ତାହା ଆଜି ଦେଶବାସୀଙ୍କ ସ୍ପଷ୍ଟ ହୋଇଯାଇଛି ।

ଗତକାଲି ଆରବିଆଇ ୨୦୦୦ ଟଙ୍କା ନୋଟକୁ ଫେରାଇ ନେବାପାଇଁ ଘୋଷଣା କରିଛନ୍ତି। ବିମୁଦ୍ରିକକରଣ ସମୟରେ ଭାରତବର୍ଷର ପ୍ରଧାନମନ୍ତ୍ରୀ ସେତବେଳର ପ୍ରଚଳିତ ୫ଶହ ଟଙ୍କିଆ ଏବଂ ହଜାର ଟଙ୍କିଆ ନୋଟକୁ ଅଚଳ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଏହି ବଡ଼ ବଡ଼ ନୋଟ ଯୋଗୁଁ କଳାଧନ ସଂଚୟ, ଆତଙ୍କବାଦ କାର୍ଯ୍ୟକଳାପ, ନକ୍ସଲବାଦୀ, ସୀମାପାର ଆତଙ୍କବାଦ ଓ ଜାଲିନୋଟ କାରବାର ବହୁ ପରିମାଣରେ ବୃଦ୍ଧି ପାଇବା ଯୋଗୁଁ ଏହା ଭାରତର ଅର୍ଥନୀତିକୁ ବହୁ ପରିମାଣରେ ଦୁର୍ବଳ କରିଦେଉଛି।

କିନ୍ତୁ ଦୁର୍ଭାଗ୍ୟର କଥା ବିମୁଦ୍ରିକରଣର କିଛି ଦିନ ପରେ ସରକାର ପୁନଃ ୫୦୦ ଟଙ୍କା ଓ ୧୦୦୦ ଟଙ୍କା ପରିବର୍ତେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କଲେ। କଂଗ୍ରେସ ଦଳ ଏବଂ କଂଗ୍ରେସର ବରିଷ୍ଠ ନେତୃବର୍ଗ ସେତେବେଳେ ୧୦୦୦ ଟଙ୍କା ନୋଟ ଯଦି କଳାଧନ ଠୁଳ କରିବା କଳାଧନ ସଂଚୟ, ଆତଙ୍କବାଦ କାର୍ଯ୍ୟକଳାପ, ନକ୍ସଲବାଦୀ, ସୀମାପାର ଆତଙ୍କବାଦ ଓ ଜାଲିନୋଟ କାରବାର କରିବାରେ ସହାୟକ ହେଉଛି ତାହାହେଲେ ଏହାକୁ ବନ୍ଦ କରି କାହିଁକି ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରାଯାଉଛି।

ଏହାର ବୌଧିକତା କଣ? ଏହାଦ୍ୱାରା କିଭଳି ଭାବରେ ପୂର୍ବ କାରଣ ଗୁଡିକକୁ କମାଯାଇ ପାରିବ। ୨୦୦୦ ଟଙ୍କା ନୋଟ ପ୍ରଚଳନ ପାଇଁ କିଏ ସରକାରଙ୍କୁ ପରାମର୍ଶ ଦେଇଥିଲେ। ସ୍ମରଣଥାଉକି ୨୦୧୬ ମସିହା ନଭେମ୍ବର ମାସରେ ସମୁଦାୟ ୧୭.୪ ଲକ୍ଷ କୋଟି ଟଙ୍କାର ନଗଦ ରାଶି କାରବାର ହେଉଥିଲା ତନ୍ମମଧ୍ୟରୁ କେବଳ ୫ ଶହ ଟଙ୍କା ଓ ୧୦୦୦ ଟଙ୍କିଆ ନୋଟର ରାଶିର ପରିମାଣ ୧୫.୪୧ ଲକ୍ଷ କୋଟି ଟଙ୍କା ଥିଲା।

ବିମୁଦ୍ରିକରଣ ପରେ ପାଖାପାଖି ୯୯.୩୦ ପ୍ରତିଶତ ୫ଶହ ଟଙ୍କା ୧୦୦୦ ଟଙ୍କା ନୋଟ ବ୍ୟାଙ୍କମାନଙ୍କୁ ଫେରି ଆସିଥିଲା ଯାହାର ମୂଲ୍ୟ ଥିଲା ୧୫.୩୧ ଲକ୍ଷ କୋଟି ଟଙ୍କା। କିନ୍ତୁ ଆଜି ୨୦୨୩ ମେ ମାସ ସୁଦ୍ଧା ୩୭ ଲକ୍ଷ କୋଟି ଟଙ୍କାର ନଗଦ ରାଶି କାରବାର ହେଉଛି। ଏହା ଦ୍ୱାରା ନଗଦ ରାଶିର ପ୍ରଚଳନ ପାଖାପଖି ୨ ଗୁଣାରୁ ଅଧିକ ବଢ଼ିଯାଇଛି। ତେଣୁ ଏହାଦ୍ୱାରା କ୍ୟାସଲେସ ଇକୋନୋମି ପରିବର୍ତେ କ୍ୟାସ ମୋର ଇକୋନୋମି ହୋଇଯାଇଛି ।ସେହିଭଳି ଭାବରେ ଆତଙ୍କବାଦ କାର୍ଯ୍ୟକଳାପ ଦେଶରେ ବହୁଗୁଣାରେ ବୃଦ୍ଧି ପାଇଛି।

ଜାଲି ନୋଟ କାରବାର ଏବଂ ଦରିଆପାରୀ ଆତଙ୍କବାଦ କାର୍ଯ୍ୟକଳାପ ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି । ତେଣୁ ଗତକାଲି ଯେଉଁ ୨୦୦୦ ଟଙ୍କିଆ ନୋଟକୁ ଫେରସ୍ତ ନେବାପାଇଁ ନିଷ୍ପତି ନିଆଯାଇଛି ଏହା କାହିଁକି ଏତେ ବିଳମ୍ବରେ ନିଆଗଲା ଏବଂ ୪ଟି ରାଜ୍ୟର ନିର୍ବାଚନ ଆଉ କିଛିମାସ ବାକିଥିବା ବେଳେ ଏଭଳି ନିଷ୍ପତି ନେବା ଆଉ କିଛି ନ୍ୟସ୍ତ ସ୍ୱାର୍ଥକୁ ପୂରଣ କରିବାପାଇଁ କି?

ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ ଏପରିକି ବିଜେପି ଦଳର ବହୁ ସାଂଗଠନିକ କାର୍ଯ୍ୟକର୍ତା କହିଥିଲେ ୨୦୦୦ ଟଙ୍କିଆ ନୋଟରେ ନାନୋଚିପ୍ ଲାଗିଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ କେହି କଳାଧନ ମହଜୁଦକାରୀ ଏହି ୨୦୦୦ ଟଙ୍କା ନୋଟକୁ ଠୁଳକଲେ ତାକୁ ଶୀଘ୍ର ଠାବ କରିହେବ।

ତେଣୁ ପ୍ରଦେଶ କଂଗ୍ରେସର ପ୍ରଶ୍ନ ଯଦି ଏହି ନୋଟକୁ ଠାବ କରିହେବ ତାହାହେଲେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏହାକୁ ପୂର୍ନବାର ବଜାରରୁ ଫେରାଇ ନିଆଯାଉଛି। ୨୦୦୦ ଟଙ୍କିଆ ନୋଟ ଛାପିବା ପାଇଁ ସେତେବେଳେ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ପୁଣି ସେହି ନୋଟକୁ ଫେରାଇ ନେବା ଏବଂ ତାର ରକ୍ଷଣାବେକ୍ଷଣ ଓ ସେ ନୋଟକୁ ନଷ୍ଟକରିବାରେ ମଧ୍ୟ ବହୁ କୋଟି ଟଙ୍କା ଖର୍ଚ୍ଚ ହେବ।

ତେଣୁ ଏସବୁ ଖୋଦ୍ ପ୍ରଧାନମନ୍ତ୍ରୀଙ୍କର ଅହଂଭାବ, ଆତ୍ମଗର୍ବ ଓ ଅର୍ଥନୀତିକୁ ପରିଚାଳନା କରିବା ପାଇଁ ଉପଯୁକ୍ତ ଜ୍ଞାନ ନଥିବା ହେତୁ ଏଭଳି ପରିସ୍ଥିତି ଉପୁଜିଛି। ଏହା ପ୍ରଧାନମନ୍ତ୍ରୀଙ୍କର ତୁଗଲକି ଶାସନର ଦୃଷ୍ଟାନ୍ତ ବୋଲି ଶ୍ରୀ ପ୍ରଶାନ୍ତ କୁମାର ଶତପଥି ସାମ୍ବାଦିକ ମାନଙ୍କୁ କହିଥିଲେ। ସେ କହିଥିଲେ ଯେ ବିମୁଦ୍ରୀକରଣ ଯୋଗୁଁ ପାଖାପାଖି ୨ କୋଟି ଲୋକ ଏବଂ ଲକ୍ଷ ଲକ୍ଷ ଅଣୁ, କ୍ଷ୍ୟୁଦ୍ର, ମଧ୍ୟମ ବର୍ଗ ଶିଳ୍ପ ସଂପୂର୍ଣ୍ଣ ଭାବରେ ଠପ ହୋଇଯାଇଛି ତଦ୍ୱାରା ଭାରତର ଅର୍ଥନୀତି ବିକାଶର ଧାରା ଆଜି ପର୍ଯ୍ୟନ୍ତ ନିମ୍ନଗାମୀ ହେଉଛି।

୨୦୦୦ ଟଙ୍କା ନୋଟ ଛାପିବା ଏ ସରକାରଙ୍କର ବୌଧିକ ଶୂନ୍ୟତାର ଏକ ସ୍ପଷ୍ଟ ପ୍ରମାଣ। ତେଣୁ ଖୋଦ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖମରେ ଆଜି ପ୍ରକାଶ କରନ୍ତୁ ଏଭଳି ଉପଦେଶ କେଉଁମାନେ ଦେଇଥିଲେ। ଏବେ ୨୦୦୦ ଟଙ୍କିଆ ନୋଟ ପାଖାପାଖି ୩.୬୨ ଲକ୍ଷ କୋଟି ଟଙ୍କା ଅର୍ଥନୀତିରେ ପ୍ରଚଳନ ହେଉଛି, ଯାହାକି ପାଖାପାଖି ୨୦୧୭ ମସିହାର ପ୍ରଚଳିତ ୨୦୦୦ ଟଙ୍କିଆ ନୋଟର ଅଧା ଏବେ ପ୍ରଚଳିତ ହେଉଛି। କିନ୍ତୁ ଏହାର ପ୍ରଭାବ ନିଶ୍ଚିତରୂପେ ଭାରତ ବର୍ଷର ଅଣୁ, କ୍ଷ୍ୟୁଦ୍ର ଓ ମଧ୍ୟମ ବର୍ଗ ଶିଳ୍ପ ଉପରେ ପଡ଼ିବ।

ଯଦ୍ୱାରାକି ଏହା ଜିଡିପିକୁ କିଛି ମାତ୍ରାରେ ପ୍ରଭାବିତ କରିବ। ପୁଣି ଲୋକମାନେ ହନ୍ତସନ୍ତ ହେବେ। ୨୦୦୦ ଟଙ୍କିଆ ନୋଟ ଫେରାଇବାପାଇଁ ବ୍ୟାଙ୍କକୁ ଦୌଡ଼ିବେ। ପ୍ରଧାନମନ୍ତ୍ରୀ ଦେଶ ପ୍ରଥମ କହୁଥିଲା ବେଳେ ଦେଶର ଜନସାଧାରଣଙ୍କ ସ୍ୱାର୍ଥକୁ ସବୁବେଳେ ଦଳିଦେବା ଏହା ତାଙ୍କର ଦୌମୁହାଁ ନୀତିକୁ ପ୍ରକାଶ କରୁଛି ବୋଲି କହିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମିଡିଆ ସଂଯୋଜକ ଦୀପକ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା କଂଗ୍ରେସର ନୂଆ କର୍ମକର୍ତ୍ତାଙ୍କ ନାମ, ରହିଲେ ପାଞ୍ଚ ଜଣ ବରିଷ୍ଠ ଉପସଭାପତି

ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ କମିଟର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ନୂଆଦିଲ୍ଲୀ ସ୍ଥିତ ଏଆଇସିସି କାର୍ଯ୍ୟାଳୟରୁ ଏହି ତାଲିକା ପ୍ରକାଶ ପାଇଛି। ଶରତ ପଟ୍ଟନାୟକ ନୂଆ ସଭାପତି ହେବା ପରେ ଏହି ତାଲିକା କରାଯାଇଛି। ଏଥିରେ ପାଞ୍ଚ ଜଣ ବରିଷ୍ଠ ଉପସଭାପତି ଥିବା ବେଳେ ବାର ଜଣ ଉପସଭାପତି ଅଛନ୍ତି। ସେମାନେ ହେଲେ

ସେହିପରି ଏହି ତାଲିକାରେ 67 ଜଣଙ୍କୁ କାର୍ଯ୍ୟକାରୀ କମିଟିକୁ ମନୋନିତ କରାଯାଇଛି। ଏଥିରେ ଖୋଦ ସଭାପତି ଶରତ ପଟ୍ଟନାୟକଙ୍କ ସହିତ ନରସିଂହ ମିଶ୍ର, କାହ୍ନୁ ଲେଙ୍କା, କେପି ସିଂହଦେଓ, ନିରଂଜନ ପଟ୍ଟନାୟକ ପ୍ରମୁଖ ରହିଛନ୍ତି।

ଏଥିରେ 39 ଜଣଙ୍କୁ ସାଧାରଣ ସଂପାଦକ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନେ ହେଲେ ରବିନ୍ଦ୍ର ମଲ୍ଲିକ, ଲଲାଟେନ୍ଦୁ ମହାରଥା, ଘାସିରାମ ମାଝି, ନିମାଇ ସରକାର ପ୍ରମୁଖ ରହିଛନ୍ତି।

ଏହି ତାଲିକାରେ 30 ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ପ୍ରିୟଜିତ ରାୟ, ସନାତନ ମିଶ୍ର, ଅଭିଳାଷ ମନିଆ, ସଂଗ୍ରାମ କେଶରୀ ଦାସ ପ୍ରମୁଖ ରହିଛନ୍ତି।

ପୂର୍ବରୁ ଏଆଇସିସି ପ୍ରଦେଶ କଂଗ୍ରେସ ପାଇଁ ବିଜୟ ପଟ୍ଟନାୟକଙ୍କୁ ପ୍ରଚାର କମିଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଇଛନ୍ତି। ଶରତ ପଟ୍ଟନାୟକ ସଭାପତି ହେବା ପରେ ଦଳର ନବେକଳବର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବିଧାନ ଓ ଦେଶ ବଂଚାଅ ଦାବିରେ କଂଗ୍ରେସର ଆମ୍ବେଦଙ୍କର ପ୍ରତିମୂର୍ତି ତଳେ ଧାରଣା

ଭୁବନେଶ୍ୱର: ଗଣତନ୍ତ୍ର, ସମ୍ବିଧାନ ଓ ଦେଶର ସୁରକ୍ଷା ଦାବିରେ ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଆଜି ପିସିସି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୂଆବର୍ଗ, ସଂଖ୍ୟାଲଘୁ ବିଭାଗ ପକ୍ଷରୁ ଆମ୍ବେଦକରଙ୍କ ପ୍ରତିମୂର୍ତି ତଳେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରାଯାଇଥିଲା ।

ଗଣତନ୍ତ୍ର ବଂଚାଅ, ଦେଶ ବଂଚାଅ, ସମ୍ବିଧନା ବଂଚାଅ ସ୍ଲୋଗାନ ଦେଉଥିବା ସମୟରେ ପୋଲିସ ପକ୍ଷରୁ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ରାଜନ ଏକ୍କା,ଶିବାନନ୍ଦ ରାୟ, ଯୁଧିଷ୍ଠୀର ଜେନା, ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ନକୁଲ ନାୟକ ପ୍ରମୁଖ ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ବର: ଓଡିଶା ଆସିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ। ଏ ନେଇ ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି ଯେ ହାତ ସେ ଜୋଡ ହାତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଉଭୟ ଆସିବେ। ତେବେ ସେମାନେ ଫେବୃୟାରୀ ମାସରେ ଆସିବେ ବୋଲି ଶରତ କହିଛନ୍ତି।

ତେବେ ଏ ନେଇ ନିର୍ଦ୍ଧିଷ୍ଠ ତାରିଖ ସ୍ଥିର ହୋଇ ନାହିଁ, ହେଲେ ସେମାନଙ୍କ ଆସିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଶରତ ପଟ୍ଟନାୟକ କହିଛନ୍ତି। ଭାରତ ଯୋଡ ଯାତ୍ରାର ଦ୍ବିତୀୟ ପାଳି ପଦଯାତ୍ରା ଆରମ୍ଭ ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଗରୀବ କଲ୍ୟାଣ ଯୋଜନା ଉଚ୍ଛେଦକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ୱର : କେନ୍ଦ୍ରର ମୋଦୀ ସରକାର ଚଳିତ ଜାନୁୟାରୀ ୨୦୨୩ ଠାରୁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ଉଚ୍ଛେଦ କରିବାର ନିଷ୍ପତି ଘୋଷଣା କରିଛନ୍ତି । ଏହି ଯୋଜନାରେ ଏପ୍ରିଲ-୨୦୨୦ ଠାରୁ ପ୍ରତ୍ୟେକ ‘ଜାତୀୟ ଖାଦ୍ୟ ନିରାପତା ଆଇନ’ର ହିତାଧିକାରୀ ମାନେ ପ୍ରତିମାସରେ ମୁଣ୍ଡ ପିଛା ୫ କେଜି ହିସାବରେ ଅତିରିକ୍ତି ଚାଉଳ ମାଗଣା ପାଉଥିଲେ। ଚଳିତ ଜାନୁୟାରୀ ୨୦୨୩ ଠାରୁ ଭାରତବର୍ଷର ୮୧ କୋଟି ୩୫ ଲକ୍ଷ ଲୋକ ମାସିକ ୧୦ କେଜି ପରିବର୍ତେ ୫ କେଜି ପାଇବେ।

ଅର୍ଥାତ ପ୍ରତ୍ୟେକ ଗରୀବ ପରିବାରର ରେସନ୍ ଅଧା ହୋଇଗଲା। କେନ୍ଦ୍ର ସରକାରଙ୍କର ଏହି ନିଷ୍ପତି ଦୁର୍ଭାଗ୍ୟଜନକ ତଥା ଗରୀବ ପରିବାର ପ୍ରତି ନିଷ୍ଠୁର ଉପହାସ ବୋଲି ଆଜି ପ୍ରଦେଶ କଂଗ୍ରେସ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡ଼ିଆ ବିଭାଗ ଅଧ୍ୟକ୍ଷ ଶ୍ରୀଗଣେଶ୍ୱର ବେହେରା କହିଛନ୍ତି।

ଯେତେବେଳେ ଆନ୍ତର୍ଜାତିକ ସମ୍ପନ୍ନ ‘ହଙ୍ଗର ୱାଚ’ ସଦ୍ୟତମ ଆକଳନ କହୁଛି ଯେଭାରତ ବର୍ଷରେ୮୦ ଭାଗ ଲୋକ କୌଣସି ନା କୌଣସି ଖାଦ୍ୟ ନିରାପତା ରୁ ବଂଚିତ ହେଉଛନ୍ତି ଏବଂ ଯେତେବେଳେ ବିଶ୍ୱ ଖାଦ୍ୟ ସୂଚକାଙ୍କ-୨୦୨୨ ରିପୋର୍ଟ ଅନୁସାରେ ୧୨୧ ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୭। ଏହା ପ୍ରମାଣ କରୁଛି ଯେ, ଭାରତବର୍ଷରେ କ୍ଷୁଧା ଅଛି ଓ ଦାରୀଦ୍ର‌୍ୟ ଅଛି। ସେତେବେଳେ ୮୧ କୋଟି ୩୫ ଲକ୍ଷ ଲୋକଙ୍କର ମାସିକ ମୁଣ୍ଡପିଛା ୫ କେଜି ମାଗଣା ଚାଉଳ କାଟି ଦେବା ଘୋର ଆପତିଜନକ।

ଖାଦ୍ୟ ନିରାପତା ଯୋଜନାର ହିତାଧିକାରୀ ମାନଙ୍କୁ ମୁଣ୍ଡପିଛା ମାସକୁ ୫ କିଲୋ ଚାଉଳ ଦେବା ମୋଦୀ ସରକାରର ଐତିହାସିକ ନିଷ୍ପତି ବୋଲି ଯେଉଁମାନେ ଡିଣ୍ଡିମ ପିଟୁଛନ୍ତି। ସେମାନେ ଭୁଲିଯିବା ଉଚିତ ନୁହେଁ । ଯେଏହି ଚାଉଳ ଯୋଜନା ତାଙ୍କର ଅଧିକାର। କେନ୍ଦ୍ର ସରକାରଙ୍କର ଦୟାନୁହେଁ । ୨୦୧୩ ମସିହାରେ ସୋନିଆ ଗାନ୍ଧୀଙ୍କ ଦିଗଦର୍ଶନରେ ତତ୍କାଳୀନ ମନମୋହନ ସିଂହ ସରକାରଏହି ଯୁଗାନ୍ତକାରୀ ଆଇନ୍ ପ୍ରଣୟନ କରିଥିଲେ। ସେତେବେଳେ ଆଜିର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏହାର ବିରୋଧ କରିବା ସ୍ଥଳେ ଆଜି ପ୍ରଶଂସାରେ ଶତମୁଖ ହେବା ଅତ୍ୟନ୍ତ ବିସ୍ମୟକର।

ପ୍ରଧାନମନ୍ତ୍ରୀଗରୀବ କଲ୍ୟାଣ ଅନ୍ନ ଯୋଜନା (ପି.ଏମ.ଜି.କେ.ଏ.ୟାଇ) ଉଚ୍ଛେଦ କାରଣରୁ କେନ୍ଦ୍ର ସରକାର କ୍ଷମା ମାଗିବା ସହ ତୁରନ୍ତ ଏହାର ପୁନଃ ପ୍ରଚଳନ ନିଷ୍ପତି ଘୋଷଣା କରନ୍ତୁ।ଅନୁରୁପ ଭାବରେ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ମାତ୍ର ୮ ଲକ୍ଷ ୯ ହଜାର ଲୋକଙ୍କୁ ମାସିକ ୫ କେ.ଜି. ହିସାବରେ ମାଗଣା ଚାଉଳ ଯୋଗାଇବାର ଘୋଷଣା କରି ବାହାବା ନେବା ଆଦୌ ଗ୍ରହଣୀୟ ନୁହେଁ । ଏହି ହିତାଧିକାରୀମାନେ ପୂର୍ବରୁ କିଲୋ ପିଛା ୧ ଟଙ୍କାର ଚାଉଳ ପାଉଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ବଂଚିତ ହେଉଥିବା ୮୧ କୋଟି ୩୫ ଲକ୍ଷ ଗରୀବ ପରିବାର ପ୍ରତି ରାଜ୍ୟ ସରକାର ଆଖି ବୁଜିଦେବା କ୍ଷମଣୀୟ ନୁହେଁ ।

ସେମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବେଦରଦୀ ମନୋଭାବ ପାଇଁ କଂଗ୍ରେସ ଉଦ୍‌ବେଗ ପ୍ରକାଶ କରୁଛି । ଯେହେତୁ ଓଡ଼ିଶାରେ ୬୦ ଭାଗ ଲୋକ ଚାଷୀ ଏବଂ ଚାଷୀ ପରିବାରର ମାସିକ ଆୟ ମାତ୍ରେ ୫୧୧୨ ଟଙ୍କା ଯେହେତୁ ସେମାନଙ୍କ ପ୍ରତି ସରକାରୀ ସହାୟତା ଯୋଜନା ଏକାନ୍ତ ଅପରିହାର୍ଯ୍ୟ। ଓଡ଼ିଶାବାସୀ ଦାରଦ୍ର‌୍ୟ, ଅନାଟନ ସହ ସଂଘର୍ଷ କରୁଥିବାବେଳେ ରାଜ୍ୟ ସରକାର ନୂଆ ମାଗଣା ଚାଉଳ ଯୋଜନାରେ ୧୨୦୦ ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ସଂଚୟ କରି ତୁନି ପଡ଼ିବ। ଅପରାଧ ବ୍ୟତୀତ କିଛି ନୁହେଁ ।

ଅତଏବ, ସମସ୍ତ ୮୧ କୋଟି ୩୫ ଲକ୍ଷ + ୮ ଲକ୍ଷ ୯ ହଜାର = ୮୧ କୋଟି ୪୩ ଲକ୍ଷ ୯ ହଜାର ହିତାଧିକାରୀଙ୍କ ପାଇଁ ଅତ୍ୟାବଶ୍ୟକୀୟ ଡାଲି, ଖାଇବା ତେଲ ଓ ଲୁଣ ପ୍ରତିମାସରେ ନିୟମିତ ଭାବରେ ଯୋଗାଇ ଦେବାକୁ କଂଗ୍ରେସ ଦାବୀ କରୁଛି।

ଶ୍ରୀଯୁକ୍ତ ବେହେରାଙ୍କ ସହ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ନେତା ଶ୍ରୀ ମନୋରଞ୍ଜନ ଦାସ ଏବଂ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବି ଶ୍ରୀ ନିଶିକାନ୍ତ ମିଶ୍ର ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଭାରତ ଯୋଡ଼ ପଦଯାତ୍ରାରେ ଯୋଗ ଦେବେ କଂଗ୍ରେସ ପ୍ରଭାରୀ ଚେଲାକୁମାର

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୩୧ ତାରିଖ ଠାରୁ ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ପଦଯାତ୍ରା ବାଲେଶ୍ୱର ଠାରେ ପଂହଚିଛି । ଏହି ପଦଯାତ୍ରାରେ ଯୋଗଦେବା ନିମନ୍ତେ ଓଡ଼ିଶା ପ୍ରଭାରୀ ଡ. ଏ. ଚେଲାକୁମାର ଆଜି ଭୁବନେଶ୍ୱରରେ ଆସି ପଂହଚୁଛନ୍ତି ।

ଆଜି ଶୁକ୍ରବାର ଦିନ ଡ. ଚେଲାକୁମାର ବାଲେଶ୍ୱର ଯାତ୍ରାକରି ସେଠାରେ ଭାରତ ଯୋଡ଼ ପଦ ଯାତ୍ରାରେ ଯୋଗଦେବେ ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ବାର୍ତାରେ ପ୍ରକାଶ କରାଯାଇଛି । ଏହି ପଦଯାତ୍ରାରେ ବହୁ ସଂଖ୍ୟକ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଜନସାଧାରଣ ଯୋଗଦେବାକୁ ପିସିସି ତରଫରୁ ଅନୁରୋଧ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅର୍ଚ୍ଚନା ନାଗ ଘଟଣା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସଭାପତି

ଭୁବନେଶ୍ୱର:  ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଓଡ଼ିଶାରେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାର ରାଜ୍ୟ ସରକାରଙ୍କ ନିରବତାକୁ ପ୍ରଶ୍ନ ଉଠାଇଛନ୍ତି।

ଶ୍ରୀଯୁକ୍ତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ କହିଲେ ଯେ ଅର୍ଚ୍ଚନା ନାଗ ଗିରଫ ହେବାର ଦୀର୍ଘଦିନ ପରେ ମଧ୍ୟ ଏହି ଘଟଣାରେ ଯେଉଁ ସବୁ ବ୍ୟକ୍ତିମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଏ ପର୍ଯ୍ୟନ୍ତ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଓଡ଼ିଶାର ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀ ତଥା ଭୁବନେଶ୍ୱର ପୋଲିସ କମିଶନର ଏବଂ ଡିସିପି ଏଭଳି ଏକ ଘୃଣ୍ୟ ଏବଂ ଷଡ଼ଯନ୍ତ୍ରପୂର୍ଣ୍ଣ ଘଟଣାକୁ କାହିଁକି ନିଷ୍ଠା ଓ ନିରପେକ୍ଷ ଭାବେ ତଦନ୍ତ କରି ନାହାନ୍ତି?

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଏହି ଘଟଣାର ହାଇକୋର୍ଟଙ୍କ ତତ୍ୱବଧାନରେ ଏସଆଇଟି ତଦନ୍ତ ଦାବି କରିଛନ୍ତି। ଯଦି ଏ ସ୍ପର୍ଷକାତର ଘଟଣାକୁ ସରକାର ଚପାଇ ଦିଅନ୍ତି ତାହେଲେ ଆସନ୍ତା ଦିନରେ କଂଗ୍ରେସ ଏହା ବିରୁଦ୍ଧରେ ଉପଯୁକ୍ତ ଲଢ଼େଇ ଲଢ଼ିବ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଓ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ବିଧାୟକ କାଙ୍ଗାଳି ପଣ୍ଡାଙ୍କ ବିୟୋଗ, ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର: ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା କାଙ୍ଗାଳି ପଣ୍ଡାଙ୍କ ଆଜି ପରଲୋକ ହୋଇଯାଇଛି।  କାଙ୍ଗାଳିବାବୁ ଜଣେ ସ୍ପଷ୍ଟବାଦୀ, ଗାନ୍ଧୀବାଦୀ ନେତାଭାବେ ପରିଚିତ ଥିଲେ । ସେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବହୁ ଜନମଙ୍ଗଳ କାର୍ଯ୍ୟ କରିଛନ୍ତି। ସେ କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ସେ ବେଶ ପରିଚିତ ଥିଲେ।

କାଙ୍ଗାଳି ଚରଣ ପଣ୍ଡାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତାରେ କହିଛନ୍ତି ଯେ କାଙ୍ଗାଳି ବାବୁ ଦୀର୍ଘଦିନ ଧରି କଂଗ୍ରେସ ଦଳରେ ରହି ସଂଗଠନକୁ ସୁଦୃଢ଼ କରିବାପାଇଁ ସଦାସର୍ବଦା ଚେଷ୍ଟା ଜାରି ରଖିଥିଲେ । କାଙ୍ଗାଳି ବାବୁଙ୍କ ବିୟୋଗ ରାଜ୍ୟ ରାଜନୀତିରେ ବିଶେଷ କରି କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି । ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଭୀର ସମବେଦନା ଜଣାଇଛନ୍ତି ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ୨୯ ନଂ ଜୋନରେ କଂଗ୍ରେସର ମାରାଥନ ପ୍ରଚାର

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୨୯ ନଂ ଜିଲ୍ଲା ପରିଷଦ ଜୋନରେ କଂଗ୍ରେସର ମାରାଥନ ପ୍ରଚାର କରାଯାଇଛି । ଉକ୍ତ ଜୋନର କଂଗ୍ରେସ ପ୍ରାର୍ଥୀ ପ୍ରଶନ୍ନ ଦାସ ସପକ୍ଷରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ କୋରଡ଼କଂଟା ଗ୍ରାମରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ବିଜେପି ଓ ବିଜେଡ଼ିର କଳା ଶାସନ ବିରୋଧରେ ଘରକୁ ଘର ଯାଇ ଜନସାଧାରଣଙ୍କୁ କହିବା ସହ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦେଇ ସ୍ୱଚ୍ଛ ନିର୍ମଳ ଶାସନ ଆଣିବା ପାଇଁ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟୀକା ପ୍ରାର୍ଥିନୀ ରଶ୍ମି ମହାପାତ୍ର, ପିସିସି ମୁଖପାତ୍ର ରଜନୀ ମହାନ୍ତି, ବ୍ଲକ ସଭାପତି ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ବେଣୁଧର ପାତ୍ର, ଉପସଭାନେତ୍ରୀ ଶୁଭଦ୍ରା ମିଶ୍ର, ବରିଷ୍ଠ କଂଗ୍ରେସ ନେତା ମୋହନ ଗାନ୍ଧୀ, କ୍ଷୀରୋଦ ବେହେରା, ସରୋଜ ମହାନ୍ତି, ଦେବୀପ୍ରସାଦ ସ୍ୱାଇଁ, ସେକ ତାକୁୱିନ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପଂଚାୟତ ନିର୍ବାଚନ ପାଇଁ ୨୦ ଜଣିଆ ତାରକା ପ୍ରଚାରକ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର : ପିସିସିର ପରାମର୍ଶ କ୍ରମେ ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପିସିସି ପକ୍ଷରୁ ଏକ ୨୦ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ସେଥିରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡ. ଏ ଚେଲା କୁମାରଙ୍କ ସହିତ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜିବ ବିଶ୍ୱାଳ, ଶରତ ପଟ୍ଟନାୟକ, ଜୟଦେବ ଜେନା, ପଂଚାନନ କାନୁନଗୋ ଅଛନ୍ତି।

ସେହିପରି ସଂସାଦ ସପ୍ତଗିରୀ ଉଲ୍ଲାକା, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଇଂ. ମହମ୍ମଦ ମୋକିମ, କିଶୋର ଚନ୍ଦ୍ର ପଟେଲ, ବିଜୟଲକ୍ଷ୍ମୀ ସାହୁ, ସତ୍ୟପ୍ରକାଶ ନାୟକ, ସୁରେଶ ମହାପାତ୍ର ପ୍ରମୁଖ ରହିଥିବା ବେଳେ ଛତିଶଗଡ଼ ପ୍ରଦେଶ କଂଗ୍ରେସ ସଭାପତି ମୋହନ ମରକମଙ୍କ ସମେତ ଛତିଶଗଡ଼ର କ୍ୟାବିନେଟ ମନ୍ତ୍ରୀ ଅମରଜିତ ଭଗତ ଓ କାୱାସି ଲକ୍ଷ୍ମା ମଧ୍ୟ ରହିଛନ୍ତି ।

ଏମାନେ ସମସ୍ତେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବହୁଳ ଭାବରେ ପ୍ରଚାର କରିବେ ବୋଲି ପିସିିସି ଉପସଭାପତି ତଥା ନିର୍ବାଚନ ପରିଚାଳନା କମିଟିର ଆବାହକ ଯଞେଶ୍ୱର ବାବୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମେ ସଂରକ୍ଷଣ ଓ ପରେ ନିର୍ବାଚନ ଦାବୀ କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ଶ୍ରୀ ସନ୍ତୋଷ ସିଂ ସାଲୁଜା, ବିଧାୟକ, ଶ୍ରୀ ଜ୍ଞାନଦେବ ବେଉରା, ଅଧ୍ୟକ୍ଷ ପଛୁଆ ବର୍ଗ ବିଭାଗ ପ୍ରଦେଶ କଂଗ୍ରେସ କମିଟି ଓ ଶ୍ରୀ ଚିନ୍ମୟ ସୁନ୍ଦର ଦାସ ଆଜି ଲୋକସଭା ଭବନରେ ପଂଚାୟତରାଜ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଭେଟି ଓଡ଼ିଶାରେ ଆଗାମୀ ପଂଚାୟତ ନିର୍ବାଚନରେ ପଛୁଆବର୍ଗମାନଙ୍କ ପାଇଁ ଉଚ୍ଛେଦ କରାଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ପୂନଃ କାଏମ କରିବାପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

କଂଗ୍ରେସ ଦଳ ତରଫରୁ ପ୍ରଥମେ ସଂରକ୍ଷଣ ଓ ପରେ ନିର୍ବାଚନ ଦାବିକୁ ଗ୍ରହଣ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି । ଏହି ଦାବିପତ୍ର ଗ୍ରହଣ କରି ପ୍ରମୁଖ ଶାସନ ସଚିବ, ଏହାଉପରେ ସରକାର ତର୍ଜମା କରିବା ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ଦଳ ତରଫରୁ ପ୍ରଦାନ କରାଯାଇଥିବା ଦାବି ପତ୍ରକୁ ସରକାର ବିଚାରକୁ ନନେଲେ କଂଗ୍ରେସ ଦଳ ଖୁବଶୀଘ୍ର ନ୍ୟାୟଳୟକୁ ଯିବାପାଇଁ ନିଷ୍ପତି ନେଇଥିବା ପ୍ରକାଶ ।

Categories
ଆଜିର ଖବର ରାଜ୍ୟ ଖବର

ସାଂସଦ ମୁନ୍ନା ଖାନଙ୍କ ଗାଡିକୁ ଅଣ୍ଡାମାଡ, ବିରୋଧୀ ଦଳର କର୍ମୀଙ୍କ କଳାପତାକା ପ୍ରଦର୍ଶନ

ଭୁବନେଶ୍ବର: ଆଜି ପୁଣି ବିରୋଧୀଙ୍କ ଅଣ୍ଡା ମାଡର ଶିକାର ହୋଇଛନ୍ତି ଆଉ ଜଣେ ସାଂସଦ। ସାଂସଦ ମୁନ୍ନା ଖାନଙ୍କ ଗାଡିକୁ ବିରୋଧୀ ଅଣ୍ଡାମାଡ କରିଛନ୍ତି। ଏହାସହିତ କଳାପତାକା ଦେଖାଇ ବିରୋଧ ମଧ୍ୟ କରାଯାଇଛି। ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗଠାରେ ସାଂସଦ ମୁନ୍ନା ଖାନ ଏବଂ ପୂର୍ବତନ ବିଜେଡ଼ି ବିଧାୟକ ବିଭୁତି ବଳବନ୍ତରାୟଙ୍କ ଗାଡିକୁ ଛାତ୍ର କଂଗ୍ରେସ ଅଣ୍ଡାମାଡ କରିଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିବା କାର୍ଯ୍ୟକ୍ରମକୁ ଉଭୟ ନେତା ଯାଉଥିବା ବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ସରକାରୀ କାର୍ଯ୍ୟକୁ ଦଳୀୟ ଭିତ୍ତିରେ କାର୍ଡ ବଣ୍ଟନ ହେଉଥିବା ଅଭିଯୋଗ କରି ଛତ୍ର କଂଗ୍ରେସ ଉଭୟ ନେତାଙ୍କୁ ବିରୋଧ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଏବଂ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ବିରୋଧ କରାଯାଇଛି।

ତେବେ ବିରୋଧ ପ୍ରଦର୍ଶନ ବେଳେ ବିଜେଡ଼ି କର୍ମୀ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଛି। ଏଥିରେ ଜଣେ କଂଗ୍ରେସ କର୍ମୀ ଆହାତ ହୋଇଥିବା ମାଧେ ଅଭିଯୋଗ ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଗୋବିନ୍ଦଙ୍କ ଅଟକ ନେଇ ଦୁଇ ଜିଲ୍ଲାର ପୋଲିସ୍ ଏସ୍‌ପି,ରାଜ୍ୟ ପୋଲିସ୍ ମୁଖ୍ୟ ଅବଗତ ଥିଲେ; କଂଗ୍ରେସ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଆଇନର ଫାଙ୍କ ଦେଇ ଖସାଇବା ପାଇଁ ଗୃହରାଷ୍ଟ୍ରମନ୍ତ୍ରୀ ଏବଂ ବରିଷ୍ଠ ପୋଲିସ୍ ଅଫିସରଙ୍କ ସଲାସୁତରାରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିବା ସହିତ ଘଟଣା ଘଟିବାର ପ୍ରଥମ ଦିନରୁହିଁ ପୋଲିସ ନିଷ୍କ୍ରିୟତା ଜଳ ଜଳ ହୋଇ ଦେଖାଯାଉଛି ବୋଲି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଶ୍ରୀ ନିଶିକାନ୍ତ ମିଶ୍ର ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଶିକ୍ଷୟିତ୍ରୀ ମମିତା ନିଖୋଜ ହେବା ପରଠାରୁ ପୋଲିସ୍ ପୀଡ଼ିତାଙ୍କ ପରିବାରର ନିଖୋଜ ସୂଚନା ଆଧାରରେ କେ ନୂଆଗାଁ ଏବଂ ସିନ୍ଧେକାଲା ପୋଲିସ୍ ଯେଭଳି ପଦକ୍ଷେପ ନେବା କଥା ତାହା ନେଇନଥିବା ସ୍ଥଳେ ଏତଲା ଦାୟର ସମୟରେ ପୋଲିସ ସର୍କୁଲାର ଅର୍ଡର ୩୪୩ / ୨୦୧୩କୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରାଯାଇଛି । ମହିଳାଙ୍କ ବିରୋଧରେ ହେଉଥିବା ଅଭିଯୋଗ ସଂପୃକ୍ତ ମହିଳା କିମ୍ବା ତାଙ୍କ ପରିବାର ରାଜ୍ୟର ଯେକୌଣସି ଥାନାରେ ଅଭିଯୋଗ କରିପାରିବେ ଏବଂ ସଂପୃକ୍ତ ଥାନାଅଧିକାରୀ ଉକ୍ତ ଏତଲାକୁ ପଞ୍ଜିକରଣ କରିବା ସହିତ ଯେଉଁ ଥାନା ଅଂଚଳରେ ଘଟଣା ଘଟିଛି ସେହି ଥାନାକୁ ସ୍ଥାନାନ୍ତର କରିବେ ।

ଏହି ଘଟଣାରେ ସଂପୃକ୍ତ ଦୁଇଥାନା ଏହି ପରିବାରର ମୌଖିକ ସୂଚନାକୁ ଆମ ଥାନା ଅଂଚଳର ନୁହେଁ କହି ଏଡ଼ାଇ ଦେଇଥିଲେ । ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ୧୩ ତାରିଖରେ ଏଫଆଇଆର ପଂଜିକରଣ ପରେ ୧୪ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ପୋଲିସ୍ ଅଟକ ରଖିଥିଲା । ଲିଡିଂ ଟୁ ଡିସ୍କଭରି କୁ ଆଭଏଡ କରିବା ଅର୍ଥାତ ଅପରାଧିକୁ ଆଇନର ଫାଙ୍କ ଦେଇ ଖସିବା ପାଇଁ ସୁଯୋଗଦେବା ଅର୍ଥାତ ଅପରାଧିକୁ ଖସାଇବା ପାଇଁ ସରକାରୀ ବ୍ୟବସ୍ଥା କରି ପୋଲିସ ୧୭ ତାରିଖରେ ଗୋବିନ୍ଦ ଖସିଯିବାର ନାଟକ ରଚିଥିଲା ଏବଂ ୧୯ ତାରିଖରେ ମମିତାଙ୍କ ମୃତଦେହ ମିଳିବାପରେ ପୁଣିଥରେ ପୋଲିସ୍ ଗୋବିନ୍ଦ ସାହୁଙ୍କୁ ଆରେଷ୍ଟ କରିଥିଲା ।

ଏହି ସମସ୍ତ ଘଟଣା ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ, ରାଜ୍ୟ ପୋଲିସ୍ ମୁଖ୍ୟ ଏବଂ ଡିଆଇଜି (ତଦନ୍ତକାରୀ ଅଫିସର) ଏବଂ ଦୁଇ ଜିଲ୍ଲାର ଏସ୍‌ପି ଅପରାଧି ମୁହଁରେ ଯେଭଳି ଗୃହମନ୍ତ୍ରୀଙ୍କ ସଂପୃକ୍ତିର ବୟାନ ନଆସେ ସେଥିପାଇଁ ଏଭଳି ଖସେଇବାର ନାଟକ କରିଛନ୍ତି ବୋଲି ଶ୍ରୀ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିବା ସହିତ ତଦନ୍ତର ସ୍ୱଚ୍ଛତା ପାଇଁ ଗୃହରାଷ୍ଟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜ ପଦରୁ ଇସ୍ତଫା ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ସାମନାକୁ ଆସି ତାଙ୍କ କ୍ୟାବିନେଟ ସହଯୋଗୀ ମନ୍ତ୍ରୀ ଦିବ୍ୟଶଙ୍କରୁ ବହିସ୍କାର କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ଶୁଭ୍ରଶ୍ରୀ ପଣ୍ଡା, ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର

23 ବିଦ୍ରୋହୀ ନେତାଙ୍କ ସହ ସୋନିଆଙ୍କ ରୁଦ୍ଧ ଦ୍ବାର ବୈଠକ : ଜାଣନ୍ତୁ କ’ଣ ହେଲା ଆଲୋଚନା

ନୂଆଦିଲ୍ଲୀ : ସୋନିଆ ଗାନ୍ଧୀ ଆଜି 23 ଜଣ ବିଦ୍ରୋହୀ ନେତାଙ୍କୁ ଭେଟିଛନ୍ତି । ଚାରି ମାସ ପୂର୍ବରୁ ଦଳର ସଭାପତି ପରିବର୍ତ୍ତନ ପାଇଁ ଏହି ନେତା ମାନେ ସୋନିଆଙ୍କୁ ଚିଠି ଲେଖିଥିଲେ । 23 ନେତାଙ୍କ ସହିତ ବୈଠକ ପରେ ଆଗାମୀ 10ଦିନ ମଧ୍ୟରେ ନୂତନ ସଭାପତି ଚୟନ କରାଯିବ ବୋଲି ସୋନିଆ ସୂଚନା ଦେଇଛନ୍ତି । ଏହ ବୈଠକରେ ସୋନିଆଙ୍କ ବ୍ୟତୀତ ରାହୁଲ୍‌ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଅଶୋକ ଗେହେଲଟ୍‌, ଆନନ୍ଦ ଶର୍ମା, ବିଏସ୍‌ହୁଡ୍ଡା, ଅମ୍ବିକା ସୋନି ଏବଂ ପି. ଚିଦାରମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।

ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହେବା ସହିତ ବର୍ତ୍ତମାନ ପରସ୍ଥିତିରେ ଦଳ କିଭଳି ମୁକାବିଲା କରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ବୋଲି କଂଗ୍ରେସ ନେତା ପୃଥ୍ୱୀରାଜ ଚଭନ ପ୍ରକାଶ କରିଛନ୍ତି । ଆସନ୍ତା 10 ଦିନ ମଧ୍ୟରେ କଂଗ୍ରେସର ନୂତନ ସଭାପତି ଚୟନ କରାଯିବ ବୋଲି ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, 99 ପ୍ରତିଶତ କଂଗ୍ରେସ କର୍ମୀ ରାହୁଲ ଗାନ୍ଧିଙ୍କୁ କଂଗ୍ରେସର ସଭାପତି ଭାବରେ ଦେଖିବାକୁ ଚାହୁଁଛନ୍ତି ବୋଲି ମୁଖପାତ୍ର ରଣଦୀପ ସୁର୍ଜେୱାଲା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, 2021 ମସିହାରେ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀ ବିଧାନସଭା ଅନୁଷ୍ଠିତ ହେବ । ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଲେଣି । କଂଗ୍ରେସ ମଧ୍ୟ ଏହି ସମସ୍ତ ନିର୍ବାଚନକୁ ଆଖି ଆଗରେ ରଖି  ନିଜ ଦଳର ସାଙ୍ଗଠନିକ ସ୍ଥିତି ଦୃଢ କରିବାରେ ତତ୍ପରତା ପ୍ରକାଶ କରିଛି ।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ ପୌରପାଳିକା ନିର୍ବାଚନ: କଂଗ୍ରେସ ୧୪ଟିରେ ଜିତିଥିବା ବେଳେ ବିଜେପି ମାତ୍ର ୪ଟି, ୩୨ଟି ମ୍ୟୁନସିପାଲ ପରିଷଦ ଏବେ ବି ଅସ୍ପଷ୍ଟ

ଜୟପୁର: ରାଜସ୍ଥାନର ଗ୍ରାମାଞ୍ଚଳ ନିର୍ବାଚନରେ ବିଜେପିର ବୃହତ ବିଜୟ ପରେ ସହରାଞ୍ଚଳରେ ବିଫଳ ହୋଇଛି। ଦଳ କଂଗ୍ରେସ ଠାରୁ ପରାସ୍ତ ହୋଇଛି। ୧୨ଟି ଜିଲ୍ଲାର ୫୦ଟି ପୌରପାଳିକା ନିର୍ବାଚନରେ କଂଗ୍ରେସ ବାଜିମାତ କରିଛି। କଂଗ୍ରେସ ୧୪ଟି ପୌରପାଳିକାରେ ଜିତିଥିବା ବେଳେ ବିଜେପି ମାତ୍ର ୪ଟିରେ ଜିତି ପାରିଛି। ବାକି ୩୨ଟି ମ୍ୟୁନସିପାଲ ପରିଷଦରେ କେଉଁ ଦଳ ବୋର୍ଡ ଗଠନ କରିବ ଚୁଡାନ୍ତ ହୋଇପାରିନି। ସେଥିପାଇଁ ସ୍ଵାଧିନ ପ୍ରାର୍ଥୀଙ୍କ ଉପରେ ଦୁଇ ଦଳର ନଜର ରହିଛି। କାରଣ ସେମାନଙ୍କ ବିନା ସମର୍ଥନରେ ବିଜେପି କିମ୍ବା କଂଗ୍ରେସ ବୋର୍ଡ ଗଠନ କରିପାରିବେ ନାହିଁ। କିନ୍ତୁ ସ୍ୱାଧୀନ ପ୍ରାର୍ଥୀଙ୍କ ସହଯୋଗରେ କଂଗ୍ରେସ ୪୧ଟି ପୌରପାଳିକାରେ ବୋର୍ଡ ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି।

ତେବେ ୧୨ଟି ଜିଲ୍ଲାର ୧୭୭୫ଟି ଆସନ ପାଇଁ ନିର୍ବାଚନ ହୋଇଥିଲା। ଏଥିରୁ କଂଗ୍ରେସ ୬୧୯ଟି ଜିତିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୫୯୫ ୱାର୍ଡରେ ବାଜିମାତ କରିଛନ୍ତି ଏବଂ ବିଜେପି ୫୪୯ଟି ୱାର୍ଡରେ ଜିତି ତୃତୀୟ ସ୍ଥାନରେ ରହିଛି। ଏହି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନେ ସହରାଞ୍ଚଳ ନଗର ପାଳିକା ଓ ନଗର ପରିଷଦ ନିର୍ବାଚନରେ ଦୁଇ ପ୍ରମୁଖ ଦଳକୁ ଚକମା ଦେଇଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ଆସନରୁ ଲଢିବେ ଲାଲୁଙ୍କ ଝିଅ, ଜାଣନ୍ତୁ ପୂରା ଖବର

ରେୱାଡି : ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ କଂଗ୍ରେସ ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ରେୱାଡି କାଉନସିଲ ନିର୍ବାଚନ ପାଇଁ ଲାଲୁଙ୍କ ଝିଅ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଅଜୟ ସିଂ ଯାଦବଙ୍କ ବୋହୁ ଅନୁସ୍କା କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି । ଏନେଇ ବିଧିବଦ୍ଧ ଭାବରେ କୌଣସି ଘୋଷଣା ହୋଇ ନଥିଲେ ମଧ୍ୟ ଆରଜେଡି ପ୍ରଂଶସକ ମାନେ ସନ୍ତୋଷ ବ୍ୟକ୍ତ କରିଛନନ୍ତି ।

ଆସନ୍ତା 27 ତାରିଖରେ ରେୱାଡି କାଉନସିଲ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ନିର୍ବାଚନରେ ପ୍ରମୁଖ ଆସନଟି ଜଣେ ପଛୁଆ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ତେଣୁ ଅନୁଷ୍କାଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି । ଅନୁଷ୍କାଙ୍କ ପତ୍ନୀ ଚିରଞ୍ଜିବୀ ରାଓ ରେୱାଡି ଆସନରୁ ବିଧାୟକ ରହିଥିବା ଜଣାପଡିଛି ।

ଉଭୟ ଆରଜେଡି ଏବଂ କଂଗ୍ରେସ ମିଳିତ ଭାବରେ କଂଗ୍ରେସ ଚିହ୍ନରେ ନିର୍ବାଚନ ଲଢିବେ । ତେବେ କ୍ୟାପ୍‌ଟେନ୍‌ ପରିବାର ତରଫରୁ ଏନେଇ କୌଣସି ଘୋଷଣା କରାଯାଇନାହିଁ । କ୍ୟାପଟେନ୍‌ ପରିବାର ଓ ସମର୍ଥକ ବିଧାୟକ ଚିରଞ୍ଜିବ ରାଓ୍ବ ରେଓ୍ବାଡି ଫେରିବା ପରେ ଏନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ସାମିଲ୍‌ ହେଲେ ବିଜୟା ଶାନ୍ତି

ନୂଆଦିଲ୍ଲୀ : ତେଲୁଗୁ ଫିଲ୍ମ ଅଭିନେତ୍ରୀ ବିଜୟା ଶାନ୍ତି ଆଜି ବିଜେପିରେ ସାମିଲ୍‌ ହୋଇଛନ୍ତି । ସୋମବାର ଦିନ ନୂଆଦିଲ୍ଲୀଠାରେ ବିଜେପି ଔପଚାରିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ବିଜୟା ଶାନ୍ତି । ରବିବାର ଦିନ ବିଜୟାଶାନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ସାକ୍ଷାତ କରିଥିଲେ ।

ତାମିଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବିଜୟା ଶାନ୍ତି  ବିଜେପିରୁ ନିଜର ରାଜନୈତିକ କ୍ୟାରିଅର୍‌ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଟିଆରଏସ୍‌ରେ ସାମିଲ୍‌ ହୋଇଥିଲେ । 2014 ମସିହାରେ ତେଲେଙ୍ଗାନା ନୂତନ ରାଜ୍ୟ ଗଠନ ହେବା ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ।   ଏବେ ବିଜୟଶାନ୍ତି କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ଅଧ୍ୟକ୍ଷ ଜେପ୍ପି ନଡାଙ୍କ ଉପସ୍ଥିତିରେ ବିଜୟା ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍‌ ହୋଇଛନ୍ତି ।

ସୂଚନାଯୋଗ୍ୟ, ବିଜେପି ହାଇଦ୍ରାବାଦ ମହାନଗର ପାଳିକା ନିର୍ବାଚନରେ ଉତ୍ତମ ପ୍ରଦର୍ଶନ କରିଛି । ସେହିପରି ଡୁବ୍‌କା ଉପନିର୍ବାଚନରେ ମଧ୍ୟ ବିଜେପି ବାଜିମାତ୍‌ କରିଛି । (ଏଜେନ୍ସି)