Categories
ଆଜିର ଖବର

ଲଣ୍ଡନରେ ନିରବ ମୋଦିଙ୍କୁ ନେଇ ମୋଦିଙ୍କୁ କଟାକ୍ଷ କଲା କଂଗ୍ରେସ, ମୋଦି ଅଛନ୍ତି ତ ସବୁ ସମ୍ଭବ

ପଞ୍ଜାବ ନ୍ୟାସନଲ ବ୍ୟାଙ୍କର ୧୪ ହଜାର କୋଟି ଟଙ୍କା ନେଇ ଦେଶ ଛାଡି ପଳାଇଥିବା ପଳାତକ ନିରବ ମୋଦି ଲଣ୍ଡନରେ ରହୁଛନ୍ତି । ତେବେ ନିରବ ମୋଦିଙ୍କୁ ଲଣ୍ଡନରେ ଠାବ କରାଯିବା ପରେ ଏହାକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା ଟ୍ବିଟ୍‌ କରି କହିଛନ୍ତି ଯେ – ଦେଶର ୨୩,୦୦୦ କରୋଡ଼ ନେଇ ଆରାମରେ ଦେଶରୁ ଭାଗି ଯାଇ ବିଦେଶରେ ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ଉଠାଅ ଓ  ଲଣ୍ଡନରେ ଆରାମରେ ଜୀବନ ବିତାଅ,  ମୁଁ ଛୋଟ ମୋଦି, ଆରେ କିଏ ? ସେ ସରକାରଙ୍କ ଉପରେ ଆରୋପ ଲଗାଇ କହିଛନ୍ତି କି ଡର କଣ ପାଇଁ ଯେତେବେଳେ ଦେଶର ଚୌକିଦାର ମୋଦି ଭାଇ, ମୋଦି ଅଛନ୍ତି ତ ସମ୍ଭବ ଅଛି । ସେହିପରି ନିରବ ମୋଦିଙ୍କର ଏକ ଭିଡ଼ିଓକୁ ସେୟାର୍‌ କରି ସେଥିରେ ମଧ୍ୟ ବିରୋଧୀଙ୍କୁ କଡା ଟିପ୍ପଣୀ ଦେଇଛନ୍ତି ସୁରେଜଓ୍ବାଲା । ସେ ଏହି ଭିଡ଼ିଓରେ ଲେଖିଛନ୍ତି ଯେ, ଏହାର ଡାଇରେକ୍ଟର ଓ ପ୍ରଡ୍ୟୁସର ନରେନ୍ଦ୍ର ମୋଦି । ଏବଂ ଏହାର ଏଡିଟର୍‌ ଅରୁଣ ଜେଟ୍‌ଲୀ , ଏହାର ସ୍କ୍ରିପ୍ଟ ଡାଇରେକ୍ଟର ସିବିଆଇ । ଏହି ଫିଲ୍ମ ନିର୍ମାଣରେ ୨୩ ହଜାର କୋଟି ଲାଗିଥିବାବେଳେ ଏହାର ଫାଇନାନ୍ସ କରିଛନ୍ତି ଭାରତୀୟ ବ୍ୟାଙ୍କ । ମୋଦି ଅଛନ୍ତି ତ ସବୁ ସମ୍ଭବ ଅଛି ।’ ସେ ଲଣ୍ଡନର ୱେଷ୍ଟ ଏଣ୍ଡରେ ଏକ ବିଳାଶମୟ ଆପାର୍ଟମେଣ୍ଟରେ ରହୁଛି । ପଳାତକ ନିରବ ମୋଦି ସେଠାରେ ନୂଆ ହୀରା ବ୍ୟବସାୟ ମଧ୍ୟ ଆରମ୍ଭ କରିଛନ୍ତି । ଅବଶ୍ୟ ସେ ତାଙ୍କ ଚେହେରାକୁ କିଛିକାଂଶରେ ବଦଳାଇ ଦେଇଛନ୍ତି । ତାଙ୍କୁ ସଡ଼କରେ ଦେଖି ସେଠାକାର ସାମ୍ବାଦିକ ତାଙ୍କୁ ପ୍ରଶ୍ନ ପଚାରିବା ସମୟରେ ସେ କୌଣସି ଉତ୍ତର ନ ଦେଇ ନୋ କମେଣ୍ଟ ବୋଲି କହିଥିଲେ ।