Categories
ଆଜିର ଖବର ରାଜ୍ୟ ଖବର

119 ନମ୍ବର ଆକ୍ରାନ୍ତଙ୍କ ବିଷୟରେ ଜାଣିବାକୁ ମିଳିଲା ରୋଚକ ତଥ୍ୟ

ଭୁବନେଶ୍ବର : ଭୁବନେଶ୍ବରରୁ ଠାବ ହୋଇଥିବା 119 ନମ୍ବର ଆକ୍ରାନ୍ତଙ୍କ ବିଷୟରେ ରୋଚକ ତଥ୍ୟ ଜାଣିବାକୁ ମିଳିଛି ।  ସମ୍ପୃକ୍ତ ବ୍ୟକ୍ତି ପ୍ରଥମେ ନେଗେଟିଭ୍‌ ଥିଲେ, ପରେ ପଜିଟିଭ୍‌ ମିଳିଥିଲା । 119 ନମ୍ବର ଆକ୍ରାନ୍ତ ପୂର୍ବରୁ ଚିହ୍ନଟ 41 ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ । 41 ନମ୍ବର ଚିହ୍ନଟ ପରେ ଏହି ବ୍ୟକ୍ତିଙ୍କର ସାମ୍ପଲ୍‌ ନିଆଯାଇଥିଲା । ସାମ୍ପଲ୍‌ ଟେଷ୍ଟ ପରେ ନେଗେଟିଭ୍‌ ଆସିଥିଲା, ସେ ଘରେ ରହିଥିଲେ । ପରେ ଥଣ୍ଡା, କାଶ ହେବାରୁ 104କୁ ଫୋନ୍‌ କରିଥିଲେ । ପୁନଃ ତାଙ୍କର ସାମ୍ପଲ୍‌ ନିଆଯାଇଥିଲା । ଏବେ ସାମ୍ପଲ୍‌ ପରୀକ୍ଷଣ ପରେ ତାଙ୍କଠାରେ ପଜିଟିଭ୍‌ ଥିବାର ଜଣାପଡିଥିଲା। ତେବେ ପ୍ରଥମେ ନେଗେଟିଭ୍‌ ଓ ପରେ ପଜିଟିଭ୍‌ ଆସିବା ନେଇ ଉତ୍ତର ରଖିଛନ୍ତି ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ୍‌ । ଶରୀରରେ ଭାଇରାଲ୍‌ ଲୋଡ୍‌ ନଥିଲେ ନମୁନା ପଜିଟିଭ୍‌ ଆସିବ ନାହିଁ । ପୂର୍ବ ଟେଷ୍ଟ ବେଳେ ତାଙ୍କର ଭାଇରାଲ୍‌ ଲୋଡ୍‌ ନଥିଲା । ପରେ ଭାଇରାଲ୍‌ ଲୋଡ୍‌ ହେବାରୁ ତାଙ୍କଠାରେ ପଜିଟିଭ୍‌ ଆସିଥିଲା ।

ସୂଚନାଯୋଗ୍ୟ ରାଜ୍ୟରେ ଆଜି 7ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 125ରେ ପହଞ୍ଚିଛି । ସେହିପରି ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 47 ରହିଥିବାବେଳେ 26ଜଣ ସୁସ୍ଥ ହୋଇଛନ୍ତି  ଓ ଜଣଙ୍କର ମୃତ୍ୟୁ ହୋଇଛି ।