Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ସରକାରଙ୍କ ଉଦ୍ୟମରେ ମୁମ୍ବାଇରୁ ଚାରି ହଜାର କୋଭିଡ19 ଟେଷ୍ଟ କିଟ ଧରି ଭୁବନେଶ୍ବର ଆସିଲା ସ୍ବତନ୍ତ୍ର କାର୍ଗୋ ବିମାନ

ଭୁବନେଶ୍ବର, ବର୍ତ୍ତମାନ ରାଜ୍ୟରେ କରୋନାଭାଇରସ ପରୀକ୍ଷା କରିବାକୁ ଯେଉଁ ପରିମାଣର ପରୀକ୍ଷା ଉପକରଣ ବା କିଟର ଆବଶ୍ୟକ ଅଛି ତାହା ନାହିଁ। ଫଳରେ ରାଜ୍ୟରେ ସନ୍ଦେହ ଭିତରେ ରହୁଥିବା ସମସ୍ତ ରୋଗୀଙ୍କୁ ଏକାବେଳେ ପରୀକ୍ଷା କରିବା ସମ୍ଭବ ହେଉ ନାହିଁ। ଭବିଷ୍ୟତରେ ଯଦି ରୋଗୀ ସଂଖ୍ୟା ବୃଦ୍ଧି ପାଏ ତେବେ ଏହି ପରୀକ୍ଷା ଏକ ଜଟିଳ ବ୍ୟାପାର ହୋଇଯିବ। ସେହି ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକ କିଟ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

ପ୍ରଥମ ପଦକ୍ଷେପ ସ୍ବରୂପ ଏକ ଥରକେ 4 ହଜାର ପରୀକ୍ଷା କିଟ୍ ମୁମ୍ବାଇରୁ ଏକ ସ୍ବତନ୍ତ୍ର କାର୍ଗୋ ବିମାନ ଯୋଗେ ଭୁବନେଶ୍ବର ଆଣାଯାଇଛି। ବର୍ତ୍ତମାନ ଲକଡାଉନ ସମୟରେ ଏହା ଆଣିବା କଷ୍ଟଦାୟକ ଥିଲେ ମଧ୍ୟ ତାହା ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ସମ୍ଭବ ହୋଇପାରିଛି। ଗୁରୁବାର ରାତିରେ ଏହି ବିମାନ ମୁମ୍ବାଇରୁ ଆସି ଭୁବନେଶ୍ବରରେ ପହଁଚିଛି। ଏଥିରେ କୋଭିଡ19 ପରୀକ୍ଷା କିଟ ସହିତ ବିଶୋଧନ ପାଇଁ ରାସାୟନିକ ଦ୍ରବ୍ୟ ଏବଂ ଭିଟିଏମ ମଧ୍ୟ ଆସିଛି। ଏହା ଦ୍ବାରା ରାଜ୍ୟରେ କରୋନା ଭାଇରସର ସଂକ୍ରାମଣ ପଥକୁ ବହୁ ମାତ୍ରାରେ ରୋକାଯାଇ ପାରିବ ବୋଲି ଆଶା କରାଯାଉଛି।