Categories
ଆଜିର ଖବର

ବିଶ୍ବ କପ୍ ପାଇଁ ବିଷ, ଭାରତ ହାରିବା ପରେ ମ୍ରିୟମାଣ ହୋଇ ଓଡିଶାର ଜଣେ ପ୍ରଶଂସକ ପିଇଲେ ବିଷ, କିଏ ସେହି ବ୍ୟକ୍ତି

ସମୀକ୍ଷା ବ୍ୟୁରୋ

ଭାରତ ସେମିଫାନାଲରେ ହାରିଯିବା ଏବଂ ବିଶ୍ବକପରୁ ବିଦାୟ ନେବା ପରେ ସାରା ଭାରତର ପ୍ରଶଂସକମାନେ ମ୍ରିୟମାଣ ହୋଇପଡିଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ପ୍ରଶଂସକ ଭାରତ ହାରିବା ଖବରକୁ ହଜମ କରିପାରି ନ ଥିଲେ।ସେ ଏତେ ମ୍ରିୟମାଣ ହୋଇପଡିଲେ ଯେ ବିଷ ପିଇ ଆତ୍ମହତ୍ୟା କରିବାକୁ ମଧ୍ୟ ପଛେଇଲେ ନାହିଁ। ଏହି ଘଟଣାଟି ଆଉ କେଉଁଠି ନୁହେଁ ଘଟିଛି ଆମ ଓଡିଶାରେ। ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନୂଆ ଗାଁ ପଞ୍ଚାୟତ ଶିଙ୍ଗଭାଡି ଗ୍ରାମର ସମ୍ଭାର ଭୋଇ। ଘଟଣାଟି ହେଉଛି ଭାରତ ଜିତିବା ହାରିବା ନେଇ ବାଜି ଖେଳ। ସମ୍ଭାର କୁଆଡେ ସାଙ୍ଗମାନଙ୍କ ମଧ୍ୟରେ ବାଜି ଲଗାଇଥିଲେ। କହିଥିଲେ ଭାରତ ଯଦି ହାରିଯାଏ ତେବେ ସେ ଆତ୍ମହତ୍ୟା କରିବେ। ସମସ୍ତେ ଭାବିଥିଲେ ଯେ ସେ ଏମିତି ମଜାରେ କହୁଛି। ହେଲେ ଭାରତ ହାରିବା ପରେ ସତରେ ସେ ବିଷ ପିଇଦେଲେ। ସକାଳେ ସମ୍ଭାର ବିଲକୁ ଯାଇ ସେଠାରେ ବିଷ ପିଇ ଦେଇଥିଲେ। ପରେ ଘର ଲୋକେ ତାଙ୍କୁ ଖୋଜି ବିଲମଧ୍ୟରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କଲେ। ସଙ୍ଗେ ସଙ୍ଗେ ତାଙ୍କୁ ଧର୍ମଗଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କଲେ। ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବର୍ତ୍ତମାନ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।