Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ୟେସ୍‌ ବ୍ୟାଙ୍କରେ ସାଧାରଣ ଜନତାଙ୍କ ଅର୍ଥ ସୁରକ୍ଷିତ : ସୀତାରମଣ

ନୂଆଦିଲ୍ଲୀ : ୟେସ୍‌ ବ୍ୟାଙ୍କରେ ସଙ୍କଟ ଦେଖାଦେବା ପରେ ୟେସ୍‌ ବ୍ୟାଙ୍କର ଅଂଶଧନ ମୂଲ୍ୟରେ 80 ପ୍ରତିଶତ ହ୍ରାସ ଘଟିବା ପରେ ଏହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମତ ରଖିଛନ୍ତି । ୟେସ୍‌ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ସୁରକ୍ଷିତ ରହିଛି ଏବଂ ଜମାକାରୀ ଆଦୌ ଭୟଭୀତ ହେବା ଅନୁଚିତ ବୋଲି ସୀତାରମଣ ପ୍ରକାଶ କରିଛନ୍ତି । ଜମାକାରୀଙ୍କ ଅର୍ଥ ଏବଂ ସୁଧ ସୁରକ୍ଷିତ ଅବସ୍ଥାରେ ରହିଛି । ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ୍‌ ବ୍ୟାଙ୍କର ଆର୍ଥିକ ବ୍ୟବସ୍ଥାରେ ସୁଧାର ପାଇଁ ତତ୍ପର ଅଛନ୍ତି ବୋଲି ସୀତାରମଣ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆରବିଆଇ ପକ୍ଷରୁ ୟେସ୍‌ ବ୍ୟାଙ୍କ ଉପରେ ଏକମାସର ବାସନ୍ଦାଦେଶ ଲଗାଯିବା ପରେ ଏବଂ ୟେସ୍‌ ବ୍ୟାଙ୍କ ପକ୍ଷରୁ ସର୍ବାଧିକ ଉଠାଣ ରାଶିକୁ 50 ହଜାରକୁ ହ୍ରାସ କରାଯିବା ପରେ ଗ୍ରାହକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । (ଏଜେନ୍ସି)