Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 50 ହଜାର ପାର୍‌ କଲା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 52 ହଜାର 952ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 1783ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଦେଶରେ 35 ହଜାର 902 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 15 ହଜାର 267 ଜଣ ।

ଗତ 24 ଘଣ୍ଟାରେ ଦେଶରେ ପ୍ରାୟ 3500ଟି ନୂଆ ମାମଲା ଆସିଥିବାବେଳେ 90ଜଣଙ୍କର ମୃତ୍ୟୁ ହୋଇଛି । ଗତ ତିନି ମଧ୍ୟରେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି । ମଇ 4 ତାରିଖରେ ଦେଶରେ 41 ହଜାର ସଂକ୍ରମିତ ଥିବାବେଳେ ମେ 7 ତାରିଖରେ ଏହା 53 ହଜାର ପାଖରେ ପହଞ୍ଚିଛି ।

ତେବେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ  16 ହଜାର 758ଜଣ ଆକ୍ରାନ୍ତ ହୋଇଥିବାବେଳେ 651ଜଣଙ୍କ ଜୀବନ ଯାଇଛି। ସେହିପରି ଗୁଜୁରାଟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 396ରେ ପହଞ୍ଚିଥିବାବେଳେ ମଧ୍ୟପ୍ରଦେଶରେ 158ଜଣ, ରାଜସ୍ଥାନରେ 92, ଦିଲ୍ଲୀରେ 65, ଉତ୍ତରପ୍ରଦେଶରେ 60, ପଶ୍ଚିମବଙ୍ଗରେ 144, ଆନ୍ଧ୍ରପ୍ରଦେଶରେ 36, କଣ୍ଣାଟକରେ 29, ବିହାରରେ 4, ହରିୟାଣାରେ 7, ହିମାଚଳ ପ୍ରଦେଶ ଓ ଓଡ଼ିଶାରେ ଦୁଇ, ଜମ୍ମୁକାଶ୍ମୀରରେ 8,ଝାଡଖଣ୍ଡରେ ତିନି, କେରଳରେ 4, ତେଲେଙ୍ଗାନାରେ 29,ଉତ୍ତରାଖଣ୍ଡ, ଆସାମ, ଚଣ୍ଡୀଗଡରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ହିମାଚଳ ପ୍ରଦେଶ ଓ ଓଡ଼ିଶାରେ ଦୁଇ ଜଣ ଲେଖାଏଁ ମୃତ୍ୟବରଣ କରିଛନ୍ତି ।