ନୂଆଦିଲ୍ଲୀ, 30/12 : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୁରକ୍ଷା ଅଧିନିୟମ ଭଙ୍ଗ କରିଥିବା ନେଇ ସିଆରପିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି । ବିନା କୌଣସି ସୂଚନାରେ ବିଭିନ୍ନ ସ୍ଥାନକୁ ଭ୍ରମଣ କରି ସିଆରପିଏଫ୍ ନିୟମ ଭଙ୍ଗ କରିଛନ୍ତି ବୋଲି ସିଆରପିଏଫ୍ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ରବିବାର ପ୍ରିୟଙ୍କା କଂଗ୍ରେସ ପ୍ରତିଷ୍ଠା ଦିବସରେ ଯୋଗଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରିୟଙ୍କା ସୁରକ୍ଷା ଦାୟିତ୍ବରେ ରହିଥିବା ଅଧିକାରୀଙ୍କୁ ନ ଜଣାଇ ଲକ୍ଷ୍ନୌ ଯାଇଥିଲେ । ପରବର୍ତ୍ତୀ ସମୟରେ ପୋଲିସ ପ୍ରିୟଙ୍କାଙ୍କ ଗଳା ଦବାଇବା ନେଇ କଂଗ୍ରେସ ମହାସଚିବ ଅଭିଯୋଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ପ୍ରିୟଙ୍କାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ମିଳୁଥିବା ବେଳେ ସିଆରପିଏଫ୍ ସୁରକ୍ଷା ଦାୟିତ୍ବରେ ରହିଛି । (ଏଜେନ୍ସୀ)
Tag: crpf
ନୂଆଦିଲ୍ଲୀ, 29/12 : ନୂଆଦିଲ୍ଲୀରେ ନୂତନ ସିଆରପିଏଫ୍ ମୁଖ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସିଆରପିଏଫ୍ ଯବାନଙ୍କୁ ବାର୍ଷିକ 100 ଦିନ ଛୁଟି ମିଳିବା ନେଇ ଶାହା ଘୋଷଣା କରିଛନ୍ତି । ସରକାର ଖୁବ୍ ଶୀଘ୍ର ଏନେଇ ଏକ ନିୟମ ଆଣିବାକୁ ଯାଉଛନ୍ତି ବୋଲି ଶାହା ପ୍ରକାଶ କରିଛନ୍ତି । ପ୍ରତ୍ୟୋକ ଯବାନ ଦେଶ ପାଇଁ ସଦା ସର୍ବଦା କାର୍ଯ୍ୟରତ ରହିଥାନ୍ତି ତେଣୁ ଯେପରି ପ୍ରତ୍ୟୋକ ଯବାନ ନିଜ ପରିବାର ସହିତ 100 ଦିନ ବିତାଇବାର ସମୟ ପାନ୍ତି ସେ ସମ୍ପର୍କରେ ସରକାର ବିଚାର କରୁଛନ୍ତି ବୋଲି ଶାହା କହିଛନ୍ତି । ଏହା ସହିତ ଏ ନେଇ ଦେଶର ତିନି ସେନାମୁଖ୍ୟଙ୍କ ସହିତ ଆଲୋଚନା କରାଯାଉଥିବା ସମ୍ପର୍କରେ ଶାହା ସୂଚନା ଦେଇଥିଲେ । ଏହା ସହିତ ସମସ୍ତ ଯବାନଙ୍କ ପରିବାରକୁ ଏକ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ ଏବଂ ଏହି କାର୍ଡ ଜରିଆରେ ପରିବାରକୁ ବିଭିନ୍ନ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯିବ । ଏନେଇ ଅଖିଳ ଭାରତୀୟ ସ୍ବାସ୍ଥ୍ୟ ସେବା ସଙ୍ଗଠନ(ଏମ୍ସ) ସହିତ ଆଲୋଚନା ଚାଲିଛି ବୋଲି ଶାହା କହିଛନ୍ତି । କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ ଗୃହ ସଚିବ ଅଜୟ କୁମାର ଭଲ୍ଲା ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରୁଛନ୍ତି । (ଏଜେନ୍ସୀ)
ନୂଆଦିଲ୍ଲୀ,9/12: ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ରବିବାର ମଧ୍ୟରାତ୍ରରୁ ଏହି ଏନ୍କାଉଣ୍ଟର ଜାରି ରହିଛି । ଆର୍ମି ପୁଲିସ୍ ଏବଂ ସିଆରପିଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ସମୟରେ ଆତଙ୍କୀଙ୍କ ଏହି ଗୁପ୍ତ ଠିକଣାର ସନ୍ଧାନ ମିଳିଥିଲା । ଏହାପରେ ଉଭୟ ପକ୍ଷରୁ ଗୁଳିଚାଳନା ଜାରି ରହିଛି । ଘଟଣା ସ୍ଥଳରେ ତିନି ଆତଙ୍କବାଦୀ ଉପସ୍ଥିତ ଥିବା ଜଣାପଡିଛି । ଖବର ପ୍ରସ୍ତୁତି ବେଳକୁ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ଚାଳନା ଜାରି ରହିଛି । (ଏଜେନ୍ସୀ)
ରାଞ୍ଚି,9/12: ଝାରଖଣ୍ଡରେ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଳଢେଇ କାରଣରୁ 2 ଜଣଙ୍କ ପ୍ରାଣହାନି ଘଟିଛି । ମୃତକଙ୍କ ମଧ୍ୟରେ ଜଣେ କମାଣ୍ଡର ରହିଛନ୍ତି । ଯବାନଙ୍କ ମଧ୍ୟରେ ଝଗଡାର କାରଣ ଜଣା ପଡି ନାହିଁ । ଝଗଡାରୁ ଜଣେ ଯବାନ ନିଜ କମାଣ୍ଡରଙ୍କୁ ଗୁଳି ମାଡ କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ । ରାଞ୍ଚିର ଖେଲଗାଓଁରେ ଥିବା ସିଆରପିଏଫ୍ କ୍ୟାମ୍ପରେ ଏହି ଅଭାବନୀୟ ଘଟଣା ଘଟିଛି । କମ୍ପାନୀ କମାଣ୍ଡର ଏବଂ ଯବାନଙ୍କ ମଧ୍ୟରେ ବଚସା ହେବାରୁ ପ୍ରଥମେ କମାଣ୍ଡର ଏବଂ ପରେ ନିଜକୁ ଗୁଳି ମାରିଥିଲେ ଯବାନ । ଦୁଇ ଯବାନ ହେଉଛନ୍ତି କମ୍ପାନୀ କମାଣ୍ଡର ମେଲା ରାମ କୁରେ ଏବଂ ଯବାନ ବିକ୍ରମ ରାଜଓ୍ବାଡେ । (ଏଜେନ୍ସୀ)
ଲିବ୍ୟାରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ଭାରତ ପକ୍ଷରୁ ଏହାର ୧୫ ଜଣିଆ ସିଆରପିଏଫ୍ ବାହିନୀକୁ ଫେରାଇ ଅଣାଯାଇଛି। ପରସ୍ଥିତି ଖରାପ ହେବା ଯୋଗୁଁ ଲିବ୍ୟାର ରାଜଧାନୀ ଟ୍ରିପୋଲିରୁ ଫେରାଇ ଅଣାଯାଇଛି। ବର୍ତ୍ତମାନ ଲିବ୍ୟାର ମୁଖ୍ୟ ଖଲିଫା ହଫ୍ତର ଲିବ୍ୟା ସେନାକୁ ରାଜଧାନୀ ଟ୍ରିପୋଲି ଅକ୍ତିଆର କରିବାକୁ ନିର୍ଦ୍ଦେଶ ଦେବା ପରେ ଭାରତ ସେନା ଫେରସ୍ତ ଆଣିବାର ନିଷ୍ପତ୍ତି ନେଇଥିବା ଜଣା ପଡିଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଟ୍ୟୁନିସିଆରେ ରହିଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ୧୫ ଜଣ ସିଆରପିଏଫ୍ ଯବାନଙ୍କୁ ଉଦ୍ଧାର କରା ଯାଇଥିଲା। ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଏନେଇ ଟ୍ୟୁନିସିଆରେ ଅବସ୍ଥାପିତ ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଇଛନ୍ତି।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )
ସିଆରପିଏଫ୍ ବସ୍ ଉଡାଇବାକୁ କୁହାଯାଇଥିଲା
ବନିହାଲରେ ସିଆରପିଏଫ୍ ବସ୍ ଉପରେ ଆକ୍ରମଣର ୩୬ ଘଣ୍ଟା ମଧ୍ୟରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିଥିବା ନେଇ ଜମ୍ମୁ ଏବଂ କାଶ୍ମୀର ଡିଜିପି ଦିଲବାଗ ସିଂ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ନିଜ ବୟାନରେ କହିଛନ୍ତି ଯେ, ମୋତେ ବିସ୍ଫୋରଣ କରିବା ନିମନ୍ତେ ଫୋନ୍ ଜରିଆରେ ଆଦେଶ ମିଳିଥିଲା। ମୋ କାମ ଥିଲା କେବଳ ଗାଡି ଚଳାଇ ଯିବା ଏବଂ ବିସ୍ଫୋରଣ ନିମନ୍ତେ ସ୍ବିଚ୍ ଦବାଇବା। ପୋଲିସ୍ ପକ୍ଷରୁ ଅପରାଧୀଙ୍କ ନାମ ଗୋପନ ରଖାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ଡିଜିପି ଶ୍ରୀ ସିଂହ ପ୍ରକାଶ କରିଛନ୍ତି। ମାର୍ଚ୍ଚ ୩୦ ତାରିଖରେ ସିଆରପିଏଫ୍ ବସ୍ ନିକଟରେ ଏକ କାର ବୋମା ବିସ୍ଫୋରଣ କରାଯାଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି।
ଛତିଶଗଡ଼ରେ ନକ୍ସଲ ହମଲା : ଜଣେ ଯବାନ ସହିଦ
ଛତିଶଗଡ଼ର ନକ୍ସଲ ପ୍ରବଣ ଦାନ୍ତେୱାଡ଼ା ଜିଲ୍ଲାରେ ଗତକାଲି ମାଓବାଦୀମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ଏଥିରେ ୬ ଜଣ ଯବାନ୍ ଗୁରୁତର ଆହତ ହୋଇଥିବାବେଳେ ଜଣେ ଯବାନ୍ ଶହୀଦ୍ ହୋଇଛନ୍ତି। ଅରନପୁରାରେ ଚାଲିଥିବା ରାସ୍ତା କାମ ପାଇଁ ୨୩୧ ବାଟାଲିୟନର ସିଆରପିଏଫ୍ ଯବାନମାନେ ଏକ କନଭୟରେ ଯାଉଥିବା ସମୟରେ ଏଭଳି ଆକ୍ରମଣ ହୋଇଛି। ତେବେ କୋଣ୍ଡାପରା ଓ କମଲପୁର ଗାଁ ମଧ୍ୟରେ ଥିବା ଜଙ୍ଗଲ ନିକଟରେ ହିଁ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡ଼ି ନିକଟରେ ପ୍ରଥମେ ଆଇଇଡି ବିସ୍ଫୋରଣ କରିଥିଲେ। ଯବାନଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଛି। ଏହି ହମ୍ଲାରେ ସିଆରପିଏଫ୍ର ଜଣେ ହେଡ୍ କନଷ୍ଟେବଲ ସହିଦ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।
ଛତିଶଗଡ଼ ଜିଲ୍ଲାର ଦନ୍ତେଓ୍ଵାଡ଼ାଠାରେ ମାଓବାଦୀମାନେ ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ୍ ଫୋର୍ସଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏହି ମାଓ ଆକ୍ରମଣରେ ୬ ଜଣ ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ୍ ଫୋର୍ସ(ସିଆର୍ପିଏଫ୍) ଯବାନ ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ହସ୍ପିଟାଲ୍କୁ ନିଆଯାଇଛି। ମାଓବାଦୀମାନେ ଆକ୍ରମଣ ବେଳେ ଆଇଡି ବ୍ୟବହାର କରିଛନ୍ତି ବୋଲି ସୂଚନା ରହିଛି। ଦନ୍ତେଓ୍ଵାଡାରେ ମାଓବାଦୀମାନେ ଆକ୍ରମଣ କରିବା ପରେ ଏନ୍କାଉଣ୍ଟର୍ ଆରମ୍ଭ ହୋଇଯାଇଛି। ଆହତ ଯବାନଙ୍କ ଭିତରେ ଦୁଇଜଣଙ୍କର ଅବସ୍ଥା ଗୁରୁତର ରହିଛି।
କେଦାର ମିଶ୍ର
ଚାଳିଶ ଟି ଅମୂଲ୍ୟ ଜୀବନର ଭରଣା କେବେ ବି ହୋଇପାରିନ ନାହିଁ। ଗତ ୧୪ ତାରିଖ ଦିନ ସାରା ଦେଶ ଯେତେବେଳେ ପ୍ରେମର ଦିବସ ପାଳୁଥିଲା, ସେତେବେଳେ ଚରମ ସନ୍ତ୍ରାସର ଶୀକାର ହୋଇ ଆମର କେନ୍ଦ୍ରୀୟ ସ୍ଵତନ୍ତ୍ର ସୁରକ୍ଷା ବଳର ଚାଳିଶ ଜଣ ଜବାନ ଶହୀଦ ହେଲେ। ଯେ କୌଣସି ଦେଶ ଲାଗି ନିଜ ଶହୀଦର ରକ୍ତ ସବୁଠୁ ବଡ ଭାବ ପ୍ରବଣତା ର ବିଷୟ। ଏଇ ଘଟଣାକୁ ନେଇ ସାରା ଦେଶ ମର୍ମାହତ ଓ ସମସ୍ତଙ୍କ ମନରେ ଏହାକୁ ନେଇ କ୍ଷୋଭ, କ୍ରୋଧ ଓ ପ୍ରତିଶୋଧର ଭାବନା ରହିଛି। ତେବେ ଏହି ଘଟଣାକୁ ନେଇ କିଛି ଏମିତି ପ୍ରତିକ୍ରିୟା ବି ଆସୁଛି, ଯାହା ଶହୀଦଙ୍କର ବଳିଦାନକୁ ବ୍ୟର୍ଥ କରିଦେବାର ସମ୍ଭାବନା ରହିଛି। ଶହୀଦଙ୍କର ରକ୍ତ ନ ଶୁଖୁଣୁ ତାକୁ ନେଇ ଆମର ପ୍ରତିକ୍ରିୟା ବେଳେ ବେଳେ ନାଟକୀୟ ସ୍ତର କୁ ଅତିକ୍ରମ କରି ଅତି ନାଟକୀୟ ହୋଇ ଉଠୁଛି। ଟେଲିଭିଜନ ପର୍ଦ୍ଦାରେ ଆମର ସାମ୍ବାଦିକ ମାନେ ଏମିତି ବ୍ୟବହାର କରୁଛନ୍ତି, ସତେକି ସେମାନେ ଏଇନା ସୀମାନ୍ତରେ ପହଞ୍ଚି ପାକିସ୍ତାନକୁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରିଦେବେ। ସମାନ ଅବସ୍ଥା ସୋସିଆଲ ମିଡିଆରେ ମଧ୍ୟ ଆମେ ଦେଖୁଛୁ। କିଛି ଲୋକଙ୍କର ଦେଶପ୍ରେମ ସେଇ ଫେସବୁକ ଓ ଟୁଇଟର କାନ୍ଥରେ ଇ ସୀମିତ। ଅତି ବେଶୀରେ ମହମବତୀ ଟିଏ ଜାଳିବା କିମ୍ବା ଶହୀଦ ଅମର ରହେ ବୋଲି ସ୍ଲୋଗାନ ଦେବା ପର୍ୟନ୍ତ ଆମେ ଯାଇ ପାରିବା।
ଦୁର୍ଭାଗ୍ୟର କଥା ହେଉଛି, ଗତ ତିନୋଟି ପ୍ରମୁଖ ଆତଙ୍କବାଦୀ ଆକ୍ରମଣ ସମୟରେ ଆମର ପ୍ରତିକ୍ରିୟାର ସ୍ଵରୂପ ଓ ପରିଣାମ ପ୍ରାୟ ସମାନ ରହିଛି। ୨, ଜାନୁଆରୀ ୨୦୧୬ ର ପଠାନକୋଟ ଏୟାର ବେସ ଉପରେ ଆକ୍ରମଣ ଓ ୧୮, ସେପ୍ଟେମ୍ବର ୨୦୧୬ରେ ଉରି ସ୍ଥିତ ସେନା ଶିବିର ଉପରେ ଆକ୍ରମଣ ପରବର୍ତ୍ତୀ ସମୟରେ ଆମର ଯେଉଁ ପ୍ରକାର ପ୍ରତିକ୍ରିୟା ଥିଲା ଆଜି ବି ଠିକ ସେଇ ସମାନ ଢଙ୍ଗରେ ଆମେ ପ୍ରତିକ୍ରିୟା ପ୍ରକାଶ କରୁଛୁ। ଗୋଟେ ସମୟରେ କଂଗ୍ରେସ ସରକାର ଥିବା ବେଳେ ଆମ ପ୍ରତିକ୍ରିୟା ଯେମିତି ଥିଲା, ଆଜିର ପ୍ରତିକ୍ରିୟା ତାଠୁ ଢେର ଅଲଗା। ମନେ ପକାନ୍ତୁ, କଂଗ୍ରେସ ସରକାର ଅମଳରେ ଯେତେବେଳେ ବି କୌଣସି ପ୍ରକାର ଆତଙ୍କବାଦୀ ଆକ୍ରମଣ ଘଟଣା ଘଟୁଥିଲା, ସେତେବେଳେ ସରକାରକୁ ଆମେ ତୀବ୍ର ସମାଲୋଚନା କରୁଥିଲୁ। ମୁମ୍ବାଇ ଆକ୍ରମଣ ଘଟଣା ପରେ ଦେଶର ଗୃହ ମନ୍ତ୍ରୀ ଶିବରାଜ ପାଟିଲ, ତତ୍କାଳୀନ ସୁରକ୍ଷା ପରାମର୍ଶଦାତା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖ ଓ ଉପ ମୁଖ୍ୟମନ୍ତ୍ରୀ ଆର.ଆର. ପାଟିଲ ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ନେତ୍ରୀ ମାନେ ମନମୋହନ ସିଂ ସରକାରକୁ କାପୁରୁଷ ବୋଲି କହି ଚୁଡି ପଠାଉଥିଲେ।
ସୌଭାଗ୍ୟକ୍ରମେ ଆଜି ସେ ପରିସ୍ଥିତି ବଦଳି ଯାଇଛି। ଆଜି ପୁଲବାମା ଆତଙ୍କବାଦୀ ଘଟଣାକୁ ସମାନ ଭାବରେ ସବୁ ଦଳ ନିନ୍ଦା କରିଥିବା ବେଳେ ଦେଶର ସର୍ବ ବୃହତ ବିରୋଧୀ ଦଳର ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ସହିତ ଠିଆ ହୋଇଛନ୍ତି। ଆଜି କେହି ପ୍ରଧାନମନ୍ତ୍ରୀ ବା ଗୃହ ମନ୍ତ୍ରୀ ବା ପ୍ରତିରକ୍ଷା ପରାମର୍ଶଦାତାଙ୍କ ଇସ୍ତଫା ମାଗୁନାହାନ୍ତି। ସମସ୍ତେ ଏକାଠି ରହିବା ଦେଶର ସାର୍ବଭୌମତ୍ଵ ପ୍ରତି ଏକ ଶୁଭ ସଙ୍କେତ। ହେଲେ ସୋସିଆଲ ମିଡିଆ ଏ ପ୍ରକାର ଏକତା ପ୍ରଦର୍ଶନ କରୁଛି କି? ଏଠି ରୋଜ ଶହୀଦଙ୍କ ମୃତ ଦେହକୁ ନେଇ ଶହ ଶହ ମିଛ ଖବର ପରିବେଷଣ କରାଯାଉଛି। ସବୁଠୁ ଅଶ୍ଳୀଳ ଦୃଶ୍ୟ ହେଉଛି ଶହୀଦଙ୍କ ଶୋକାତୁର ପରିବାର ସଦସ୍ୟଙ୍କ ଆଗରେ ଠିଆ ହୋଇଥିବା ଟେଲିଭିଜନ ଚାନେଲମାନଙ୍କର ବୁମ।ଆମକୁ ତୁରନ୍ତ ପ୍ରତିକ୍ରିୟା ଦରକାର। ଶୋକ ଓ ଲୁହକୁ ନେଇ ଏକ ସରଗରମ ଟିଆରପି ବଜାର ଖୋଜୁଥିବା ଆମର ଗଣମାଧ୍ୟମ, ଶହୀଦଙ୍କ ବାପା, ମା, ସ୍ତ୍ରୀ, ଛୁଆଙ୍କୁ ଏମିତି ପ୍ରଶ୍ନ ସବୁ ପଚାରୁଛନ୍ତି, ଯାହାକୁ ଅମାନବୀୟ ଛଡା ଆଉ କିଛି କୁହାଯାଇପାରିବ ନାହିଁ।
ଏହା ସହିତ ଆଉ ଏକ ଗୋଷ୍ଠୀ ଅଛନ୍ତି,ଯେଉଁମାନେ ଖୁନ କା ବଦଲା ଖୁନ ବୋଲି ଚିତ୍କାର କରି ଚାଲିଛନ୍ତି। ତେବେ ପୁଲବାମା ଘଟଣାର ପ୍ରତିଶୋଧ କେମିତି ନିଆଯିବ ସେ ଦାୟିତ୍ଵ ସେନାବାହିନୀର। ତାକୁ ନେଇ ଭାଷଣବାଜିର ମାନେ କଣ? ପୁଲବାମା ଘଟନା ପରେ ଆମର ପ୍ରଧାନମନ୍ତ୍ରୀ ଗୋଟେ ପରେ ଗୋଟେ ରାଜନୈତିକ ରାଲିରେ ଭାଷଣ ଦେଇ ଭୋଟ ମାଗି ଚାଲିଛନ୍ତି। ଏ ଦୃଶ୍ୟ କାହାକୁ ଅଶ୍ଳୀଳ ମାନେ ହେଉନି କେମିତି? ଏତେ ବଡ ଆତଙ୍କବାଦୀ ଘଟଣାରେ ଯେତେବେଳେ ସବୁ ରାଜନୈତିକ ଦଳ ଏକାଠି ହୋଇ ସନ୍ତ୍ରାସବାଦ ବିରୋଧରେ ସଂକଳ୍ପ କରୁଛନ୍ତି, ସେ ସଭାରେ ଦେଶର ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବା ନିହାତି ଉଚିତ ନଥିଲା କି? ଗୃହ ମନ୍ତ୍ରୀଙ୍କୁ ଦାୟିତ୍ଵ ଦେଇ ପ୍ରଧାନମନ୍ତ୍ରୀ ଭାଷଣରେମ୍ଯାଗନା ଥିବା ଆମର ପ୍ରଧାନମନ୍ତ୍ରୀଙ୍କୁ କେହି ଜେନ କହିବା ଉଚିତ ନୁହଁ କି, ମହାଶୟ! ଆପଣ ଦିନେ ଦୁଇ ଦିନ ରାଲି ନକଲେ, ବିଶେଷ କିଛି ଅସୁବିଧା ହେବ ନାହିଁ ତ!! ଆମର ମାନେ ପଡୁଛି, ଗୋଟେ ସମୟରେ ଗୃହ ମନ୍ତ୍ରୀ ଶିବରାଜ ପାଟିଲ ନିଜର କୁର୍ତ୍ତା ବଦଳାଇଲେ ବୋଲି ତାଙ୍କୁ ଛି ଛାକର କରା ଯାଇଥିଲା। ଆଜି ପ୍ରଧାନମନ୍ତ୍ରୀ କେତେ ହଳ ଡ୍ରେସ ବଦଲା କରିଛନ୍ତି, ତାର ହିସାବ କିଏ ଦେବ?
ଦେଶପ୍ରେମ ଆମ ଅନ୍ତର ଭିତରେ ଅଛି ଓ ରହିବ। ନାଟକବାଜିରେ ଦେଶପ୍ରେମର ପ୍ରତିଫଳନ ଘଟେନାଇଁ। ଆଜିର ସମୟରେ ଆମକୁ ବହୁ କଠିନ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡିବ। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଭଳି ଅତ୍ୟନ୍ତ ସୁରକ୍ଷିତ ବଳୟରେ କୁଇଣ୍ଟାଲ ଟେ ଆରଡ଼ିଏକ୍ସ ନେଇ ଗୋଟେ କାର ଆସି ପାରିଲା କେମିତି? ଜୈଶ-ଏ-ଅହମଦ ସଂଗଠନର କାଶ୍ମୀର ୟୁନିଟ କୁ ପୂରା ନିପାତ କରିଦିଆ ଯାଇଛି ବୋଲି କିଛି ଦିନ ତଳେ ଦାବୀ କରାଯାଇଥିଲା, ତାହେଲେ ଏପ୍ରକାର ଆତ୍ମଘାତି ସନ୍ତ୍ରାସବାଦୀଙ୍କ ଗୋଷ୍ଠୀ ଆସିଲେ କେମିତି? ସର୍ଜିକାଲ ଷ୍ଟ୍ରାଇକ ପରେ ସୀମା ସେପାଖେ ଆତଙ୍କବାଦୀ ଶିବିର ସବୁ ଧ୍ଵଂସ ହୋଇ ଯାଇଛି ଓ ବିମୁଦ୍ରାକରଣ ପରେ କାଶ୍ମୀର ସନ୍ତ୍ରାସବାଦୀଙ୍କ ଅଣ୍ଟା ଭାଙ୍ଗି ଯାଇଛି ବୋଲି ଯାହା କୁହା ଯାଉଥିଲା, ସେ ଦାବି ସବୁ ଜୁମଲା ଥିଲା କି?
ଆଜିର ସଙ୍କଟଜନକ ସମୟରେ ଆମକୁ ଏ ସବୁ ପ୍ରଶ୍ନ ପଚାରିବାକୁ ପଡିବ। ଆମ ଶହୀଦଙ୍କ ରକ୍ତର ମୂଲ୍ୟ ଯେମିତି ନିର୍ବାଚନୀ ପାଣ୍ଠି ଭାବରେ ବ୍ୟବହୃତ ନହୁଏ ସେଥି ପ୍ରତି ସତର୍କ ନଜର ରଖିବା ପ୍ରତ୍ୟେକ ଦେଶପ୍ରେମୀ ନାଗରିକଙ୍କ ପ୍ରାଥମିକ କର୍ତ୍ତବ୍ୟ ହେବା ଉଚିତ।