Categories
ଆଜିର ଖବର ସ୍ବାସ୍ଥ୍ୟ

କରୋନା ବିରୋଧରେ ଲଢେଇ ପାଇଁ ଭାରତକୁ ମିଳିଲା ଆଉ ଏକ ଅସ୍ତ୍ର, ୧୨-୧୮ ବର୍ଷ କିଶୋରଙ୍କୁ ମିଳିବ ଟୀକା

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ବିରୋଧରେ ଲଢେଇରେ ଭାରତକୁ ଆଉ ଏକ ଅସ୍ତ୍ର ମିଳିଛି। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (DCGA) ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ବାୟୋଲୋଜିକାଲ ଇ-କରୋନା ଭ୍ୟାକ୍ସିନ୍ କର୍ବେଭ୍ୟାକ୍ସକୁ ଚୂଡ଼ାନ୍ତ ଅନୁମୋଦନ ଦେଇଛି। କର୍ବେଭ୍ୟାକ୍ସ ଟିକା ଏକ ମାଂସପେଶୀ ମାଧ୍ୟମରେ ଶରୀରରେ ପହଂଚିବ ଏବଂ ଏହାକୁ ୨୮ ଦିନ ମଧ୍ୟରେ ଦୁଇଟି ମାତ୍ରାରେ ଗ୍ରହଣ କରିବାକୁ ପଡିବ। ଏହି ଟିକା ସଂରକ୍ଷଣ ଦୁଇରୁ ଆଠ ଡିଗ୍ରୀ ସେଲସିୟସରେ କରାଯାଏ।

ଏହାପୂର୍ବରୁ ଫେବୃଆରୀ ୧୪ ତାରିଖରେ, DCGA ର ବିଶେଷଜ୍ଞ କମିଟି କିଛି ସର୍ତ୍ତ ସହିତ ବାୟୋଲୋଜିକାଲ ଇ’ର କୋଭିଡ-୧୯ ଟିକା ‘କର୍ବେଭ୍ୟାକ୍ସ’ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପାଇଁ ସୁପାରିଶ କରିଥିଲେ। NITI ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭି.କେ ପାଲ କହିଥିଲେ ଯେ, ଟୀକାକରଣର ଅତିରିକ୍ତ ଆବଶ୍ୟକତା ଏବଂ ଏଥିପାଇଁ ଅଧିକ ଜନସଂଖ୍ୟା ଅନ୍ତର୍ଭୁକ୍ତ କରିବା ପାଇଁ ନିୟମିତ ସମୀକ୍ଷା କରାଯାଏ। ସୀମିତ ଆଧାରରେ ଜରୁରୀକାଳୀନ ପରିସ୍ଥିତି ପାଇଁ DCGI ପୂର୍ବରୁ ଡିସେମ୍ବର ୨୮ ତାରିଖରେ କର୍ବେଭ୍ୟାକ୍ସକୁ ଅନୁମୋଦନ ଦେଇଥିଲା। କୋଭିଡ-୧୯ ବିପକ୍ଷରେ ଭାରତରେ ଏହା ଏକ ଆରବିଡି ଆଧାରିତ ଟିକା।