Categories
ଆଜିର ଖବର ଜାତୀୟ ଖବର

ମିଳିଲା ନାହିଁ ଆମ୍ବୁଲାନ୍ସ : ଅଟୋରେ ନିଆଗଲା କରୋନା ଆକ୍ରାନ୍ତଙ୍କ ଶବ

ତେଲେଙ୍ଗାନା : ଦେଶରେ କରୋନା ଭାଇରସ୍‌ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ମଧ୍ୟରେ କରୋନା ରୋଗୀଙ୍କୁ ନେଇ ଅନେକ ହୃଦୟ ବିଦାରକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି । କରୋନାକୁ ନେଇ ପ୍ରଶାସନର ଦାୟିତ୍ବହୀନତାର ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଭାଇରାଲ୍‌ ହୋଇଥିବା ଫଟୋଟି ତେଲେଙ୍ଗାନାର ବୋଲି ଜଣାପଡିଛି ।

ତେଲେଙ୍ଗାନା ନିଜାମାବାଦ ସହରରେ କରୋନା ସଂକ୍ରମିତ ଶବକୁ ଅଟୋ ରିକ୍ସା ସାହାଯ୍ୟରେ କବ୍ରସ୍ଥାନକୁ ନିଆଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ, ହସ୍ପିଟାଲରେ ଜଣେ 50 ବର୍ଷୀୟ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ସିଧାସଳଖ ତାଙ୍କ ଶବକୁ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା । ହସ୍ପିଟାଲ ତରଫରୁ ଆମ୍ବୁଲାନ୍ସର ସୁବିଧା ମଧ୍ୟ ଦିଆଯାଇନଥିଲା । ତେବେ ହସ୍ପିଟାଲର ସୁପରିଟେଣ୍ଡେଣ୍ଡ କହିଛନ୍ତି ଯେ, ମୃତକଙ୍କ ପରିଜନ ହସ୍ପିଟାଲରେ କାମ କରୁଥିବାରୁ ତାଙ୍କ ଅନୁରୋଧରେ ଶବକୁ ପରିବାକୁ ହସ୍ତାନ୍ତର କରାଯାଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, କରୋନା ମୃତକଙ୍କ ଶବ ସଂସ୍କାର ପାଇଁ ସରକାରୀ ଗାଇଡଲାଇନ୍‌ ରହିଥିବାବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ନିୟମ ବାହାରେ ପରିବାରକୁ ଶବ ହସ୍ତାନ୍ତର କରିବା ସହ ଶବ ପାଇଁ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରିପାରିନାହାନ୍ତି । ଏହି ଦୃଶ୍ୟଟିକୁ ଦେଖିଲେ କରୋନାକୁ ନେଇ ପ୍ରଶାସନର ଆଭିମୁଖ୍ୟ ସ୍ପଷ୍ଟ ରୂପେ ଅନୁମାନ କରାଯାଇପାରୁଛି ।