Categories
ଆଜିର ଖବର

ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ : ଗାନ୍ଧୀ ପରିବାର ସମେତ ବିଭିନ୍ନ ନେତାଙ୍କ ଶ୍ରଦ୍ଧାଞ୍ଜଳି

ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଦିଲ୍ଲୀର ବୀର ଭୂମିରେ ରାଜୀବଙ୍କ ୨୮ ତମ ତିରୋଧାନ ଦିବସ ଅବସରରେ ଗାନ୍ଧୀ ପରିବାର ସମେତ ବିଭିନ୍ନ ରାଜନୈତିକ ନେତା ରାଜୀବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବରୀଭୂମିରେ ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ, କଂଗ୍ରେସ ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ୍ଟର ଜରିଆରେ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମାନବ ବୋମା ବିସ୍ଫୋରଣରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା। ଏହି ଦିବସକୁ ଆତଙ୍କବାଦ ବିରୋଧୀ ଦିବସ ଭାବେ ପାଳନ କରାଯିବା ଉଚିତ୍‌ ବୋଲି ମୋଦି ଟ୍ବିଟ୍ଟର ଜରିଆରେ ଲେଖିଛନ୍ତି। ସେହିପରି ମମତା ବାନାର୍ଜୀ ଏବଂ ସାମ୍‌ ପିଟ୍ରୋଡା ମଧ୍ୟ ଟ୍ବିଟ୍ଟର ଜରିଆରେ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।