Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ 2020 : ଘୋଷଣାପତ୍ର ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସିଲାଣି । ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଆଜି କଂଗ୍ରେସ ଦଳ ଦିଲ୍ଲୀ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି । ଦିଲ୍ଲୀ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ସୁଭାଷ ଚୋପ୍ରା, ଦଳର ନେତା ଆନନ୍ଦ ଶର୍ମା ଓ ଅଜୟ ମାକନ୍‌ଙ୍କ ଉପସ୍ଥିତିରେ କଂଗ୍ରେସ ଦିଲ୍ଲୀ ନିର୍ବାଚନ ପାଇଁ ଘୋଷଣା ପତ୍ର ଜାରି କରିଛି। କଂଗ୍ରେସ ଏହି ଘୋଷଣାପତ୍ରରେ 300 ୟୁନିଟ୍‌ ମାଗଣା ବିଜୁଳି ଦେବାର ପ୍ରତିଶ୍ରୁତି ଦେଇଛି । ଏହା ସହିତ ଯୁବା ସ୍ବାଭିମାନ ଯୋଜନା ଆଧାରରେ ସ୍ନାତକ ଯୁବକଙ୍କୁ ମାସିକ ପାଞ୍ଚ ହଜାର ଟଙ୍କାର ବେରୋଜଗାରୀ ଭତ୍ତା ଦେବା ପାଇଁ ଘୋଷଣା କରିଥିବାବେଳେ ସ୍ନାତକୋତ୍ତର ଯୁବକଙ୍କ ପାଇଁ 7,500ଟଙ୍କା ଭତ୍ତାର ଘୋଷଣା କରିଛି । କଂଗ୍ରେସ ଦିଲ୍ଲୀରେ 100 ଇନ୍ଦିରା କ୍ୟାଣ୍ଟିନ୍‌ ଖୋଲିବାର ମଧ୍ୟ ପ୍ରତିଶ୍ରୁତି ରଖିଛି । ଏହି କ୍ୟାଣ୍ଟିନ୍‌ରେ 15 ଟଙ୍କାରେ ଖାଦ୍ୟ ଦିଆଯିବା ବୋଲି ସୂଚନା ରହିଛି । ସେହିପରି ଏହି କ୍ୟାଣ୍ଟିନ୍‌କୁ ମହିଳାଙ୍କ ଦ୍ବାରା ପରିଚାଳିତ ହେବ ।  ସେହିପରି ଦିଲ୍ଲୀରେ ରହିଥିବା କଚ୍ଚା କଲୋନୀଙ୍କୁ ଆଗାମୀ ପାଞ୍ଚବର୍ଷରେ ବିକଶିତ କରିବାର ଯୋଜନା ରହିଛି ଏହି ଘୋଷଣାପତ୍ରରେ । (ଏଜେନ୍ସି)