Categories
ଆଜିର ଖବର ଜାତୀୟ ଖବର

‘ଦିଲ୍ଲୀ ସରକାରଙ୍କ ଉତ୍ତରରେ ଆମେ ସନ୍ତୁଷ୍ଟ ନୁହଁ’: ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ: ଆଜିକାଲି ଦେଶର ରାଜଧାନୀରେ ପ୍ରଦୂଷଣ ବୃଦ୍ଧି ପାଉଛି। ରାଜଧାନୀରେ ପ୍ରଦୂଷଣ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ଦିଲ୍ଲୀ ସରକାରଙ୍କ ଉତ୍ତରରେ ସନ୍ତୁଷ୍ଟ ନୁହଁନ୍ତି ବୋଲି କୋର୍ଟ କହିଛନ୍ତି।

ଏହି ଶୁଣାଣି ସମୟରେ ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣ ସୁପ୍ରିମକୋର୍ଟରେ କହିଛନ୍ତି ଯେ, ଲାଞ୍ଚ ଦେଇ ଟ୍ରକ୍ ଗୁଡିକ ଦିଲ୍ଲୀରେ ପ୍ରବେଶ କରୁଛନ୍ତି। ଏହା ଉପରେ କୋର୍ଟ କହିଛନ୍ତି ଯେ, ସମସ୍ତ ୧୧୩ ପ୍ରବେଶ ପଏଣ୍ଟରେ ପୋଲିସ ଅଧିକାରୀ ନିଯୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ କହିବେ। ମନିଟରିଂ ପାଇଁ ପାରା-ଲିଗାଲ୍ ସ୍ବେଚ୍ଛାସେବୀ ନିଯୁକ୍ତ କରିବାକୁ ଦିଲ୍ଲୀ ଆଇନ ସେବା ପ୍ରାଧିକରଣକୁ ମଧ୍ୟ କହିବେ।

ପରିବହନ ବିଭାଗର ଅଧିକାରୀମାନେ ଟ୍ରକକୁ ଅଟକାଉଛନ୍ତି ବୋଲି ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ଦାବି କରିଛନ୍ତି। ଏହା ଉପରେ କୋର୍ଟ କହିଛନ୍ତି ଯେ, କେତେ ଚେକ୍ ପଏଣ୍ଟ କରାଯାଇଛି ତାହା ରେକର୍ଡରୁ ସ୍ପଷ୍ଟ ହୋଇନାହିଁ। କୋର୍ଟ କହିଛନ୍ତି ଯେ, ଆମେ କିଛି ଯୁବ ଆଇନଜୀବୀଙ୍କୁ ନିଯୁକ୍ତ କରିବୁ ଯେଉଁମାନେ ଦିଲ୍ଲୀର ପ୍ରବେଶ ପଏଣ୍ଟକୁ ଯାଇ ରିପୋର୍ଟ ପ୍ରସ୍ତୁତ କରିବେ ଏବଂ ସେମାନଙ୍କୁ କୋର୍ଟରେ ଦାଖଲ କରିବେ। ସିସିଟିଭି ଫୁଟେଜ ଉପରେ ମଧ୍ୟ ନଜର ରଖାଯିବ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀ ସରକାରଙ୍କ ଉତ୍ତରରେ ଆମେ ସନ୍ତୁଷ୍ଟ ନୁହଁ। କେତେ ଏଣ୍ଟ୍ରି ପଏଣ୍ଟ ଅଛି ଏବଂ କେଉଁଠାରେ ଏହାର ଅଧିକାରୀମାନେ ଉପସ୍ଥିତ ଅଛନ୍ତି ତାହା ଜଣାଇବାକୁ ସକ୍ଷମ ହୋଇନାହିଁ। ଆମିକସ୍ କ୍ୟୁରି ଆମକୁ କହିଛନ୍ତି ଯେ, ସମୁଦାୟ ୧୧୩ ପ୍ରବେଶ ପଏଣ୍ଟ ଅଛି ଏବଂ କେବଳ ୧୩ ଟିରେ ସିସିଟିଭି କ୍ୟାମେରା ଅଛି। ଏଥିରୁ ଜଣାପଡୁଛି ଟ୍ରକ୍ ଅନ୍ୟ ପଏଣ୍ଟରୁ ପ୍ରବେଶ କରୁଛି। ଆମେ ସମସ୍ତ ୧୧୩ ସ୍ଥାନରେ ତୁରନ୍ତ ଚେକ୍ ପୋଷ୍ଟ କରିବାକୁ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଉଛୁ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ୧୩ ଟି ପ୍ରବେଶ ପଏଣ୍ଟରେ ସିସିଟିଭି କ୍ୟାମେରା ଲଗାଯାଇଛି। ଆମିକସ୍ କ୍ୟୁରିଙ୍କୁ ସେମାନଙ୍କର ଫୁଟେଜ୍ ଦିଅ, ଅବଶିଷ୍ଟ ୧୦୦ ଉପରେ କୌଣସି ଅନୁସନ୍ଧାନ କରାଯାଉ ନ ଥିବା ଜଣାପଡିଛି। ଆମେ ଖୁସି ଯେ, ୧୩ ଓକିଲ କୋର୍ଟ କମିଶନର ଭାବରେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି। ଦିଲ୍ଲୀର ପ୍ରବେଶ ପଏଣ୍ଟ ପରିଦର୍ଶନ କରିବା ପାଇଁ ଏହି କୋର୍ଟ କମିଶନରମାନଙ୍କୁ ସୁବିଧା ଏବଂ ଆବଶ୍ୟକ ସୁରକ୍ଷା ଦିଆଯିବା ଉଚିତ୍। ୧୩ କୋର୍ଟ କମିଶନର ଭାବେ ନିଯୁକ୍ତ ସମସ୍ତ ଓକିଲଙ୍କ ସହିତ ଆଡଭୋକେଟ୍ ଆଦିତ୍ୟ ପ୍ରସାଦ ସମନ୍ୱୟ ରକ୍ଷା କରିବେ। ସମସ୍ତ କୋର୍ଟ କମିଶନରମାନେ ରିପୋର୍ଟ କରିବା ଉଚିତ୍। ଆସନ୍ତା ସୋମବାର ଶୁଣାଣି ହେବ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଉପରେ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତା ଖରାପ ହେବା ସମସ୍ୟାର ସମାଧାନ ପାଇଁ ଅଂଶୀଦାରମାନଙ୍କ ପ୍ରସ୍ତୁତି ଆକଳନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବିଶେଷ କରି ଶୀତ ଋତୁ ପାଖେଇ ଆସୁଥିବା ବେଳେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଧାନ ଫସଲ ଅପଶିଷ୍ଟ ପୋଡ଼ିବା, ଯାନବାହନ ହେଉଥିବା ଅଙ୍ଗାରକାମ୍ଳ ନିର୍ଗମନ, ସଡ଼କ ଓ ନିର୍ମାଣସ୍ଥଳୀରୁ ସୃଷ୍ଟ ଧୂଳି, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଡିଜେଲ ଜେନେରେଟର (ଡିଜି) ସେଟ୍ ସମେତ ବିଭିନ୍ନ ଉତ୍ସରୁ ସୃଷ୍ଟି ହେଉଥିବା ପ୍ରଦୂଷଣର ମୁକାବିଲା ଲାଗି ଚାଲିଥିବା ପ୍ରୟାସର ସମୀକ୍ଷା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଶୀତ ଋତୁରେ ବାୟୁର ଗୁଣବତ୍ତା ଖରାପ ହେବାରୁ ଏହାକୁ ରୋକିବା ପାଇଁ ସମସ୍ତ ସଂପୃକ୍ତ ଏଜେନ୍ସି ଦ୍ୱାରା ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)କୁ କଡ଼ାକଡ଼ି ଓ ଠିକ୍ ସମୟରେ କାର୍ଯ୍ୟକାରୀ କରିବା ଉପରେ ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ।

ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍)ର ଅଧ୍ୟକ୍ଷ ଶ୍ରୀ. ରାଜେଶ ବର୍ମା ଆଗାମୀ ଫସଲ ଅମଳ ଋତୁରେ ଧାନ ନଡ଼ା ସୃଷ୍ଟି ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। ପଞ୍ଜାବରେ ୧୯.୫୨ ନିୟୁତ ଟନ୍ ଏବଂ ହରିୟାଣାରେ ୮.୧୦ ନିୟୁତ ଟନ୍ ନଡ଼ା ବାହାରିବା ନେଇ ଆକଳନ କରାଯାଇଥିବା ସେ କହିଥିଲେ। ଉଭୟ ରାଜ୍ୟ ଚଳିତ ବର୍ଷ ଫସଲ ଅପଶିଷ୍ଟ ପୋଡ଼ିବା ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପଞ୍ଜାବ ଏହାର ୧୧.୫ ନିୟୁତ ଟନ୍ ଧାନ ନଡ଼ାକୁ କ୍ଷେତରେ ହିଁ ଫସଲ ଅପଶିଷ୍ଟ ପରିଚାଳନା ମାଧ୍ୟମରେ ପରିଚାଳନା କରିବାକୁ ଯୋଜନା କରିଛି ଏବଂ ଅବଶିଷ୍ଟକୁ ବାହାରେ ପରିଚାଳନା କରିବାକୁ ଯୋଜନା କରିଛି। ସେହିଭଳି ହରିୟାଣା ୩.୩ ନିୟୁତ ଟନ୍ ଫସଲ ଅପଶିଷ୍ଟ କ୍ଷେତରେ ଏବଂ ଅବଶିଷ୍ଟକୁ ବାହାରେ ପରିଚାଳନା କରିବ। ପଞ୍ଜାବରେ୧.୫୦ ଲକ୍ଷରୁ ଅଧିକ ଫସଲ ଅପଶିଷ୍ଟ ପରିଚାଳନା (ସିଆରଏମ୍) ମେସିନ୍ ଉପଲବ୍ଧ ହେବ, ଯେଉଁଥିରେ ୨୪,୭୩୬ କଷ୍ଟମ୍ ହାୟାରିଂ ସେଣ୍ଟର (ସିଏଚସି) ସମର୍ଥିତ ଥିବା ବେଳେ ହରିୟାଣାରେ ୬,୭୯୪ ସିଏଚସି ସମର୍ଥିତ ୯୦,୯୪୫ ସିଆରଏମ୍ ମେସିନ ରହିଛି।

ଏହାବ୍ୟତୀତ ଏନସିଆର ଅଞ୍ଚଳର୧୧ଟି ତାପଜ ବିଦ୍ୟୁତ ପ୍ଲାଣ୍ଟରେ ୨ ନିୟୁତ ଟନ୍ ଧାନ ନଡ଼ାକୁ ମିଳିତ ଭାବେ ବ୍ୟବହାର କରାଯିବ। ବୈଠକରେ ଥର୍ମାଲ ପ୍ଲାଣ୍ଟଗୁଡିକର ନିୟମିତ ତଦାରଖ ଉପରେ ଗୁରୁତ୍ୱାରୋପ କରାଯାଇଥିଲା, ଯାହା ଦ୍ୱାରା କୋ-ଫାୟାରିଂ ଟାର୍ଗେଟ ପୂରଣ ହୋଇପାରିବ ଏବଂ ଏହାକୁ ପାଳନ ନ କଲେ ଜରିମାନା ଦେବାକୁ ପଡିବ ।

ଶିଳ୍ପ ପ୍ରଦୂଷଣ ସମ୍ପର୍କରେ ସିଏକ୍ୟୁଏମ୍ ସୂଚନା ଦେଇଛି ଯେ ଏନସିଆର ଅଞ୍ଚଳର ୨୪୦ଟି ଶିଳ୍ପାଞ୍ଚଳ ମଧ୍ୟରୁ ୨୨୦ଟି ଏବେ ଗ୍ୟାସ୍ ଭିତ୍ତିଭୂମିରେ ପ୍ରସ୍ତୁତ ହୋଇଥିବା ବେଳେ ଅବଶିଷ୍ଟ ଅଞ୍ଚଳକୁ ଖୁବଶୀଘ୍ର ସଂଯୋଗ କରାଯିବ। ୫୦୦ ବର୍ଗ ମିଟରରୁ ଅଧିକ ପ୍ରକଳ୍ପ ପାଇଁ ବାଧ୍ୟତାମୂଳକ ପଞ୍ଜୀକରଣ ସହ ଏକ ୱେବ ପୋର୍ଟାଲ ମାଧ୍ୟମରେ ନିର୍ମାଣ ଏବଂ ଉଚ୍ଛେଦ (ସିଆଣ୍ଡଡି) କାର୍ଯ୍ୟକଳାପରୁ ଧୂଳିଜନିତ ପ୍ରଦୂଷଣ ଉପରେ ନଜର ରଖାଯାଉଛି।

ଡକ୍ଟର ମିଶ୍ର ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କୁ ସେମାନଙ୍କ କାର୍ଯ୍ୟ ଯୋଜନାରେ ପ୍ରତିଶ୍ରୁତି ଅନୁଯାୟୀ ଫସଲ ଅପଶିଷ୍ଟ ପୋଡ଼ା ରୋକିବା ଉଦ୍ଦେଶ୍ୟରେ ଆକ୍ସନ ପ୍ଲାନ୍ ଉପରେ କଡ଼ା ନଜର ରଖିବା ଏବଂ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିଆରଏମ ମେସିନର ସମ୍ପୂର୍ଣ୍ଣ ଉପଯୋଗ, ବାହାରେ ଫସଲ ଅପଶିଷ୍ଟ ପରିଚାଳନା ପାଇଁ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଧାନ ନଡ଼ାର ଆର୍ଥିକ ବ୍ୟବହାର ବୃଦ୍ଧି ଲାଗି କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ବ୍ରିକେଟିଂ ଏବଂ ପେଲେଟାଇଜିଂ କାର୍ଯ୍ୟରେ ସହଯୋଗ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଉପଯୁକ୍ତ ଜରିମାନା ଓ ରେକର୍ଡ ଏଣ୍ଟ୍ରି ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

ପ୍ରମୁଖ ଶାସନ ସଚିବ ଏନସିଆର ଅଞ୍ଚଳର ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କୁ ଏହି ଅଞ୍ଚଳରେ ସେମାନଙ୍କର ଇ-ବସ୍ ସେବା ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାର ଲକ୍ଷ୍ୟ ହେଉଛି ଆମ ଦେଶରେ ଇ-ବସ୍ ସଂଖ୍ୟାକୁ ୧୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି କରିବା । ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସେମାନଙ୍କର ଇ-ବସ୍ ର ସଂଖ୍ୟା ବଢ଼ାଇବା ପାଇଁ ଏହି ଯୋଜନାକୁ ଯଥାର୍ଥ ଭାବରେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିବା ଉଚିତ୍ ।

ସେ ମା’ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏହାର ଭାବନାତ୍ମକ ମୂଲ୍ୟକୁ ସହରଗୁଡ଼ିକୁ ସବୁଜ କରିବାରେ ବ୍ୟବହାର କରାଯିବା ଉଚିତ୍ ।

ବାଣ ପ୍ରଦୂଷଣ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାକୁ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ କୁହାଯାଇଥିବା ବେଳେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟକୁ ବାୟୋମାସ୍ ସଂଗ୍ରହକୁ ତ୍ୱରାନ୍ୱିତ କରିବା ସହ କମ୍ପ୍ରେସ୍‌ଡ୍‌ ବାୟୋଗ୍ୟାସ୍ (ସିବିଜି) ପ୍ଲାଣ୍ଟ ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରାଯାଇଛି।

ଏହି ବୈଠକରେ କ୍ୟାବିନେଟ୍ ସଚିବ ଡ. ଟି.ଭି. ସୋମନାଥନ, ଦିଲ୍ଲୀ ପୁଲିସ କମିଶନର ଏବଂ ପରିବେଶ, କୃଷି, ଶକ୍ତି, ପେଟ୍ରୋଲିୟମ, ସଡ଼କ ପରିବହନ, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ଏବଂ ପଶୁପାଳନ ମନ୍ତ୍ରଣାଳୟର ପ୍ରମୁଖ ଅଧିକାରୀଙ୍କ ସମେତ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି), ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ପ୍ରତିନିଧି, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଓ ସେମାନଙ୍କ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

*********

P.S.

 

 

Categories
ଆଜିର ଖବର ଜାତୀୟ ଖବର

ପେଟ୍ରୋଲ ଭରିବାକୁ ଯାଉଥିଲେ ସାବଧାନ!: ଏହି ପ୍ରମାଣପତ୍ର ନଥିଲେ ଗଣିବେ ୧୦ ହଜାର ଟଙ୍କା

ନୂଆଦିଲ୍ଲୀ: ଗାଡିରେ ପେଟ୍ରୋଲ ଭରିବା ପାଇଁ ସରକାରଙ୍କ ଦ୍ଵାରା PUC (ପ୍ରଦୂଷଣ ନିୟନ୍ତ୍ରଣ) ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି। ଯଦି ଆପଣ PUC ବିନା ଆପଣଙ୍କ ଗାଡିରେ ପେଟ୍ରୋଲ ଭରିବାକୁ ଯାଆନ୍ତି, ତେବେ ଆପଣଙ୍କୁ ୧୦ ହଜାର ଟଙ୍କାର ଏକ ଚାଲାଣ କଟିବା ନିଶ୍ଚିତ।

ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସରକାର ୧୦୦ ଟି ପେଟ୍ରୋଲ ପମ୍ପରେ କ୍ୟାମେରା ଲଗାଇବା ଏବଂ PUC ଯାଞ୍ଚ ପାଇଁ ସଫ୍ଟୱେୟାର ସ୍ଥାପନ କରିବା ପାଇଁ ଏକ ଘରୋଇ କମ୍ପାନୀକୁ ଟେଣ୍ଡର ଦେଇଛନ୍ତି। ଏହି କାରଣରୁ, ନବଗତି ଟେକ୍ କମ୍ପାନୀକୁ ୧୫ ଦିନ ମଧ୍ୟରେ ଏହାର ସେବା ଆରମ୍ଭ କରିବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ଏନ୍‌ସିଆରରେ ଭୂମିକମ୍ପର ଝଟ୍‌କା

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଏନ୍‌ସିଆରରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା 3.5 ବୋଲି ଜଣାପଡିଛି । ଲକ୍‌ ଡାଉନ୍‌ ସମୟରେ ଦିଲ୍ଲୀଠାରେ ଭୂମିକମ୍ପ୍‌ର ମୃଦ୍ୟୁ ଝଟ୍‌କା ଅନୁଭୂତ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦରେ ମଧ୍ୟ ଏହି ଝଟ୍‌କାକୁ ଅନୁଭୂତ କରାଯାଇଛି । ଲୋକମାନେ ଏହାର ଝଟ୍‌କାକୁ ଅନୁଭବ କରି ବାହାରକୁ ବାହାରି ଆସିଥିଲେ। ଦିଲ୍ଲୀରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି । ରାଜ୍ୟରେ  ଲକ୍‌ଡାଉନ୍‌ ଚାଲିଥିବାବେଳେ ଭୂମିକମ୍ପ ମଧ୍ୟ ଲୋକଙ୍କୁ ଚିନ୍ତାରେ ପକାଇଦେଇଛି ।

ସୂଚନାଯୋଗ୍ୟ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା1000 ଟପିଥିବାବେଳେ ମୃତ୍ୟୁସଂଖ୍ୟା 19କୁ ଛୁଇଁଛି । ଦିଲ୍ଲୀର ବହୁ ସ୍ଥାନକୁ ସିଲ୍‌ ମଧ୍ୟ କରାଯାଇଛି । (ଏଜେନ୍ସି)