Categories
ଆଜିର ଖବର ରାଜ୍ୟ ଖବର

ସଙ୍କଟରେ ଗଜରାଜ : ପୁଣି ଏକ ହାତୀଛୁଆାର ମୃତ୍ୟୁ

କନ୍ଦର୍ପ ବେହେରା
ରେଢାଖୋଲ : ପୁଣି ଏକ ହାତୀ ଛୁଆାର ମୃତ୍ୟୁ ଘଟିଛି । ରେଢାଖୋଲ ଡିଭିଜନ ବଡମାଳ ରେଞ୍ଜ ଅଧିନସ୍ଥ ସାଗଜୁରି ବିଟ୍‌ରେ ଏହି ଦୁର୍ଘଟଣା ଘଟିଛି । ବଡମାଳ ନିକଟସ୍ଥ କଉଡିଆପାଲି ଖସଡା ଜଙ୍ଗଲରେ ଏହି ହାତୀ ଛୁଆର ମୃତଦେହ ଜଙ୍ଗଲ ବିଭାଗ ଜବତ କରିଛି । ଦୁଇ ବର୍ଷର ଏହି ହାତୀ ଛୁଆଟି 3 ଦିନ ହେଲା ଜଙ୍ଗଲରେ ମରି ପଡିଥିବା ଜଣାପଡିଛି । ରେଢାଖୋଲ ଡିଏଫ୍‌ଓ ସଂଗ୍ରାମକେଶରୀ ବେହେରା ଖବର ପାଇ ଜଙ୍ଗଲକୁ ଯାଇ ହାତୀ ଛୁଆଟିର ମୃତ ଶରୀର ଉଦ୍ଧାର କରିଥିଲେ । ରେଞ୍ଜ ଅଫିସର ରମେଶ ପ୍ରସାଦ କର୍ଣ , ଡେପୁଟୀ ରେଞ୍ଜ ଅଫିସର ପ୍ରଦୀପ ସେଠୀ, ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ, ତ୍ରିନାଥ ଭବସାଗର ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ମୃତ ହାତୀ ଛୁଆଟିକୁ ପ୍ରାଣୀଚିକିତ୍ସକ ପ୍ରଦୀପ ସାହୁ ବ୍ୟବଚ୍ଛେଦ କରିଥିଲେ ।