Categories
ଆଜିର ଖବର ରାଜ୍ୟ ଖବର

ଆମ୍ଫାନ ପ୍ରଭାବ : ରାଜଧାନୀରେ ରାତି ସାରା ପବନ, ଝିପି ଝିପି ବର୍ଷା

ଭୁବନେଶ୍ବର : ବାତ୍ୟା ଆମ୍ଫାନ ପ୍ରଭାବ ରେ ଭୁବେନଶ୍ବରରେ ରାତି ତମାମ ପବନ ଓ ଝିପିଝିପି ବର୍ଷା  ଲାଗିରହିଛି।  ରାତି ସାରା ଏହି ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇଛି। ଏବେ ଭୁବନେଶ୍ଵର ରେ ୫୫ ରୁ ୬୫ କିମି ବେଗ ରେ ପବନ ବହୁଥିବାର ସୂଚନା ରହିଛି।

ସେହିପରି ଭଦ୍ରକ ଧାମରା ରେ ଆମ୍ଫାନର ପ୍ରଭାବ ଅନୁଭୂତ ହୋଇଛି। ସେଠାରେ ପ୍ରବଳ ବର୍ଷା   ସାଙ୍ଗକୁ ବର୍ଷା ମଧ୍ୟ ହେଉଛି। ପବନ ଯୋଗୁଁ ବଡ ବଡ ନଡିଆ ଗଛ ଖ୍ୟାତିଗ୍ରସ୍ତ ହେବାସହ  ଜନଜୀବନ ଠପ ହୋଇଛି। ବିଭିନ୍ନ ସ୍ଥାନ ରେ ଉଦ୍ଧାର କାର୍ଯ୍ୟରେ ଏନଡ଼ିଆରଏଫ ଟିମ ପ୍ରସ୍ତୁତ ରହିଛନ୍ତି।