Categories
ଆଜିର ଖବର

୧୯୮୪ ଦଙ୍ଗା ପାଇଁ ଦିଗ୍‌ବିଜୟ ଦାୟୀ : ପ୍ରଜ୍ଞା

ଭୋପାଳରୁ ବିଜେପି ଟିକଟରେ ପ୍ରତଦ୍ବନ୍ଦିତା କରୁଥିବା ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରଥମେ ଶହିଦ ହେମନ୍ତ କାର୍କାରେଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ପ୍ରଜ୍ଞା ୧୯୮୪ରେ ହୋଇଥିବା ଶିଖ୍‌ ବିରୋଧୀ ଦଙ୍ଗା ପାଇଁ ଦିଗ୍‌ବିଜୟ ସିଂଙ୍କୁ ଦାୟୀ କରିଛନ୍ତି। ଦିଗ୍‌ବିଜୟ ଏବଂ କଂଗ୍ରେସକୁ ଇଙ୍ଗିତ କରି ପ୍ରଜ୍ଞା କହିଥିଲେ, ଯେଉଁ ମାନେ ସର୍ବଦା ହିନ୍ଦୁତ୍ବ ଆତଙ୍କବାଦ ଉପରେ ନିଜର ମତାମତ ଦେଉଛନ୍ତି ସେମାନେ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାରେ ସମ୍ପୃକ୍ତ ବୋଲି ଭୁଲିଯିବା ଉଚିତ୍‌ ନୁହେଁ। ସିଧାସଳଖ ଭାବରେ ପ୍ରଜ୍ଞା କହିଛନ୍ତି ଦିଗ୍‌ବିଜୟ ସିଂ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାରେ ସମ୍ପୃକ୍ତ। ଏହି ଦଙ୍ଗାରେ ହଜାର ହଜାର ଶିଖ୍‌ଙ୍କୁ ହତ୍ୟା କରାଯିବା କଣ ଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଜ୍ଞା। ସେହିପରି ଯେଉଁମାନେ ହିନ୍ଦୁତ୍ବକୁ ଆତଙ୍କବାଦର ରୂପ ଦେଉଛନ୍ତି ସେମାନେ ଦେଶବିରୋଧୀ ବୋଲି ସେ କହିଛନ୍ତି। ଜଣେ ମହିଳାଙ୍କୁ ମିଥ୍ୟା ଆରୋପରେ ନ୍ୟାୟିକ ପ୍ରକ୍ରିୟାରେ ସାମିଲ କରିବା ଅତ୍ୟନ୍ତ ନିନ୍ଦନୀୟ। ଏଥି ପାଇଁ ମୋର ମତାମତ ଅନେକଙ୍କୁ ସଠିକ୍‌ ନ ଲାଗିପାରେ। ମାତ୍ର ମୁଁ କାର୍କାରେଙ୍କ ବିପକ୍ଷରେ ନିଜର ମତାମତ ପାଇଁ ଦୁଃଖ ପ୍ରକାଶ କରୁଛି।