Categories
ଅପରାଧ ଆଜିର ଖବର ଜାତୀୟ ଖବର

ନିଜ ଗଳା କାଟି ଶିବଲିଙ୍ଗରେ ରକ୍ତ ଚଢାଇଲେ ଯୁବକ

ମହାରାଷ୍ଟ୍ର : ମହାରାଷ୍ଟ୍ରର ପୈଠନଠାରେ ଜଣେ 25 ବର୍ଷୀୟ ଯୁବକ ଏକ ମନ୍ଦିରରେ ନିଜର ଗଳା କାଟି ଶିବଲିଙ୍ଗରେ ରକ୍ତ ଚଢାଇଛି । ଯୁବକ ଜଣ ମନ୍ଦିରରୁ ମୃତ୍ୟୁବସ୍ଥାରେ ମିଳିଛନ୍ତି । ତେବେ ଅଘୋରୀ ପ୍ରଥା ପୂର୍ବକ ଯୁବକ ଜଣକ ଏପରି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପୋଲିସ୍‌ ସନ୍ଦେହ କରିଛି ।

ଯୁବକ ଜଣକ ନନ୍ଦୁ ଘୁଙ୍ଗାସେ ବୋଲି ପରିଚୟ ମିଳିଛି । ନନ୍ଦୁ କହାରଓ୍ବାଡ ଗ୍ରାମର ଜଣେ ମତ୍ସ୍ୟଜୀବୀ ବୋଲି ସୂଚନା ରହିଛି । ଏପରି ଘଟଣାକୁ ଚାରିଜଣ ଲୋକେ ଦେଖିଥିବାର ସୂଚନା ରହିଛି ।

ପୈଠନ୍‌ ସହରର ଗଗଭଟ୍ଟ ଚୌକ୍‌ଠାରେ ଥିବା ସିଦ୍ଧି ଅଲ୍ଲୀ ଦର୍‌ଗା ନିକଟରେ ଏକ ଶିବ ମନ୍ଦିରରେ ଏହି ଘଟଣାଟି ଘଟିଛି । ବିହାରୀ ପରଦେଶୀ ନାମକ ଜଣେ ବ୍ୟକ୍ତି ପୂଜା କରିବାକୁ ଯିବା ସମୟରେ ମନ୍ଦିରରେ ଉକ୍ତ ଯୁବକକୁ ଦେଖିଥିଲେ । ଏହାପରେ ସେ ପୋଲିସ୍‌କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ପୋଲିସ୍‌ ତତକ୍ଷଣାତ୍‌ ମନ୍ଦିରରେ ପହଞ୍ଚି ଯୁବକଙ୍କୁ ହସ୍ପିଟାଲ ନେଇଥିଲେ । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ତେବେ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଉକ୍ତ ଯୁବକ ଜଣକ ମନ୍ଦିରରେ ନିଜର ଗଳା କାଟି ଶିବ ଲିଙ୍ଗରେ ନିଜ ରକ୍ତ ଚଢାଇଥିଲେ । ତେବେ ତାଙ୍କୁ କେହି ଅଟକାଇବାକୁ ସାହସ କରିନଥିଲେ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ବର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ

ଭୁବନେଶ୍ବର : ବାଲେଶ୍ବର ବିଧାୟକ ମଦନ ମୋହନ ଦତ୍ତଙ୍କ ବୁଧବାର ପରଲୋକ ହୋଇଛି । ହୃଦଘାତ କାରଣରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 61 ବର୍ଷ ହୋଇଥିଲା । ବାଲେଶ୍ବରରୁ ବିଜେପିର ବିଧାୟକ ରହିଥିବା ଶ୍ରୀ ଦତ୍ତଙ୍କ ପରଲୋକ ନେଇ ପୁଅ ମାନସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

4 ମହଲା ଉପରୁ ଶିଶୁକୁ ଫୋପାଡି ହତ୍ୟା କଲା ଜହ୍ଲାଦ

କୋଲକାତା : ରବିବାର କୋଲକାତାରେ ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡି ବିବାଦକୁ ନେଇ ଦୁଇ ଶିଶୁଙ୍କୁ 4 ମହଲାରୁ ତଳକୁ ଫିଙ୍ଗି ଦେଇଥିଲା ଜନୈକ 55 ବର୍ଷୀୟ ବ୍ୟକ୍ତି । ଘଟଣା ସ୍ଥଳରେ ଦୁଇ ବର୍ଷର ଶିଶୁ ପ୍ରାଣ ହରାଇଥିବା ବେଳେ 6 ବର୍ଷର ଶିଶୁଟି ଗୁରୁତର ଭାବରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି ।

ଶିବ କୁମାର ଗୁପ୍ତା ନାମକ ଏହି 55 ବର୍ଷୀୟ ବ୍ୟକ୍ତିଙ୍କର ଦୁଇ ଶିଶୁଙ୍କ ପିତା ସହିତ କିଛି ଜମି ଜମା ସମସ୍ୟା ରହିଥିଲା । ଏଥିରେ ଉତ୍‌କ୍ଷିପ୍ତ ଶିବ ଗୁପ୍ତା 4 ମହଲା ଉପରୁ ଦୁଇ ଶିଶୁଙ୍କୁ ଫିଙ୍ଗି ଦେଇଥିଲେ । କିଛି ଦିନ ପୂର୍ବରୁ ମଧ୍ୟ ଗୁପ୍ତାଙ୍କର ଝଗଡା ହୋଇଥିଲା । ରବିବାର ରାତିରେ ଦୁଇ ଶିଶୁ ଖେଳୁଥିବା ସମୟରେ ଉତ୍‌କ୍ଷିପ୍ତ ଗୁପ୍ତା ଉଭୟଙ୍କୁ ଛାତରୁ ତଳକୁ ଫିଙ୍ଗି ଦେଇଥିଲେ । ଦୁଇ ବର୍ଷର ଶିଶୁ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ 6 ବର୍ଷର ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ପଚରା ଉଚୁରା ଜାରି ରଖିଛି । (ଏଜେନ୍ସି)

Categories
ଆଜିର ଖବର ଖେଳ

କରୋନାରେ ପ୍ରାଣ ହରାଇଲେ ପୂର୍ବତନ ଫୁଟ୍‌ବଲର୍‌

ମଲ୍ଲାପୁରମ୍‌ : ପୂର୍ବତନ ଫୁଟ୍‌ବଲର୍‌ ଏ ହମସାକୋୟା କରୋନା ଭାଇରସ୍‌ରେ ପ୍ରାଣ ହରାଇଛନ୍ତି । ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ଭାରତୀୟ ଖେଳାଳି ହମସାକୋୟା ଶନିବାର ପ୍ରାଣ ହରାଇଛନ୍ତି । ଏହା ସହିତ କେରଳର କରୋନା ମୃତ୍ୟୁ ସଂଖ୍ୟା 15ରେ ପହଞ୍ଚିଛି । ମେ 21ରେ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିବା ହମସାକୋୟାଙ୍କୁ ପରପ୍ପାନ୍‌ଗାଡିର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହମସାକୋୟାଙ୍କ ପରଲୋକ ଘଟିଥିବା ବେଳେ ତାଙ୍କ ପରିବାରର ଆଉ 5 ଜଣ ସଦସ୍ୟ ହସ୍ପିଟାଲରେ ରହିଛନ୍ତି । ପ୍ରାରମ୍ଭିକ ଭାବରେ ହମସାକୋୟାଙ୍କ ପତ୍ନୀ ଏବଂ ପୁଅ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ବୋହୁ ଏବଂ ନାତି କରୋନା ଆକ୍ରାନ୍ତ ହୋଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷା ବଳଙ୍କୁ ସଫଳତା :ବିଛିନ୍ନତାବାଦୀ ନେତାଙ୍କ ପୁଅ ତଥା ହିଜବୁଲ୍‌ କମାଣ୍ଡର ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ସୁରକ୍ଷା ବଳ ଅଧିକାରୀଙ୍କୁ ମିଳିଛି ବଡ ସଫଳତା । ହିଜବୁଲ୍‌ କମାଣ୍ଡରଙ୍କ ସମେତ ଦୁଇ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଶ୍ରୀନଗରର ନଓ୍ବାକଡାଲ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା । ଏହି ଏନ୍‌କାଉଣ୍ଟରେ ନିହତ ଦୁଇ ଆତଙ୍କୀଙ୍କ ମଧ୍ୟରୁ ଜଣକୁ ଜୁନୈଦ୍‌ ଶେହାରୀ ବୋଲି ଚିହ୍ନଟ କରାଯାଇଛି । ଜୁନୈଦ୍‌ ବିଛିନ୍ନତାବାଦୀ ନେତା ତଥା ତେହରିକ୍‌ ଏ ହୁରିୟାତ୍‌ର ମୁଖ୍ୟ ଅଶ୍ରଫ୍‌ ଶେହାରୀର ପୁଅ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ପୋଲିସ୍‌ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି । ପୂର୍ବରୁ ଜୁନୈଦ ନାମରେ ଏକାଧିକ ମାମଲା ରହିଥିବା ନେଇ ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି ସିନେମା

67 ବର୍ଷରେ ବଲିଉଡ୍‌ ଅଭିନେତା ଋଷି କପୁର୍‌ଙ୍କ ପରଲୋକ

ମୁମ୍ବାଇ :  67 ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି ବଲିଉଡ୍‌ର ଲୋକପ୍ରିୟ ବର୍ଷୀୟାନ୍‌ ଅଭିନେତା ଋଷି କପୁର୍‌। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ଏନ୍‌ଏଚ୍‌ ରିଲାଏନ୍ସ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିଛି ଦିନ ହେବ ସେ ଅସୁସ୍ଥ ରହିଥିଲେ। ଋଷି କପୁର୍‌ କ୍ୟାନ୍ସର ପୀଡ଼ିତ ଥିବାବେଳେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କ୍ୟାନ୍ସରର ଚିକିତ୍ସା ପାଇଁ ସେ ଗତ ଏକ ବର୍ଷ ଧରି ଆମେରିକାର ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ। ଗତବର୍ଷ ଆମେରିକାରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଋଷି । 2018 ରେ କ୍ୟାନ୍ସରରେ ପୀଡ଼ିତ ଥିବାର ସୂଚନା ମିଳିଥିଲା । ନ୍ୟୁର୍ୟକରେ ସେ ଏକ ବର୍ଷ ଧରି ଚିକିତ୍ସିତ ହେଉଥିବାବେଳେ ତାଙ୍କ ସହ ତାଙ୍କ ପତ୍ନୀ ନୀତୁ ସିଂ ରହିଥିଲେ । ଗତ ଫେବୃଆରୀର ସେ ଦୁଇ ଦୁଇ  ଥର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।

1952 ମସିହା ସେପ୍ଟେମ୍ବର 4ରେ ମୁମ୍ବାଇଠାରେ ଋଷି ଜନ୍ମଗ୍ରହଣ କରିଥିଲେ । ଶ୍ରୀ 420ରେ ଶିଶୁ କଳାକାର ରୂପେ ନଜର ଆସିଥିଲେ ଋଷି । 1973ରେ ବବି ଫିଲ୍ମରେ ନାୟକ ଭାବେ ବଲିଉଡ୍‌ ଡେବ୍ୟୁ କରିଥିଲେ ଋଷି କପୁର୍‌ । ଏହି ଫିଲ୍ମ ପାଇଁ ଫିଲ୍ମଫେୟାରର ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଥିଲେ । ପିତା ରାଜ୍‌ କପୁର୍‌ଙ୍କ ମେରା ନାମ୍‌ ଜୋକରରେ ଶିଶୁ କଳାକାର ରୂପେ ଅଭିନୟ କରିଥିଲେ ଅଭିନେତା ଋଷି କପୁର୍‌ । ଶିଶୁ କଳାକାର ପାଇଁ ସେ ଜାତୀୟ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ସେ 1973ରୁ 2000 ମଧ୍ୟରେ 92ଟି ଫିଲ୍ମ କରିଛନ୍ତି । ଏହି ଫିଲ୍ମ ମଧ୍ୟରୁ 32ଟି ଫିଲ୍ମ ବକ୍ସ ଅଫିସ ହିଟ୍‌ ହୋଇଛି । 2008 ମସିହାରେ ଫିଲ୍ମ ଜଗତ ପାଇଁ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଜୀବନବ୍ୟାପୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେ ତାଙ୍କ ପତ୍ନୀ ନୀତୁ ସିଂଙ୍କ ସହ 12ଟି ଫିଲ୍ମରେ ଅଭିନୟ କରିଛନ୍ତି ।

ଋଷିଙ୍କ ଅଭିନୀତ ଫିଲ୍ମ ମଧ୍ୟରେ ରହିଛି ‘ବବି’, ’ଜିନ୍ଦା ଦିଲ୍‌’, ‘ରାଜା’, ’ଖେଲ୍‌ ଖେଲ୍‌ ମେଁ’, ‘ଲୈଲା ମଜୁନ୍‌’, ଦୁସ୍‌ରା ଆଦ୍‌ମୀ,’ ‘ଅମର ଆକବର ଆନ୍ଥୋନୀ’, ’ସରଗମ୍‌’, ’’ନସିବ୍‌’, ‘ପ୍ରେମ ରୋଗ୍‌’, ‘କୁଲି’, ‘ସାଗର୍‌’, ’ନାଗିନା’, ‘ଚାନ୍ଦିନୀ’, ‘ହିନା’, ‘ବୋଲ ରାଧା ବୋଲ୍‌’, ‘ଦିଓ୍ବାନା’, ‘ଦାମିନୀ’, ‘ଫନା’, ‘ଦୋ ଦୁନୀ ଚାର୍‌’, ‘କପୁର୍‌ ଏଣ୍ଡ ସନ୍ସ’, ‘102 ନଟ୍‌ ଆଉଟ୍‌’ ପରି ଅନେକ ଫିଲ୍ମରେ ସେ ନିଜର ନିଆରା ଅଭିନୟ ଦେଖାଇଛନ୍ତି ।

ଋଷି କପୁର୍‌ଙ୍କ ବିୟୋଗରେ ବିଗ୍‌ ବି ଅମିତାଭ ବଚ୍ଚନ ଶୋକ ପ୍ରକଟ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି ସିନେମା

ବିଶିଷ୍ଠ ନାଟ୍ୟକାର ତଥା ଚଳଚିତ୍ର, ଧାରାବାହିକ କାହାଣୀ ଲେଖକ ବିଜୟ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ ଘଟିଛି । 83 ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଅନେକ ଓଡିଆ ଚଳଚିତ୍ର, ଧାରାବାହିକ ଏବଂ ନାଟକର ସ୍ରଷ୍ଟା ବିଜୟ ମିଶ୍ର ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଲୋକପ୍ରିୟ ନାଟକ “ତଟ ନିରଞ୍ଜନା” ବିଭିନ୍ନ ଭାଷାରେ ଅନୁବାଦ ହୋଇଛି । ସେହିପରି ସେ ଚଳଚିତ୍ର “ଶ୍ରୀ ଜଗନ୍ନାଥ” ର ଚିତ୍ରନାଟ୍ୟ ମଧ୍ୟ ଲେଖିଛନ୍ତି।

ଏ ଯାବତ ସେ 60 ଟି ନାଟକ, 55ଟି ଚଳଚିତ୍ର ଏବଂ 7ଟି ଧାରାବାହିକ ରଚନା କରି ଏକ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ନାଟକ ଭିତରେ ଯାଦୁକର, ଜଣେ ରାଜା ଥିଲେ, ତଟ ନିରଂଜନା, ଭୋକ, ଫକିରମୋହନଙ୍କ ଶାସ୍ତି ଓ ଛମାଣ ଆଠଗୁଣ୍ଠର ନାଟ୍ୟରୂପାନ୍ତର ପ୍ରଭୃତି ବେଶ ଲୋକପ୍ରିୟ। ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଛନ୍ତି। ଏଥିସହିତ 2018 ମସିହାରେ ବିଜୟ ମିଶ୍ରଙ୍କୁ ରାଜ୍ୟ ଚଳଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ “ଜୟଦେବ ପୁରସ୍କାର” ରେ ମଧ୍ୟ ସମ୍ମାନିତ କରାଯାଇଛି ।

ତାଙ୍କ ବିୟୋଗରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ କରିବା ସହିତ ରାଜ୍ୟ ଚଳଚିତ୍ର ଜଗତ, ନାଟ୍ୟ ଜଗତ ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ଜାତୀୟ ଖବର

1200 କିମି ଚାଲିବା ପରେ ପ୍ରାଣ ହରାଇଲେ 12 ବର୍ଷୀୟ ବାଳିକା

ବିଜାପୁର : ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ବିଭିନ୍ନ ସ୍ଥାନରେ ଶ୍ରମିକ ମାନେ ଫସି ରହିଥିବା ବେଳେ ଅନେକ ଶ୍ରମିକ ଚାଲିଚାଲି ନିଜ ଘରକୁ ଫେରୁଛନ୍ତି । ଛତିଶଗଡର ଜନୈକା 12 ବର୍ଷୀୟ ବାଳିକା 12 ଶହ କିମି ଚାଲିବା ପରେ ଘରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇଛନ୍ତି । ତେଲେଙ୍ଗାନାର ଏକ ଲଙ୍କା ଫାର୍ମରେ କାମ କରୁଥିବା ଜମଲୋ ମକଡମ ନାମକ ଏହି ବାଳିକା ଜଣକ ନିଜ ଗ୍ରାମରେ ପହଞ୍ଚିବାର ଏକ ଘଣ୍ଟା ପୂର୍ବରୁ ପ୍ରାଣ ହରାଇଥିଲେ । ଏପ୍ରିଲ୍‌ 15 ତାରିଖରେ ନିଜ ଗ୍ରାମର ଅନ୍ୟ 11 ଜଣଙ୍କ ସହିତ ତେଲେଙ୍ଗାନାରୁ ଯାତ୍ରା ଆରମ୍ଭ କରିଥିଲେ । ମାତ୍ର ବିଜାପୁରରେ ପହଞ୍ଚିବା ପୂର୍ବରୁ ବାଳିକା ଜଣକ ପ୍ରାଣ ହରାଇଥିଲେ । ପୋଲିସ୍‌ ଭୟରେ ଜଙ୍ଗଲ ରାସ୍ତା ଦେଇ ଏହି ବନ୍ଦୀ ମାନେ ଯାତ୍ରା କରିଥିଲେ । ଦୀର୍ଘ ତିନି ଦିନ ଧରି ଯାତ୍ରା କରୁଥିବା ମକଡମ ଘରଠାରୁ 14 କିମି ଦୂରରେ ପ୍ରାଣ ହରାଇଥିଲେ । ଜମଲୋ ବିଗତ ଦୁଇ ମାସ ଧରି ତେଲେଙ୍ଗାନାର ଏକ ଲଙ୍କା ଫାର୍ମରେ କାମ କରୁଥିବା ନେଇ ତାଙ୍କ ପିତା ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

କରୋନାରେ ପ୍ରାଣ ହରାଇଲେ ଡାକ୍ତର : ଅନ୍ତ୍ୟୋଷ୍ଟି କ୍ରିୟାରେ ଭିଡ ହିଂସା

ଚେନ୍ନାଇ : କରୋନା ସଂଙ୍କ୍ରମଣ ଦେଶରେ ଦ୍ରୁତଗତିରେ ବଢି ଚାଲିଥିବା ବେଳେ ସ୍ବାସ୍ଥ୍ୟ କର୍ମୀଙ୍କୁ ନିରନ୍ତର ଆକ୍ରମଣର ସମ୍ମୁଖୀନ ହେବାକୁ ପଡିଛି । ପୂର୍ବରୁ ଦେଶ ଅନେକ ସ୍ଥାନରେ ଡାକ୍ତରଙ୍କ ଉପରକୁ ପଥରମାଡ କରାଯାଇଥିବା ବେଳେ ଆଜି ଆଉ ଏକ ଅଭାବନୀୟ ଘଟଣା ଘଟିଛି । ମୃତ୍ୟୁ ପରେ ମଧ୍ୟ ଡାକ୍ତରଙ୍କ ଅନ୍ତ୍ୟୋଷ୍ଟି କ୍ରିୟା ନେଇ ଭିଡ ହିଂସା ଦେଖିବାକୁ ମିଳିଛି । ଚେନ୍ନାଇର ଏହି ଡାକ୍ତର ଜଣକ କରୋନାରେ ପ୍ରାଣ ହରାଇବା ପରେ ଆମ୍ବୁଲାନ୍ସ ଜରିଆରେ ଅନ୍ତ୍ୟୋଷ୍ଟି କ୍ରିୟା ପାଇଁ ନିଆଯାଉଥିଲା । ମାତ୍ର 50ରୁ ଅଧିକ ଲୋକ ପହଞ୍ଚି ଆକ୍ରମଣ କରିଥିଲେ । ପରେ ପୋଲିସ୍‌ ପକ୍ଷରୁ ହସ୍ତକ୍ଷେପ କରାଯାଇଥିଲେ ମଧ୍ୟ ହିଂସା ପ୍ରଶମିତ ନହେବାରୁ ସହର ଠାରୁ ଦୂରରେ ଅନ୍ୟ ଏକ ସ୍ଥାନରେ କବର ଦିଆଯାଇଥିଲା । ଏହି ଘଟଣାକୁ ନେଇ ପୋଲିସ୍‌ ପକ୍ଷରୁ 20 ଜଣଙ୍କୁ ଗିରଫ କରାଯାଇଛି । (ଏଜେନ୍ସି)

Categories
ଆଞ୍ଚଳିକ

ମୋବାଇଲ ଚାର୍ଜ ବସାଉଥିବା ବେଳେ ଦୁର୍ଘଟଣା : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ସମୀକ୍ଷା ବ୍ୟୁରୋ, କଳାହାଣ୍ଡି,16/12: ଧର୍ମଗଡ଼ ଥାନା ଅନ୍ତର୍ଗତ ମେର୍ଘରା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବିଦ୍ୟୁତ ଆଘାତରେ ସୁରେନ୍ଦ୍ର ମାଝୀ ନାମକ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୋବାଇଲ ଚାର୍ଜରେ ବସାଉଥିବା ସମୟରେ ସୁରେନ୍ଦ୍ର ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ସୁରେନ୍ଦ୍ରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପୋଲିସ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।

Categories
ଆଜିର ଖବର

ଝାରଖଣ୍ଡରେ ନକ୍ସଲ ଏନକାଉଣ୍ଟର : 4 ଯବାନ ଶହୀଦ

ଝାରଖଣ୍ଡ,23/11 : ଝାରଖଣ୍ଡର ଲାତେହାର ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ନକ୍ସଲଙ୍କ ସହିତ ସଙ୍ଘର୍ଷରେ 4 ଯବାନ ଶହୀଦ ହୋଇଛନ୍ତି । ଗତକାଲି ରାତିରେ ହୋଇଥିବା ଗୁଳି ବିନିମୟରେ 4 ଜଣ ଯବାନ ଶହୀଦ୍ ହୋଇଛନ୍ତି । ଚାନ୍ଦୱା ପୁଲିସ୍‌ ଥାନା ଅଧୀନରେ ଏକ ଗାଡ଼ିରେ ସୁରକ୍ଷାକର୍ମୀ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । ଝାରଖଣ୍ଡ ନିର୍ବାଚନ ପୂର୍ବରୁ ଏହି ଆକ୍ରମଣ ସୁରକ୍ଷାବଳଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଝାରଖଣ୍ଡର 81 ଆସନ ପାଇଁ ଆସନ୍ତା 30 ତାରିଖରୁ ବିଧାନସଭା ନିର୍ବାଚନ ହେବ । 5 ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ଆସନ୍ତା ଡିସେମ୍ବର 23 ତାରିଖରେ ଶେଷ ହେବ ବୋଲି ଜଣାପଡିଛି । (ଏଜେନ୍ସୀ)

Categories
ଆଜିର ଖବର

ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ପରଲୋକ

ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତାନାମା ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ପରଲୋକ ହୋଇଛି। ସୋମବାର ବିଳମ୍ବିତ ରାତିରେ କିମ୍ସ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି। ମେ ୧୨ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ୨୨ ଦିନର ସଂଘର୍ଷ କରିବା ପରେ ସେ ଜୀବନ ଯୁଦ୍ଧ ହାରି ଯାଇଛନ୍ତି। ଓଡିଆ ଟିଭି ଜଗତରେ ମଧ୍ୟ ସଲିଲ୍‌ ମିତ୍ର ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ଥିଲେ। ୧୯୯୯ ମସିହାରେ ‘ପୁଅ ଭାଙ୍ଗି ଦେଲା ସୁନା ସଂସାର’ ଚଳଚ୍ଚିତ୍ରରୁ ସେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏତଦ୍ ବ୍ୟତୀତ ସେ ଅନେକ ଗୁଡିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ଚଳଚ୍ଚିତ୍ର ହେଉଛି ଅର୍ଜୁନ (୨୦୦୫), ଶୁଭ ବିବାହ (୨୦୧୦), ହିରୋ ପ୍ରେମ କଥା (୨୦୧୧), ବାଳୁଙ୍ଗା ଟୋକା (୨୦୧୧), କେବେ ତୁମେ ନାହଁ କେବେ ମୁଁ ନାହିଁ (୨୦୧୨), ତୁ ମୋ ଆରମ୍ଭ ତୁ ମୋ ଶେଷ (୨୦୧୨), ଗଞ୍ଜା ଲଢେଇ (୨୦୧୪), ଗପ ହେଲେ ବି ସତ (୨୦୧୫), ଏବଂ ସିଷ୍ଟର ଶ୍ରୀଦେବୀ (୨୦୧୭)।