Categories
ଆଜିର ଖବର ଜାତୀୟ ଖବର

କୋଲ ସ୍କାମ୍‌ରେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ : ଅକ୍ଟୋବର 14ରେ ଦଣ୍ଡ ଘୋଷଣା

ଭୁବନେଶ୍ବର : କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପ୍ରଥମ ମନ୍ତ୍ରୀ ଭାବେ କୋଇଲା ଦୁର୍ନୀତିରେ ଦିଲ୍ଲୀପ ରାୟ ଦୋଷୀ ହୋଇଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଦିଲ୍ଲୀର ଏକ କୋର୍ଟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।ବାଜପେୟୀ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ରହିଥିଲେ ଦିଲ୍ଲୀପ ରାୟ। 1999 ଝାଡଖଣ୍ଡର ଏକ କୋଇଲା ଖଣି ଆବଣ୍ଟନରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ ରାୟ । କୋଇଲା ଖଣି ଆବଣ୍ଟନରେ ଦୁର୍ନୀତି ହୋଇଥିବାର କହିଛନ୍ତି କୋର୍ଟ । ଅପରାଧିକ ଷଡଯନ୍ତ୍ର ଓ ଅନ୍ୟାନ୍ୟ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ପେଶାଲ୍‌ କୋର୍ଟ ଜଜ ପରାଶର । ଅକ୍ଟୋବର 14ରେ ଦଣ୍ଡ ବିଧାନ ହେବ ।

 

Categories
ବିଶେଷ ଖବର ରାଜ୍ୟ ଖବର

ରାଜଧାନୀ ସାରା ଦିଲ୍ଲୀପ ରାୟଙ୍କ ହୋଡିଂ ଲଗିବା ପଛରେ କଣ ରହିଛି ରହସ୍ୟ, ରାଜ୍ୟସଭା ଯିବା ଖୁସିରେ କି ?

ସଂବିତ ତ୍ରିପାଠୀ

ଭୁବନେଶ୍ବର- ବର୍ତ୍ତମାନ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପୂର୍ବତ୍ତନ ବିଧାୟକ ତଥା ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ହୋଡିଂ ଦେଖିବାକୁ ମିଳିଛି। ଯେଉଁଥିରେ ଲେଖା ଅଛି  ICON OF SILENT SUCESS । ଯାହାକୁ ଓଡିଆରେ କୁହାଯାଇ ପାରିବ ନିରବର ସଫଳ ବ୍ୟକ୍ତିତ୍ବ । ତେବେ ଏହା ଦିଲ୍ଲୀପ ରାୟଙ୍କ ଜୟନ୍ତି କମିଟ ତରଫରୁ କରାଯାଇଥିଲେ ମଧ୍ୟ ତା ପଛରେ ଦିଲ୍ଲୀପଙ୍କ ହାତ ରହିଛି ଏଥିରେ ସନ୍ଦେହ ନାହିଁ। ଏହି କମିଟ ତରଫରୁ ଦିଲ୍ଲୀପଙ୍କ ଜନ୍ମଦିନ ପ୍ରତିବର୍ଷ ପାଳନ କରାଯାଏ। ହେଲେ ଚଳିତ ବର୍ଷ ଯେପରି ଧୂମଧାମରେ ପାଳନ କରାଯାଇଛି ସେଥିରୁ କାହିଁକି କେଜାଣି ରାଜନୈତିକ ଗନ୍ଧ ବାରି ହୋଇ ପଡୁଛି। ତାଙ୍କର ଜନ୍ମଦିନ କାର୍ଯ୍ୟକ୍ରମରେ ବଲଉଡ ଅଭିନେତା ଗୋବିନ୍ଦା ଆସିଥିଲେ। ହେଲେ ତାହା ବଡ କଥା ନୁହେଁ। ବଡ କଥା ହେଲା ତାଙ୍କ ଜନ୍ମଦିନରେ ମଞ୍ଚରେ ଏବଂ ଦର୍ଶକ ଭାବେ ବସିଥିଲେ ବହୁ ବିଜେଡି ନେତା ଆଉ ଖୁବ କମ ବିଜେପି ନେତା।

ଦିଲ୍ଲୀପଙ୍କ ହୋଡିଂରେ ଲେଖାଥିବା ସେହି ସ୍ଲୋଗାନ, ନିରବତାର ସଫଳ ବ୍ୟକ୍ତିତ୍ବ କଥାକୁ ତର୍ଯ୍ୟମା କଲେ ଜଣାପଡେ ତାହା ସତକଥା । କାରଣ ଗତ ନିର୍ବାଚନରେ ଦିଲ୍ଲୀପ ବିଜେଡି ତରଫରୁ ପ୍ରାର୍ଥୀ ହେବେ ବୋଲି ବହୁ ଆଶା କରିଥିଲେ। ଏପରିକି ସେ ଏକାକି ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଖା ମଧ୍ୟ କରିଥିଲେ। ହେଲେ କାହିଁକି କେଉଁଠି ତାଙ୍କର ସେ ଯୋଜନା ସଫଳ ହୋଇପାରିଲା ନାହିଁ। ତାଙ୍କର ପରମ ବନ୍ଧୁ ବିଜୟ ମହାପାତ୍ର ବିଜେପି ଛାଡିବା ଏବଂ ପୁଣି ଯୋଗଦେବା ପ୍ରସଂଗକୁ ଦିଲ୍ଲୀପଙ୍କ ହଜମ କରିପାରି ନ ଥିଲେ। ସେଥିପାଇଁ ସମସ୍ତେ ଆଶା କରୁଥିଲେ ଦିଲ୍ଲୀପ ବିଜୟ ହାତ ଛାଡି ବିଜେଡି ହାତ ଧରିବେ। ନିର୍ବାଚନ ସରିଗଲା ସିନା ଦିଲ୍ଲୀପଙ୍କ ଭାଗ୍ୟରେ ସେପରି କିଛି ଉଦୟ ହେଲା ନାହିଁ।

ବର୍ତ୍ତମାନ ଦିଲ୍ଲୀପଙ୍କ ନିକଟତମ ମହଲର ଖବର ଅନୁସାରେ ସେ ବିଜେଡିରେ ମିଶିବା ପାଇଁ ସବୁ ପ୍ରକାରର ଯୋଜନା କରିସାରିଛନ୍ତି। ଏତିସହିତ ବିଜେଡି ମଧ୍ୟ ତାଙ୍କୁ ନେବା ପାଇଁ ରାଜି ହୋଇଯାଇଛି। ନିକଟରେ ଯେଉଁ 4ଟି ରାଜ୍ୟସଭା ପଦ ଖାଲି ରହୁଛି ସେଥିରୁ ଦିଲ୍ଲୀପଙ୍କୁ ଗୋଟିଏ ଦେବା ପାଇଁ କୁଆଡେ ସୁପ୍ରିମୋ ରାଜି । ହେଲେ ତା ପୂର୍ବରୁ ଅର୍ଥାତ ଆସନ୍ତା ଫେବୃୟାରୀରେ ଦିଲ୍ଲୀପ ବିଜେଡିରେ ମିଶିବେ। ଫଳରେ ଦୀର୍ଘଦିନ ଧରି ଦିଲ୍ଲୀପ ଯେପରି ରାଜନୈତିକ କ୍ୟାରିୟରକୁ ନେଇ ଚିନ୍ତା ଗ୍ରସ୍ତ ଥିଲେ ଏବେ ଟିକିଏ ହାଲକା ହୋଇଯାଇଛନ୍ତି। ସେଥିପାଇଁ ଏଥରର ଜନ୍ମ ଦିନଟି ବହୁ ଆଡମ୍ବରରେ ପାଳନ କଲେ ବୋଲି ତାଙ୍କ ସମର୍ଥକମାନେ ସ୍ପଷ୍ଟ କରିଛନ୍ତି। କାରଣ ଏତେ ବଡ ନିର୍ବାଚନ ଗଲା ଏତେ ହୋ ହାଲ୍ଲା ହେଲା ହେଲେ ଦିଲ୍ଲୀପ ପୁରୀ ନିରବ ରହିଗଲେ। ଏପରିକି ଲୋକେ ତାଙ୍କର ନାମକୁ ଭୁଲିବାକୁ ମଧ୍ୟ ଯାଉଥିଲେ। ସେପରି ସ୍ଥିତିରେ ତାଙ୍କର ଜନ୍ମଦିନ ପାଳନ ଆଳରେ ସାରା ଭୁବନେଶ୍ବରରେ ହୋଡିଂ ମାରି ଦିଲ୍ଲୀପ ଏବେବି ସକ୍ରିୟ ଅଛନ୍ତି ବୋଲି ଜଣାଇଦେଲେ।

Categories
ଆଜିର ଖବର

ନବୀନଙ୍କୁ ଭେଟିଲେ ଦିଲ୍ଲୀପ, ଘରବାହୁଡ଼ା ନେଇ ଚର୍ଚ୍ଚା

ବରିଷ୍ଠ ନେତା ଦିଲୀପ ରାୟ ଶନିବାର ଦିନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ ଦିଲୀପ ଖୁବ୍‌ଶୀଘ୍ର ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଚାଲିଛି। ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଦିଲୀପ ତାଙ୍କ ସମର୍ଥକଙ୍କ ସହ ସୋମବାର ବିଜେଡିରେ ଯୋଗଦାନ କରିବେ। ହେଲେ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ବିଜେଡିରେ ମିଶିବା ପୂର୍ବରୁ ଦିଲୀପ କିଛି ସର୍ତ୍ତ ରଖିଛନ୍ତି, ଯାହାକୁ ନେଇ ରବିବାର ଦଳର ଏକ ବୈଠକ ବସିବ। ଦିଲୀପଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା କିଛି  ସର୍ତ୍ତକୁ ନେଇ ଆଲୋଚନା କରାଯିବ। ସେ ବିଜେଡିକୁ ଫେରିଲେ, ତାଙ୍କୁ କେନ୍ଦ୍ରାପଡା କିମ୍ବା ବରଗଡ ଲୋକ ସଭା ଆସନରୁ ପ୍ରାର୍ଥୀ କରାଯିବା ସମ୍ଭାବନା ରହିଛି। ସେହିପରି ଦିଲୀପଙ୍କ ଯୋଗଦାନ ପୂର୍ବରୁ ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରମୁଖ ରାଜନୈତିକ ସହଯୋଗୀ ଭାବେ ଦିଲୀପ ଜଣାଶୁଣା। ୨୦୦୯ରେ ଉଭୟେ ଏକସଙ୍ଗେ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଭାଜପାରେ ମିଶିଥିଲେ। ହେଲେ ଗତବର୍ଷ ଦିଲୀପ ଏବଂ ବିଜୟ ଭାଜପାରୁ ଇସ୍ତଫା ଦେଇଥିଲେ। ରାଉରକେଲାରୁ ପ୍ରତିନିଧିତ୍ୱ କରୁଥିବା ଦିଲୀପ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ବର୍ତ୍ତମାନ  ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ଦିଲ୍ଲୀପଙ୍କ ଘରବାହୁଡ଼ା ପକ୍କା ଲାଗୁଥିଲେ ମଧ୍ୟ ବିଜୟ ବିଜେଡ଼ିକୁ ପ୍ରତ୍ୟାବର୍ତ୍ତନକୁ ନେଇ ଏବେବି ସସପେନ୍ସ ଲାଗି ରହିଛି।