Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ଆରୋଗ୍ୟ ଲାଭ କଲେ ସର୍ବାଧିକ ୨୧୨୯ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର ଆଜି ରାଜ୍ୟରେ ସର୍ବାଧିକ ୨୧୨୯ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୭୬ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୨୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୧୭୮, କଟକରୁ ୧୭୨, କୋରାପୁଟରୁ ୧୫୩, ଭାଦ୍ରକରୁ ୧୪୪, ନୟାଗଡରୁ ୧୩୦, କନ୍ଧମାଳରୁ ୧୨୨, ବାଲେଶ୍ବରରୁ ୯୦, ପୁରୀରୁ ୮୪, , ମାଲକାନଗିରିରୁ ୮୦, ସମ୍ବଲପୁରରୁ ୬୮, ରାୟଗଡାରୁ ୬୮, ମୟୂରଭଞ୍ଜରୁ ୫୬, ଗଜପତିରୁ ୫୦, ଜଗତସିଂହପୁରରୁ ୨୭, ଯାଜପୁରରୁ ୨୪, ଢେଙ୍କାନାଳରୁ ୨୩, କେନ୍ଦୁଝରରୁ ୨୩, କଳାହାଣ୍ଡିରୁ ୧୯, ଅନୁଗୁଳରୁ ୧୮, କେନ୍ଦ୍ରାପଡାରୁ ୧୬, ବଲାଙ୍ଗିରିରୁ ୧୪, ଝାରସୁଗୁଡାରୁ ୧୩, ନବରଙ୍ଗପୁରରୁ ୯, ବୌଦ୍ଧରୁ ୬ ଏବଂ ସୋନପୁରରୁ ଜଣେ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୫୪, ୪୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।