Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଜାରି: ଆକ୍ରମଣକାରୀଙ୍କୁ ୭ ବର୍ଷ କାରାଦଣ୍ଡ

ନୂଆଦିଲ୍ଲୀ: ଡାକ୍ତର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଉପରକୁ ଆକ୍ରମଣ କରାଗଲେ ଆକ୍ରମଣ କାରୀଙ୍କୁ ୭ ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯିବ। ସେହିପରି ଆକ୍ରମଣରେ ଘଟିଥିବା କ୍ଷୟକ୍ଷତିର ଦୁଇଗୁଣା ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଆଦାୟ କରାଯିବ। ଆକ୍ରମଣ ପାଇଁ ସର୍ବନିମ୍ନ ୬ ମାସରୁ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧-୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡର ବ୍ୟବସ୍ଥା କରାଯାଇଛି। ସାମାନ୍ୟ ଆକ୍ରମଣ ପାଇଁ ୩-୫ ବର୍ଷର କାରାଦଣ୍ଡର ବ୍ୟବସ୍ଥା ରଖାଯାଇଥିବା ବେଳେ ସାମାନ୍ୟ କ୍ଷୟକ୍ଷତି ନିମନ୍ତ ୫୦ ହଜାରରୁ ଦୁଇ ଲକ୍ଷ ଟଙ୍କାର ଅର୍ଥଦଣ୍ଡର ବ୍ୟବସ୍ଥା କରାଯାଇଛି। ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଅଧ୍ୟାଦେଶ ଜାରି କରାଯିବା ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ପ୍ରେସ୍‌ମିଟ୍‌ କରି ଏହି ସୂଚନା ପ୍ରଦାନ କରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୨ ଲକ୍ଷ କରୋନା ଆଇସୋଲେସନ୍‌ ଶଯ୍ୟା ପ୍ରସ୍ତୁତ ରଖାଯାଇଥିବା ନେଇ ଜାଭଡେକର ସୂଚନା ଦେଇଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅମିତ୍‌ ଶାହାଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହର କଲେ ଡାକ୍ତର

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରତିଶ୍ରୁତି ପରେ ଡାକ୍ତର ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ପୂର୍ବରୁ ଡାକ୍ତରଙ୍କୁ ଆକ୍ରମଣ ବିରୋଧରେ ଆଇନ ପ୍ରଣୟନ ପାଇଁ ଦାବି କରାଯିବା ସହିତ ପ୍ରତିବାଦରେ ଦୁଇ ଦିନିଆ ବନ୍ଦର ଡାକରା ଦେଇଥିଲେ । ମାତ୍ର ଡାକ୍ତରଙ୍କୁ ଆକ୍ରମଣ କରାଗଲେ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେବା ପରେ ଭାରତୀୟ ମେଡିକାଲ ସଂଘ(ଆଇଏମ୍‌ଏ) ପକ୍ଷରୁ ଏହି ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା । ଡାକ୍ତର ସଂଘ ସହିତ ଶାହାଙ୍କର ଏହି ଭିଡିଓ କଲ୍‌ ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମଧ୍ୟ ଉପସ୍ଥିତ ରହିଥିଲେ । (ଏଜେନ୍ସି)

Categories
ଆଜିର ଖବର

ଡାକ୍ତରଙ୍କ ସୁରକ୍ଷା ସମ୍ପର୍କିତ ଯାଚିକାର ଆଗାମୀ ଶୁଣାଣୀ ଜୁଲାଇରେ ହେବ : ସୁପ୍ରିମ୍‌କୋର୍ଟ

ପଶ୍ଚିମବଙ୍ଗରେ ଡାକ୍ତର ଆକ୍ରମଣକୁ ଦେଶ ସାରା ବିରୋଧ ପ୍ରଦର୍ଶନ ପୂର୍ବକ ଡାକ୍ତରମାନେ ଧର୍ମଘଟ କରିଥିଲେ। ଏହି ସମ୍ପର୍କିତ ଏକ ମାମଲା ସୁପ୍ରିମ୍‌କୋର୍ଟରେ ଦାଏର କରାଯାଇଥିଲା। ଆଜି ସୁପ୍ରିମ୍‌କୋର୍ଟ ଏହି ଯାଚିକାର ଶୁଣାଣୀ କରି ଏହି ସମ୍ପର୍କିତ ଆଗାମୀ ଶୁଣାଣୀ ଜୁଲାଇରେ ହେବ ବୋଲି ନିଷ୍ପତ୍ତି ଦେଇଛନ୍ତି। ଗତକାଲି ମମତା ସରକାର ଓ ଡାକ୍ତରଙ୍କ ବୈଠକ ସଫଳ ରହିଥିବାବେଳେ ଧାରଣାରୁ ଓହରିଛନ୍ତି ଡାକ୍ତର ସମୂହ। ସୁପ୍ରିମ୍‌କୋର୍ଟ ଡାକ୍ତରଙ୍କ ସୁରକ୍ଷା ଏକ ବଡ଼ ପ୍ରଶ୍ନ ବୋଲି କହିଛନ୍ତି। ଏହି ମାମଲାରେ ବିସ୍ତୃତ ଶୁଣାଣୀ କରି ଆଦେଶ ଜାରି କରିବା ପାଇଁ କୋର୍ଟ ନିଷ୍ପତ୍ତି ନେଇଛନ୍ତି। ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ଦେବା ଉପରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି।

Categories
ଆଜିର ଖବର

ପାୟଲ୍‌ ତାଡ୍‌ବୀ ଆତ୍ମହତ୍ୟା ଘଟଣା : ୩ ଡାକ୍ତରଙ୍କ ସାମୟିକ କଷ୍ଟଡି ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ଡାକ୍ତରୀ ଛାତ୍ରୀ ପାୟଲ ତାଡ୍‌ବୀ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ତିନି ଡାକ୍ତରଙ୍କୁ ସାମୟିକ କଷ୍ଟଡିରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ପକ୍ଷରୁ ପୂର୍ଣ୍ଣକାଳୀନ କଷ୍ଟଡିର ଆବେଦନ କରାଯାଇଥିଲା। ବମ୍ବେ ହାଇକୋର୍ଟ କ୍ରାଇମବ୍ରାଞ୍ଚର ଆବେଦନକୁ ଖାରଜ କରିବା ସହିତ ତିନି ଡାକ୍ତର ଗୁରୁବାରରେ ୨ଟାରୁ ୬ଟା ପର୍ଯ୍ୟନ୍ତ ଏବଂ ଶୁକ୍ର, ଶନି ଓ ରବିବାରରେ ସକାଳ ୯ଟାରୁ ୬ଟା ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍‌ ଏସ୍‌ ଏସ୍‌ ସିନ୍ଦେଙ୍କୁ ନେଇ ଗଠିତ ଖଣ୍ଡପୀଠ ତିନି ଛାତ୍ରୀ ହେମା ଆହୁଜା, ଭକ୍ତି ମେହାରେ ଏବଂ ଅଙ୍କିତା ଖଣ୍ଡେଲଓ୍ବାଲଙ୍କ ସାମୟିକ କଷ୍ଟଡି ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।