ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଜାରି: ଆକ୍ରମଣକାରୀଙ୍କୁ ୭ ବର୍ଷ କାରାଦଣ୍ଡ

Published: Apr 22, 2020, 3:19 pm IST

ନୂଆଦିଲ୍ଲୀ: ଡାକ୍ତର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଉପରକୁ ଆକ୍ରମଣ କରାଗଲେ ଆକ୍ରମଣ କାରୀଙ୍କୁ ୭ ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯିବ। ସେହିପରି ଆକ୍ରମଣରେ ଘଟିଥିବା କ୍ଷୟକ୍ଷତିର ଦୁଇଗୁଣା ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଆଦାୟ କରାଯିବ। ଆକ୍ରମଣ ପାଇଁ ସର୍ବନିମ୍ନ ୬ ମାସରୁ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧-୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡର ବ୍ୟବସ୍ଥା କରାଯାଇଛି। ସାମାନ୍ୟ ଆକ୍ରମଣ ପାଇଁ ୩-୫ ବର୍ଷର କାରାଦଣ୍ଡର ବ୍ୟବସ୍ଥା ରଖାଯାଇଥିବା ବେଳେ ସାମାନ୍ୟ କ୍ଷୟକ୍ଷତି ନିମନ୍ତ ୫୦ ହଜାରରୁ ଦୁଇ ଲକ୍ଷ ଟଙ୍କାର ଅର୍ଥଦଣ୍ଡର ବ୍ୟବସ୍ଥା କରାଯାଇଛି। ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଅଧ୍ୟାଦେଶ ଜାରି କରାଯିବା ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ପ୍ରେସ୍‌ମିଟ୍‌ କରି ଏହି ସୂଚନା ପ୍ରଦାନ କରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୨ ଲକ୍ଷ କରୋନା ଆଇସୋଲେସନ୍‌ ଶଯ୍ୟା ପ୍ରସ୍ତୁତ ରଖାଯାଇଥିବା ନେଇ ଜାଭଡେକର ସୂଚନା ଦେଇଛନ୍ତି। (ଏଜେନ୍ସି)

Related posts