Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡାକ୍ତରଙ୍କୁ ଦାମୀ ଉପହାର ଓ ବିଦେଶ ଭ୍ରମଣ ଦେଇପାରିବେନି ଔଷଧ କମ୍ପାନୀ: ସୁପ୍ରିମକୋର୍ଟ
ଆଜିର ଖବର

ଡାକ୍ତରଙ୍କୁ ଦାମୀ ଉପହାର ଓ ବିଦେଶ ଭ୍ରମଣ ଦେଇପାରିବେନି ଔଷଧ କମ୍ପାନୀ: ସୁପ୍ରିମକୋର୍ଟ

October 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଡାକ୍ତରଙ୍କୁ ଦାମୀ ଉପହାର ଓ ବିଦେଶ ଭ୍ରମଣ ଦେଇପାରିବେନି ଔଷଧ କମ୍ପାନୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଔଷଧ କମ୍ପାନୀଗୁଡ଼ିକ ଦାମୀ ଉପହାର, ବିଦେଶ ଯାତ୍ରା କିମ୍ବା ମାଗଣା ସୁବିଧା ଯୋଗାଇ ଡାକ୍ତରମାନଙ୍କୁ ନିଜ କମ୍ପାନୀର ଔଷଧ ଲେଖିବା ପାଇଁ ପ୍ରଭାବିତ କରିବା ଭଳି ଅନୈତିକ ପ୍ରଥା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହିଭଳି ଗ୍ରହଣୀୟ ନୁହେଁ ଏବଂ ଅନୈତିକ ମାର୍କେଟିଂ ପ୍ରଥାକୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହଟ୍ଟାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଓ ଟିପ୍ପଣୀକୁ ଧ୍ୟାନରେ ରଖି ଏହି କମିଟି ଗଠନ କରାଯାଉ। ଏହି କମିଟି ଅନୈତିକ ମାର୍କେଟିଂ ପ୍ରଥାକୁ ରୋକିବା ପାଇଁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକର ବିଚାର କରିବ ଏବଂ ଏଭଳି ପ୍ରଥା ଉପରେ ରୋକ୍‌ ଲଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସୁପାରିସ କରିବ। ଜଷ୍ଟିସ୍ ମେହଟ୍ଟା କହିଥିଲେ, “ଆମେ ଭାରତ ସରକାରଙ୍କୁ ଏକ କମିଟି ଗଠନ କରିବା ଏବଂ ଆମର ପୂର୍ବ ନିର୍ଦ୍ଦେଶ ଓ ଟିପ୍ପଣୀ ଆଧାରରେ ନିଜର ସୁପାରିସ ଦେବାକୁ ନିର୍ଦ୍ଦେଶ ଦେଇଛୁ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ ହୋଇଛି କି ନାହିଁ, ସେ ସମ୍ପର୍କିତ ମାମଲାକୁ ୨୦୨୭ ଜାନୁଆରୀ ୨୯ରେ ପୁଣିଥରେ କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ।”

ଏହି ମାମଲା ଫେଡେରେସନ୍ ଅଫ୍ ମେଡିକାଲ୍ ଆଣ୍ଡ ସେଲ୍ସ ରିପ୍ରେଜେଣ୍ଟେଟିଭ୍ସ ଆସୋସିଏସନ୍ସ ଅଫ୍ ଇଣ୍ଡିଆ (FMRAI) ପକ୍ଷରୁ ଦାଖଲ କରାଯାଇଥିବା ଏକ ଯାଚିକାରୁ ଆରମ୍ଭ ହୋଇଥିଲା। ଏହି ଯାଚିକାରେ ଔଷଧ କମ୍ପାନୀଗୁଡ଼ିକର ମାର୍କେଟିଂ ପ୍ରଥାକୁ ନିୟନ୍ତ୍ରଣ କରିବା ପାଇଁ ଆଇନଗତ ଭାବେ ବାଧ୍ୟତାମୂଳକ ନିୟମ ପ୍ରଣୟନ କରିବାକୁ ଦାବି କରାଯାଇଥିଲା। ଏଥିସହ ଡାକ୍ତର ଏବଂ ମେଡିକାଲ୍ ପ୍ରଫେସନାଲମାନଙ୍କ ସହ ଜଡ଼ିତ ଭୁଲ କିମ୍ବା ଅନୈତିକ ପ୍ରଥା ନେଇ ମଧ୍ୟ ଅଭିଯୋଗ କରାଯାଇଥିଲା।

doctors Pharmaceutical companies Supreme
Share. Facebook Twitter LinkedIn Email WhatsApp Copy Link

Related Posts

‘ପ୍ରତିବାଦରେ ଯୋଗ ଦେଇ ନଥିବା ସାଂସଦଙ୍କ ତାଲିକା ପ୍ରସ୍ତୁତ କରନ୍ତୁ’: ଭେନୁଗୋପାଳଙ୍କୁ ରାହୁଲ ଙ୍କ ନିର୍ଦ୍ଦେଶ

October 8, 2026

ପ୍ରଥମ ଛଅ ମାସରେ ପୂର୍ବତଟ ରେଳପଥର ପଣ୍ୟ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ

October 8, 2026

GST ପରିଷଦରେ ଐତିହାସିକ ନିଷ୍ପତ୍ତି: ହଟିଲା ଗିରଫ କ୍ଷମତା

October 8, 2026

ଭିଜିଲାନ୍ସ ଜାଲରେ DEO ଅଫିସ୍‌ ପ୍ରୋଗ୍ରାମର ଚନ୍ଦ୍ରଜିତ୍‌ ପରିଜା

October 8, 2026
Latest News

ଡାକ୍ତରଙ୍କୁ ଦାମୀ ଉପହାର ଓ ବିଦେଶ ଭ୍ରମଣ ଦେଇପାରିବେନି ଔଷଧ କମ୍ପାନୀ: ସୁପ୍ରିମକୋର୍ଟ

October 8, 2026

‘ପ୍ରତିବାଦରେ ଯୋଗ ଦେଇ ନଥିବା ସାଂସଦଙ୍କ ତାଲିକା ପ୍ରସ୍ତୁତ କରନ୍ତୁ’: ଭେନୁଗୋପାଳଙ୍କୁ ରାହୁଲ ଙ୍କ ନିର୍ଦ୍ଦେଶ

October 8, 2026

ଓଏସ୍‌ପିସିବିର ବୋର୍ଡ ବୈଠକରେ ନିଷ୍ପତ୍ତି: ପରିବେଶ ସୁରକ୍ଷାକୁ ସୁଦୃଢ଼ କରାଯିବ

October 8, 2026

ପ୍ରଥମ ଛଅ ମାସରେ ପୂର୍ବତଟ ରେଳପଥର ପଣ୍ୟ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ

October 8, 2026

GST ପରିଷଦରେ ଐତିହାସିକ ନିଷ୍ପତ୍ତି: ହଟିଲା ଗିରଫ କ୍ଷମତା

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.