Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ନୂଆବର୍ଷରୁ ନୂଆ ରୂପରେ ଆସିଲା ଚବିଶ ଘଣ୍ଟିଆ ଓଡିଆ ନ୍ୟୁଜ ଚ୍ୟାନେଲ ‘ନ୍ୟୁଜ 7’

ଭୁବନେଶ୍ବର: ନୂଆ ବର୍ଷରୁ ଓଡିଶାର ଲୋକପ୍ରିୟ ନ୍ୟୁଜ ଚ୍ୟାନେଲ ପ୍ରମେୟ ‘ନ୍ୟୁଜ 7’ ଏକ ନୂଆ ରୂପରେ ଆସିଛି। ଏହାର ଲୋଗୋ ଡିଜାଇନିଂ ପରିବର୍ତ୍ତନ ସହିତ ଚ୍ୟାନେଲର କଲର ଟ୍ୟୁନ ମଧ୍ୟ ପରିବର୍ତ୍ତନ କରାଯାଇଛି। ଫଳରେ ବର୍ତ୍ତମାନ ଚ୍ୟାନେଲ ଏକ ଜାତୀୟ ସ୍ତରର ଲୁକ୍ ରେ ଦର୍ଶକଙ୍କ ନିକଟରେ ଉପସ୍ଥାପିତ ହୋଇଛି।

ପୂର୍ବରୁ ଏହି ଚ୍ୟାନେଲଟି ସବୁଜ ରଂଗର କଲର ଟ୍ୟୁନ୍ ରହିଥିଲା ଏବଂ ଲୋଗୋକୁ ମଧ୍ୟ ସେହିପରି କରାଯାଇଥିଲା। ଏହାର ପ୍ରତିଷ୍ଠା ଦିନଠାରୁ ଏହି ରଂଗରେ ଚ୍ୟାନେଲ ନ୍ୟୁଜ ପରିବେଷଣ କରୁଥିଲା। ବର୍ତ୍ତମାନ ଏହା ମେରୁନ, ହଳଦିଆ ସହିତ କଳା ରଂଗର କଲର ଟ୍ୟୁନ କରାଯାଇଥିବାରୁ ଚ୍ୟାନେଲଟି ତାଜା ପରିଲକ୍ଷିତ ହୋଇଛି।

ସୁମା ରିଏଲ ମିଡିଆ କଂପାନୀ ତରଫରୁ ଏହି ଚ୍ୟାନେଲଟି 2015 ମସିହାରେ ଆରମ୍ଭ କରାଯାଇଥିଲା। ଏହା ପଛରେ ରହିଛନ୍ତି ସୋଆ ତଥା ସମ ହସପିଟାଲର ପ୍ରତିଷ୍ଠାତା ଡ. ମନୋଜ ନାୟକ। ଏହି ସଂସ୍ଥାର ‘ପ୍ରମେୟ’ ଦୈନିକ ଖବରକାଗଜ ମଧ୍ୟ ପ୍ରକାଶିତ ହେଉଛି।