ନୂଆଦିଲ୍ଳୀ : ଦିଲ୍ଲୀ ପରିବହନ ନିଗମ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ସିଭିଲ୍ ଲାଇନ୍ ସ୍ଥିତ ଦିଲ୍ଲୀ ପରିବହନ ନିଗମର କାର୍ଯ୍ୟାଳୟରେ ସୋମବାର ସକାଳ 8.38 ମିନିଟ୍ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ଦିଲ୍ଲୀ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଅଗ୍ନିଶମ ବିଭାଗର 8ଟି ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିଲେ ମଧ୍ୟ ସର୍ଟ ସର୍କିଟ୍ରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । (ଏଜେନ୍ସୀ)
