Categories
ଆଜିର ଖବର

ମହିଳାଙ୍କୁ ଅସଦାଚରଣ ଅଭିଯୋଗ : କୋଲକାତାରେ 64 ବର୍ଷୀୟ ବୃଦ୍ଧ ଗିରଫ

କୋଲକାତା,11/12 : ଦେଶରେ ମହିଳାଙ୍କ ପ୍ରତି ହିଂସା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ନୁହେଁ ମେଟ୍ରୋ ସହରରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି । କୋଲକାତାରେ ଏପରି ଏକ ଘଟଣା ସମ୍ମୁଖକୁ ଆସିଛି । ଜଣେ 26 ବର୍ଷୀୟ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ 64 ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରାଯାଇଛି । ବୁଧବାର କୋଲକାତାର ଦମ୍‌ଦମ୍‌ ମେଟ୍ରୋ ଷ୍ଟେସନ୍‌ରେ ଏହି ଘଟଣା ଘଟିଛି । ନିଜ ମା ଏବଂ ଜଣେ ବନ୍ଧୁଙ୍କ ସହିତ ଫେରୁଥିବା ବେଳେ ବୃଦ୍ଧ ଜଣଙ୍କ ମହିଳାଙ୍କ ଭିଡିଓ ଉତ୍ତୋଳନ କରିବା ସହିତ ଅଶ୍ଲୀଳ ଇଙ୍ଗିତ କରିଥିଲେ । ଏହାପରେ ମହିଳାଙ୍କ ପରିବାର ସହିତ ବୃଦ୍ଧଙ୍କର ଯୁକ୍ତିତର୍କ ହୋଇଥିଲା । ଏହାପରେ ମହିଳାଙ୍କ ଅଭିଯୋଗ କ୍ରମେ ବୃଦ୍ଧଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସୀ)