Categories
ଆଞ୍ଚଳିକ

ହାତୀବାହାଳରେ ବିଦ୍ୟୁତ୍ ତାର ଛିଣ୍ଡି ୩ ବଳଦ ମୃତ : ଏସ୍‌ଡିଓଙ୍କ ନିକଟରେ କ୍ଷତିପୂରଣ ଦାବି

କନ୍ଦର୍ପ ବେହେରା
ରେଢାଖୋଲ : ଆଜି ଅପରାହ୍ନରେ ବିଦ୍ୟୁତ ତାର ଛିଣ୍ଡି ୩ଟି ବଳଦର ଜୀବନ ଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ହାତୀବାହାଳ ଗ୍ରାମରେ ଅପରାହ୍ନ ୨ଟାରେ ଏହି ଘଟଣା ଘଟିଛି । ରେଢାଖୋଲ ବ୍ଲକ୍ ବଡବାହାଳ ଗ୍ରାମପଂଚାୟତର ହାତୀବାହାଳ ଗ୍ରାମର ଅରୁଣ ପ୍ରଧାନ, ଘାସିନାଥ ପ୍ରଧାନ ଓ ଗୁଣନିଧୀ ସାହୁଙ୍କ ୩ଟି ବଳଦ ଚରୁଥିବା ସମୟରେ ଗତ କାଲି ରାତିରେ ଝଡବାତ୍ୟାରେ ବିଦ୍ୟୁତ ତାର ଛିଣ୍ଡି ପଡିଥିବାରୁ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ଉକ୍ତ ଚାଷୀମାନେ ଚାଷକାମ କରିବା ପାଇଁ ଏହି ବଳଦ ଉପରେ ନିର୍ଭର କରିଥାନ୍ତି । ଚାଷୀ ମାନେ ଗରିବ ଶ୍ରେଣୀର ହୋଇଥିବା ତଥା ଆଗକୁ ଚାଷ କାମ ପଡୁଥିବାରୁ ସେମାନେ ଘୋର ଚିନ୍ତାରେ ଅଛନ୍ତି । ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କ ଦାୟିତ୍ବ ହୀନତାରୁ ଏଭଳିତ ଅଭାବନୀୟ ଘଟଣା ଘଟିଥିବାରୁ ସ୍ଥାନୀୟ ବାସିନ୍ଦା କ୍ଷତିପୂରଣ ଦାବି କରିଛନ୍ତି । ବଳଦ ୩ ଟିର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବ । ଚାଷୀମାନଙ୍କୁ ବଳଦ ମୃତ୍ୟୁର କ୍ଷତିପୂରଣ ବିଦ୍ୟୁତ ବିଭାଗ ଦେବାକୁ ଉକ୍ତ ତିନି ଚାଷୀ ବିଦ୍ୟୁତ ବିଭାଗର ଏସ୍‌ଡିଓଙ୍କ ଠାରେ ଦାବି କରିଛନ୍ତି ।