Categories
ଆଜିର ଖବର ଜାତୀୟ ଖବର

ଏହି ତାରିଖରେ ହୋଇପାରେ ଲୋକସଭା ନିର୍ବାଚନ ଘୋଷଣା, ୭ ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ସମ୍ଭବ

ନୂଆଦିଲ୍ଲୀ: ମାର୍ଚ୍ଚ ୧୪-୧୫ ତାରିଖରୁ ଲୋକସଭା ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇପାରେ। ବିଶେଷ ସୂତ୍ରଋ ଏହି ସୂଚନା ମିଳିଛି। ସୂତ୍ରରୁ ପ୍ରକାଶ ଯେ, ନିର୍ବାଚନ ଆୟୋଗ ଖୁବ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଏପ୍ରିଲର ଦ୍ୱିତୀୟ ସପ୍ତାହରେ ହୋଇପାରେ। ୨୦୧୯ ପରି ଏଥର ମଧ୍ୟ ୭ ଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ।

ଲୋକସଭା ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ନିର୍ବାଚନ ଆୟୋଗ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବାକୁ ଯାଉଛି। ତେବେ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଆସନ୍ତା ସପ୍ତାହରେ ତାରିଖ ଘୋଷଣା କରାଯାଇପାରେ:

ସୂଚନାନୁସାରେ, ଆସନ୍ତା ସପ୍ତାହରେ ନିର୍ବାଚନ କମିଶନ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି। ବର୍ତ୍ତମାନ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିର ଆକଳନ ପାଇଁ ନିର୍ବାଚନ ଆୟୋଗ ଅନେକ ରାଜ୍ୟ ଗସ୍ତରେ ଅଛନ୍ତି। ସମସ୍ତ ରାଜ୍ୟରେ ପ୍ରସ୍ତୁତିର ଆକଳନ ପରେ ହିଁ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବେ।

ସୂତ୍ରରୁ ପ୍ରକାଶ ଯେ, ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ଟିମ ପଶ୍ଚିମବଙ୍ଗରେ ଅଛି। ଏହା ପରେ ଦଳ ଉତ୍ତରପ୍ରଦେଶ ଏବଂ ପରେ ଜମ୍ମୁ କାଶ୍ମୀର ଗସ୍ତ କରିବ। ସୂଚନା ଅନୁଯାୟୀ, ନିର୍ବାଚନ ଅଧିକାରୀ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ତାଙ୍କର ଯାତ୍ରା ଶେଷ କରିବେ। ଏହି ସମୟରେ ନିର୍ବାଚନ ଆୟୋଗ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ନିରନ୍ତର ବୈଠକ କରୁଛନ୍ତି।