ନୂଆଦିଲ୍ଲୀ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ/ଲରି ଡ୍ରାଇଭରମାନଙ୍କ ପାଇଁ କରଣୀୟ ଏବଂ ବର୍ଜନୀୟ କାର୍ଯ୍ୟ ଦର୍ଶାଉଥିବା ଏକ ଆନିମେସନ ଭିଡିଓ ଚିତ୍ରଣ ଜାରି କରାଯାଇଛି। ଏହି ଆନିମେସନରେ ଲୋକମାନଙ୍କୁ ଟ୍ରକ/ଲରି ଡ୍ରାଇଭରମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଲାଗି ଆହ୍ବାନ କରାଯାଇଛି। କାରଣ କୋଭିଡ-19 ନିୟନ୍ତ୍ରଣ କରିବା ଏବଂ ଜୀବନ ରକ୍ଷା ନିମନ୍ତେ ସରକାରଙ୍କୁ ଲକଡାଉନ ଅବଧି ବଢ଼ାଇବାକୁ ପଡ଼ିଥିବା ବେଳେ ଏମାନେ ଆମ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରି ଆମର ଜୀବନକୁ ସହଜ କରିବାରେ ନିୟୋଜିତ ଅଛନ୍ତି।
ଅତ୍ୟନ୍ତ ଆକର୍ଷଣୀୟ ଆନିମେସନ ଜରିଆରେ କରଣୀୟ ଓ ବର୍ଜନୀୟ କାର୍ଯ୍ୟକୁ ଦର୍ଶାଯାଇଛି:
- ନୋଭେଲ କରୋନା ଭୂତାଣୁ ରୋଗ (କୋଭିଡ-19) ଠାରୁ ସୁରକ୍ଷା
- ଟ୍ରକ/ଲରି ଡ୍ରାଇଭରମାନଙ୍କୁ ସମ୍ମାନ ଦିଅନ୍ତୁ ଏବଂ ସହଯୋଗ କରନ୍ତୁ, ଯେଉଁମାନେ ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଣ ଜାରି ରଖିଛନ୍ତି।
- ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ ଓ ସୁରକ୍ଷା ନିୟମ ପାଳନ କରନ୍ତୁ।
କ’ଣ କରିବେ :
- ନିଜକୁ ପରିଷ୍କାର ରଖନ୍ତୁ
- ଯେତେବେଳେ ସୁଯୋଗ ମିଳୁଛି, ସାବୁନ ଓ ପାଣିରେ ଅତି କମରେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୂଅନ୍ତୁ
- ଗାଡ଼ି ଚଳାଇବା ସମୟରେ/ଗାଡ଼ିରୁ ବାହାରିବା ସମୟରେ ମାସ୍କ ନିଶ୍ଚିତ ଭାବେ ପିନ୍ଧନ୍ତୁ
- ମାସ୍କ ବ୍ୟବହାର କରିସାରିବା ପରେ ତା’କୁ ସାବୁନ ଓ ପାଣିରେ ଧୋଇ ଶୁଖାଇ ଦିଅନ୍ତୁ
- ନିଜ ଗାଡ଼ିରେ ସବୁବେଳେ ସାନିଟାଇଜର ରଖନ୍ତୁ
- ଗାଡ଼ି ଚଳାଇବା ସମୟରେ/ଗାଡ଼ିରୁ ବାହାରକୁ ଆସିବା ସମୟରେ 70 ପ୍ରତିଶତ ଆଲକହଲଯୁକ୍ତ ସାନିଟାଇଜରରେ ହାତ ସଫା କରନ୍ତୁ
- ନିର୍ଦ୍ଧାରିତ ନିୟମ ଅନୁଯାୟୀ ଗାଡ଼ିରେ ନିଜ ସହିତ ସହାୟକ ଓ ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ କାହାକୁ ନେଇ ଯାତ୍ରା କରନ୍ତୁ ନାହିଁ
- ପରସ୍ପର ଠାରୁ ଉଚିତ ଦୂରତ୍ବ ରକ୍ଷା କରନ୍ତୁ।
- ଚେକ ପୋଷ୍ଟ/ଲୋଡିଂ-ଅନଲୋଡିଂ ପଏଣ୍ଟ/ଢାବା ଆଦି ସ୍ଥାନରେ ଅନ୍ୟ ଲୋକମାନଙ୍କ ନିକଟତର ହୁଅନ୍ତୁ ନାହିଁ
- ନିଜ ଗାଡ଼ିକୁ ସବୁଦିନ ସାନିଟାଇଜ କରନ୍ତୁ
କ’ଣ କରିବେ ନାହିଁ
- ଚିରା/ପୁରୁଣା ଏବଂ ଅନ୍ୟ କାହାର ମାସ୍କ ବ୍ୟବହାର କରନ୍ତୁ ନାହିଁ
- ନିଜ ଗାଡ଼ିରେ ଜଣଙ୍କ ଠାରୁ ଅଧିକ ସହାୟକଙ୍କୁ ବସାଇବାର ଅନୁମତି ଦିଅନ୍ତୁ ନାହିଁ
- ଅଧିକ ଲୋକଙ୍କ ସହିତ ମିଳାମିଶା କରନ୍ତୁ ନାହିଁ
- ନିଜର ପରିଚ୍ଛନ୍ନତାକୁ ଅଣଦେଖା କରନ୍ତୁ ନାହିଁ
ଆସନ୍ତୁ, ଆମେ ସମସ୍ତେ ପରସ୍ପରର ଯତ୍ନ ନେବା ଏବଂ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା।