Categories
ଆଜିର ଖବର ରାଜ୍ୟ ଖବର

ଅଯୋଧ୍ୟାରେ ଭୂମି ପୂଜନ ଅବସରରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କୃତିରେ ଜୟ ଶ୍ରୀରାମ

ଭୁବନେଶ୍ୱର : ଆଜି ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ଭୂମି ପୂଜନ ଅନୁଷ୍ଠିତ ହେଉଛି । ଏହି ଅବସରରେ ସାରା ଦେଶବାସୀ ରାମନାମ ଜପିବା ସହିତ ଏହି ପ୍ରତୀକ୍ଷିତ ମୁହୂର୍ତ୍ତକୁ ଆକୁଳ ସହକାରେ ଅପେକ୍ଷା କରିଛନ୍ତି । ଆଜିର ଏକ ଐତିହାସିକ ଦିବସକୁ ବାଲୁକା କୃତିରେ ପ୍ରଦର୍ଶନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଅଯୋଧ୍ୟାରେ ହେବାକୁ ଥିବା ମନ୍ଦିର ସହିତ ପ୍ରଭୁ ଶ୍ରୀରାମଙ୍କ ଏକ ପ୍ରତିଛବିକୁ ବାଲୁକା କଳାରେ ସୁନ୍ଦର ଭାବେ ପ୍ରଦର୍ଶିତ କରିଛନ୍ତି ।

ମଙ୍ଗଳବାର ସନ୍ଧ୍ୟାରେ ପୁରୀ ବେଳାଭୂମିରେ ସୁଦର୍ଶନ ଏହି ବାଲୁକା କଳା ନିର୍ମାଣ କରିଥିଲେ । ରାମ ମନ୍ଦିର ପରିସରରେ ଏହି ବାଲୁକା କଳା ନିର୍ମାଣ କରିବାକୁ ଚାହୁଁଥିଲେ ମାତ୍ର କରୋନା କାରଣରୁ ପୁରୀ ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ କରିଥିବାର କହିଛନ୍ତି ସୁଦର୍ଶନ ପଟ୍ଟନାୟକ । ପ୍ରାୟ ୪ ଟନ୍ ବାଲିର ବ୍ୟବହାରରେ ୫ ଫୁଟ୍ ଉଚ୍ଚର ଏହି ବାଲୁକା ପ୍ରତିକୃତି ବନାଇଥିଲେ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା ପ୍ରତିକୃତିକୁ ସୋସିଆଲ୍ ମିଡିଆରେ ଢେର ପ୍ରଶଂସା କରାଯାଇଛି ।