Categories
ଆଜିର ଖବର ଖେଳ

ଆଇପିଏଲ୍‌ରୁ ହଟିଲା ଭିଭୋ

ନୂଆଦିଲ୍ଲୀ : ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକରୁ ଓହରିଲା ଭିଭୋ। ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ଥିଲା ଚାଇନିଜ୍‌ ମୋବାଇଲ୍‌ କମ୍ପାନୀ ଭିଭୋ। ଭାରତ ଚୀନ୍‌ ବିବାଦ ଯୋଗୁଁ ଭିଭୋ ଆଇପିଏଲ୍‌ରୁ ଓହରିଛି। ଚୁକ୍ତି ସରିବାର 3 ବର୍ଷ ପୂର୍ବରୁ ଭିଭୋ ଆଇପିଏଲ୍‌ରୁ ଓହରିଛି। 2017ରେ ଭିଭୋ 5 ବର୍ଷ ପାଇଁ 2199 କୋଟି ବିନିମୟରେ ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକ ପାଇଁ ଚୁକ୍ତି କରିଥିଲା। ମୃଦ୍ୟୁପାନୀୟ ପେପ୍‌ସିକୋକୁ ବଦଳରେ ଭିଭୋ ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ହୋଇଥିଲା। ତେବେ ଭିଭୋ ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ହେବା ପାଇଁ ପ୍ରତ୍ୟେକ ସିଜିନ୍‌କୁ 440 କୋଟି ଟଙ୍କା ଆଇପିଏଲ୍‌ ବୋର୍ଡକୁ ପ୍ରଦାନ କରିଥାଏ। ଆଇପିଏଲ୍‌ ସହ ଭିଭୋର ଚୁକ୍ତି 2020 ବର୍ଷ ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ଚୀନ୍‌ ବିବାଦ ପରେ ଚୁକ୍ତିର ତିନି ବର୍ଷ ପୂର୍ବରୁ ଆଇପିଏଲ୍‌ରୁ ଭିଭୋ ଓହରୁଛି।

ତେବେ ଚୀନ୍‌ ସହିତ ଭାରତର ବିବାଦ ପରେ ଚାଇନିଜ୍‌ ମୋବାଇଲ୍‌ କମ୍ପାନୀ ଭିଭୋକୁ ଆଇପିଏଲ୍‌ରୁ ବାଦ୍‌ ଦେବା ପାଇଁ ଦାବି ହୋଇଛି। ତେବେ ଭିଭୋ  ଓ ବିସିସିଆଇକୁ ତୀବ୍ର ସମାଲୋଚନା ହେବା ପରେ  ଭିଭୋ ଓହରିଥିବାର ସୂଚନା ରହିଛି। ଆଜି ଆଇପିଏଲ୍‌ର ଗର୍ଭର୍ଣ୍ଣିଂ ମିଟିଂ ହୋଇଥିଲା।

ଭାରତ-ଚୀନ ସୀମା ବିବାଦ ପରେ ଚୀନ୍‌ର ଆପ୍‌କୁ ଭାରତରେ ବ୍ୟାନ୍‌ କରାଯାଇଛି।

ଆଇପିଏଲ୍‌ରୁ ଭିଭୋ ଓହରି ଯିବା ପରେ ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ କିଏ ହେବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଚଳିତ ଆଇପିଏଲ୍‌ ସିଜିନ୍‌ ସେପ୍ଟେମ୍ବର 19ରୁ ନଭେମ୍ବର 10 ମଧ୍ୟରେ ୟୁଏଇରେ ଅନୁଷ୍ଠିତ ହେବ। ସେହିପରି ଚଳିତ ଥର ଆଇପିଏଲ୍‌ରେ ସମୟର ମଧ୍ୟ ପରିବର୍ତ୍ତନ କରାଯାଇଛି। (ଏଜେନ୍ସି)