Categories
ଜାତୀୟ ଖବର ବିଶେଷ ଖବର

ଜିଏସଟିର ରାଜ୍ୟ ଭାଗ ଦେବାକୁ ପୂର୍ବାଞ୍ଚଳ ପରିଷଦ ବୈଠକରେ ଦାବୀ କଲେ ମୁଖ୍ୟମନ୍ତ୍ରୀଗଣ, କାର୍ଯ୍ୟକାରୀର ପ୍ରତିଶୃତି ଦେଲେ ଅମିତ ଶାହା

ଭୁବନେଶ୍ବର, କେନ୍ଦ୍ର ସରକାର ଜିଏସଟିର ରାଜ୍ୟ ଭାଗ ଯାହା ତାହା ଠିକ ସମୟରେ ପ୍ରଦାନ କରାଯାଉ ନାହିଁ। ଫଳରେ ରାଜ୍ୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଭୁବନେଶ୍ବରରେ ଆୟୋଜିତ ପୂର୍ବାଞ୍ଚଳ ପରିଷଦ ବୈଠକରେ ଏହିପରି ଦାବୀ କରିଛନ୍ତି 4 ରାଜ୍ୟର ପ୍ରତିନିଧି। ମୁଖ୍ୟତଃ ପଶ୍ଚିମ ବଂଗର ମୁଖ୍ୟମନ୍ତ୍ର ମମତା ବାନାର୍ଜି ଏ ନେଇ ବୈଠକରେ ଅଧ୍ୟକ୍ଷତା କରୁଥିବା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶ୍ନ କରିଥିଲେ।

ରାଜ୍ୟରୁ ଜିଏସଟି  ଆଦାୟ କରାଯାଇ କେନ୍ଦ୍ରକୁ ଯାଉଛି । ହେଲେ ପରବର୍ତ୍ତି ସମୟରେ ରାଜ୍ୟ ଭାଗ କେନ୍ଦ୍ର ତୁରନ୍ତ ପ୍ରଦାନ କରନ୍ତୁ ବୋଲି ଦାବୀ କରାଯାଇଥିଲା। ଏହାକୁ ଅନ୍ୟ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସମର୍ଥମ କରିଥିଲେ। ତେବେ କେନ୍ଦ୍ର ସରକାର ଏହି ରାଜ୍ୟ ଭାଗ କିଛି ପ୍ରଦାନ କରିଛନ୍ତି, ବଳକା ଟଙ୍କା ଖୁବ ଶିଘ୍ର ପ୍ରଦାନ କରାଯିବ ବୋଲି ଗୃହମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ଅନ୍ୟପକ୍ଷରେ ଗଙ୍ଗା ନଦୀ ବନ୍ୟାର ମୁକାବିଲା ଲାଗି ଜାତୀୟ ପଟୁ ପରିଚାଳନା ନୀତି ଗଠନ ଲାଗି ମମତା ଅନୁରୋଧ କରିଥିଲେ ।

ସେହିପରି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ସାମୁଦ୍ରିକ ଝଡ଼ ସମୟରେ ନିରନ୍ତର ସହାୟତା ଲାଗି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କୋଇଲା ରୟାଲିଟି ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ। ୨୪ତମ ବୈଠକରେ ଉଦବୋଧନ ଦେଇ ଶାହ ପରିଷଦର ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହିତ ସମସ୍ତ କେନ୍ଦ୍ର-ରାଜ୍ୟ ଓ ଆନ୍ତଃରାଜ୍ୟ ପ୍ରସଙ୍ଗର ସହମତି ଭିତିରେ ସମାଧାନ ଦିଗରେ ଏହି ବୈଠକ ଫଳପ୍ରଦ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଆଧାରରେ ବ୍ୟାପକ ବିଚାର ଆଲୋଚନା ପରେ ସହମତି ଭିତିରେ ନିଆଯାଇଥିବା ନିଷ୍ପତି କାର୍ଯ୍ୟକାରୀ ହେବା ଉଚିତ। ଏହାଦ୍ୱାରା ଦେଶର ସଂଘୀୟ ଢାଂଚା ଆହୁରି ସୁଦୃଢ଼ ହୋଇପାରିବ।

ଆଂଚଳିକ ପରିଷଦ ବ୍ୟବସ୍ଥା ଫଳପ୍ରଦ ହୋଇଥିବାରୁ ଗୃହମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ନିକଟରେ ଅନୁଷ୍ଠିତ ଆଂଚଳିକ ପରିଷଦ ବୈଠକଗୁଡ଼ିକରେ ୭୦% ପ୍ରସଙ୍ଗର ସମାଧାନ କରାଯାଇଛି ଏବଂ ଅନ୍ୟ ପ୍ରସଙ୍ଗଗୁଡ଼ିକ ସମାଧାନ ପ୍ରକ୍ରିୟାରେ ଅଛି ବୋଲି ସେ ସୂଚନା ଦେଇଥିଲେ।

ବିହାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଉପର ମହାନନ୍ଦ ନଦୀ ଉପରେ ଫୁଲବାଡ଼ି ନଦୀବନ୍ଧ ନିର୍ମାଣ ଲାଗି ୧୯୭୮ରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି, ଓଡ଼ିଶାର ଉତରାଂଚଳ ଜିଲ୍ଲାରେ ନୂଆପଡ଼ା-ଗୁଣପୁର-ଥେରୁବାଲି ରେଳପଥକୁ ସମ୍ପ୍ରସାରିତ କରିବା, ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଥିବା ପେନସନ ଦେୟତାର ନିର୍ଦ୍ଧାରଣ, ଭାରତ ସରକାରଙ୍କ କୋଇଲା କମ୍ପାନୀଗୁଡ଼ିକ ଦ୍ୱାରା ରାଜ୍ୟ ସରକାରଙ୍କ ଜମି ଉପଯୋଗ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ଦ୍ୱାରା ଜମି ହସ୍ତାନ୍ତର, ମହିଳା ଓ ଶିଶୁଙ୍କ ବିରୋଧରେ ଯୌନ ଶୋଷଣ ଓ ବଳାତ୍କାର ଭଳି ମାମଲାର ଦ୍ରୁତ ତଦନ୍ତ ଆଦି ପ୍ରସଙ୍ଗରେ ପରିଷଦ ଆଲୋଚନା କରିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଅନୁଯାୟୀ ପୂର୍ବାଂଚଳର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ବୋଲି ଗୃହମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସେ ଆଶା ବ୍ୟକ୍ତ କରିଥିଲେ ଯେ ଏଜେଣ୍ଡାରେ ଥିବା ସମସ୍ତ ପ୍ରସଙ୍ଗ ସମାଧାନ ଦିଗରେ ଆଜିର ବୈଠକ ନିର୍ଣ୍ଣାୟକ ଏବଂ ଫଳପ୍ରଦ ହୋଇପାରିବ। ସେ ଉଲ୍ଲେଖ କରିଥିଲେ ଯେ ଏଜେଣ୍ଡାରେ ସ୍ଥାନିତ ପ୍ରସଙ୍ଗଗୁଡ଼ିକ ବ୍ୟତୀତ ଆଇନଶୃଙ୍ଖଳା ଓ ପ୍ରଶାସନିକ ସଂସ୍କାର ପ୍ରସଙ୍ଗରେ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ଯାହା ଦେଶର ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇପାରିବ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ପଡ଼ିରହିଥିବା ମାମଲାଗୁଡ଼ିକର ସମାଧାନ ଲାଗି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ତତ୍ପରତା ପ୍ରକାଶ କରିବା ଆବଶ୍ୟକ ବୋଲି ଗୃହମନ୍ତ୍ରୀ ଜୋର ଦେଇଥିଲେ। ସେ ମଧ୍ୟ ବ୍ୟାଙ୍କିଙ୍ଗ ସେବା ବିସ୍ତାର କରିବା ଉପରେ ଜୋର ଦେଇଥିଲେ ଯାହାଦ୍ୱାରା ଉପାନ୍ତ ଅଂଚଳର ଲୋକମାନେ ଲାଭାନ୍ୱିତ ହୋଇପାରିବେ।

ଶେଷରେ ଗୃହମନ୍ତ୍ରୀ କହିଥିଲେ ଯେ କେବଳ ଆଂଚଳିକ ପରିଷଦ ବୈଠକରେ ନୁହେଁ ନିୟମିତ ଆଲୋଚନା ମାଧ୍ୟମରେ ଦୀର୍ଘଦିନ ଧରି ପଡ଼ି ରହିଥିବା ପ୍ରସଙ୍ଗର ସମାଧାନ କରାଯିବା ଆବଶ୍ୟକ। ନିୟମିତ ବ୍ୟବଧାନରେ ତଥ୍ୟ ଯୋଗାଇ ଦେବା ଲାଗି ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ସହଯୋଗୀ ସଂଘୀୟ ବ୍ୟବସ୍ଥାର ବାସ୍ତବ ଭାବନା ସହିତ ଏହି ବୈଠକର ସମାପନ ହୋଇଥିଲା।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି 24ତମ ପୂର୍ବାଞ୍ଚଳ ପରିଷଦ ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ଶ୍ରୀ ରମେଶ ଓରାଓଁ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ଅମିତ ଶାହା ଗସ୍ତ ପାଇଁ ଚଳଚଞ୍ଚଳ ରାଜ୍ୟ ବିଜେପି, ଜନତା ମଇଦାନରେ ଶକ୍ତି ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର, ଆସନ୍ତା 28 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ସରକାରୀ ଗସ୍ତରେ ଓଡିଶା ଆସୁଛନ୍ତି। ଶାହା ସେଦିନ ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ 24 ତମ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଯୋଗଦେବେ।ଏହି ବୈଠକ ଲୋକସେବା ଭବନର ନୂଆ କନଭେନସନ ହଲରେ ଅନୁଷ୍ଠିତ ହେବ। ଏଥିରେ ଓଡିଶା ସମେତ ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଂଗର ପ୍ରତିନିଧିମାନେ ଯୋଗଦେବେ। ଏହି ବୈଠକରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଓଡିଶା ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଶାହା ପୂର୍ବାଞ୍ଚଳ ରାଜ୍ୟ ସମୁହର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରାଯିବ। ସେଗୁଡିକ ମଧ୍ୟରେ ରହିଛି ପୋଷ୍ଟେଜ ଷ୍ଟାମ୍ପ ପକ୍ରିୟାର ପ୍ରଚଳନ, ଏକକ ବିଦ୍ୟୁତ ବିଲ୍ ପ୍ରଚଳନ, ପ୍ରାକୃତିକ ଦୁର୍ବିପାକକୁ ସମ୍ମୁଖୀନ ହେବା ପରେ ଭିତ୍ତିଭୂମି ନିର୍ମାଣ, ରେଳ ପ୍ରକଳ୍ପ, ଖଣି ପରିଚାଳନା, ଆର୍ଥିକ ପରିସ୍ଥିତି, 14ତମ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ପଞ୍ଚାୟତଗୁଡିକୁ ଅନୁଦାନ ପ୍ରଦାନ, ପଞ୍ଚାୟତକୁ ପୂର୍ଣ୍ଣ କ୍ଷମତା ପ୍ରଦାନ, କୋଇଲା ରୟାଲିଟ, ସିଧା ହିତାଧୀକାରୀଙ୍କୁ ଅର୍ଥ ପଇଠର ଉନ୍ନତି କରଣ, ଟେଲିକମ ଏବଂ ଇନଟରନେଟ ସଂଯୋଗୀକରଣ ସ୍ଥିତି ଏବଂ କେନ୍ଦ୍ରୀୟ ଅନୁଦାନ ଠିକ ସମୟରେ ପଇଠ ପ୍ରଭୃତି ବିଷୟରେ ଆଲୋଚନା ହେବ।

ଗୃହମନ୍ତ୍ରୀଙ୍କ ଏହି ବୈଠକ ସକାଳ 10ଟାରୁ ଆରମ୍ଭ ହୋଇ 2 ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ। ଏହାପରେ ଅମିତ ଶାହାଙ୍କ ଦଳୀୟ କାର୍ଯ୍ୟକ୍ରମ ରହିଛି। ସେହି ଦିନ ସେ ଭୁବନେଶ୍ବରର ଜନତା ମଇଦାନରେ ଏକ ବିରାଟ ଜନସମାବେଶକୁ ସମ୍ବୋଧନ କରିବେ। ମୁଖ୍ୟତଃ ସିଏଏର ପ୍ରଚାର କରିବା ପାଇଁ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଶାହା ବିଭିନ୍ନ ରାଜ୍ୟରେ ସିଏଏ ସପକ୍ଷରେ ଅନେକ ବୈଠକ କରି ପ୍ରଚାର କରିଛନ୍ତି। ଓଡିଶାରେ ସିଏଏ ସଂବଧିତ ବୈଠକ ତାଙ୍କର ଶେଷ ପ୍ରଚାର ବୋଲି କୁହାଯାଉଛି।

ତେବେ ଏହି ବୈଠକକୁ ପୁରାମାତ୍ରାରେ ସଫଳ କରିବା ପାଇଁ ରାଜ୍ୟ ବିଜେପି ତରଫରୁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି। ପ୍ରାୟ ଏକ ଲକ୍ଷ ଜନ ସମାଗମ କରିବା ପାଇଁ ଦଳ ଲକ୍ଷ୍ୟ ରଖିଛି। ସେଥିପାଇଁ ଦଳ ତରଫରୁ ସମସ୍ତ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ନିଷ୍ପତି କରାଯାଇଛି। ଏଥିରେ ଆଞ୍ଚଳିକ ସ୍ତରରେ ଏହି ସମାଗମର ଉଦ୍ଦେଶ୍ୟ ସଂପର୍କର ଅବଗତ କରାଇବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀ କରାଯିବ। ସେଥିପାଇଁ ଦଳ ତରଫରୁ ବରିଷ୍ଠ ନେତାମାନଙ୍କ ନାମ ସ୍ଥିର କରାଯାଇ ସେମାନଙ୍କୁ ଜିଲ୍ଲାକୁ ପଠାଇ ଦିଆଯାଇଛି। ଏଥିସହିତ ଏହି ବୈଠକେ ବିଭିନ୍ନ ଜିଲ୍ଲାରୁ କିପରି କର୍ମିମାନେ ଆସିବେ ସେ ନେଇ ମଧ୍ୟ ଏହି ନେତାମାନେ ଆଲୋଚନା କରିବେ। ଏହି ସମାଗମରେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗଦେବେ।

ଜନତା ମଇଦାନ ସମାଗମ ସରିବା ପରେ ସାହା ପୁରୀ ଗସ୍ତରେ ଯିବେ। ସେଠାରେ ସେ ରାତ୍ରୀ ଯାପନ କରି ସକାଳୁ ଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ପୁରୀରେ କେତେକ ଦଳୀୟ କର୍ମିଙ୍କ ସହ ସାହା ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଜଗନ୍ନାଥ ଦର୍ଶନ ପରେ ସାହା ଭୁବନେଶ୍ବର ଆସି ପ୍ରଭୃ ଲିଙ୍ଗରାଜଙ୍କ ମଧ୍ୟ ଦର୍ଶନ କରି ଦିଲ୍ଲୀ ଫେରିଯିବେ। ଏହି ବୈଠକ ନୂଆ ସଭାପତି ସମୀର ମହାନ୍ତିଙ୍କ ପାଇଁ ଏକ ଚ୍ୟାଲେଜ ସୃଷ୍ଟି ହୋଇଛି।