Categories
ଅପରାଧ ଆଜିର ଖବର ଜାତୀୟ ଖବର

ଘରୋଇ କଳି ନେଲା ଚାରି ଜୀବନ : ସ୍ତ୍ରୀ ସହିତ ଝଗଡା କରି ତିନି ଝିଅଙ୍କ ସହିତ କୂଅକୁ ଡେଇଁଲେ ସ୍ବାମୀ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳରେ ଆନ୍ଧିୟାରୀ ଗ୍ରାମରେ ଜଣେ ପିତା ନିଜ ତିନି ଝିଅଙ୍କ ସହିତ କୁଅଁକୁ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି । ତେବେ ସ୍ବାମୀ-ସ୍ତ୍ରୀଙ୍କ ବିବାଦ କାରଣରୁ ସ୍ବାମୀ ଜଣକ ଏପରି କଠୋର ନିଷ୍ପତ୍ତି ନେଇଥିବାର ସୂଚନା ରହିଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଚାରିଜଣଙ୍କ ଶବକୁ କୂଅରୁ ଉଦ୍ଧାର କରିଛି।

ମିଳିଥିବା ସୂଚନା ଅନୁସାରେ ଆନ୍ଧିୟାରୀ ଗ୍ରାମରେ ରହୁଥିବା ରାଜେଶ ରଜକ ଗ୍ରାମରେ ଶ୍ରମିକ ଭାବେ କାମ କରୁଥିଲା । ରାଜେଶରେ ଘରେ ତାଙ୍କ ସ୍ତ୍ରୀ ସମେତ ତିନି ଝିଅ ଓ ଛୋଟ ପୁଅ ରହୁଥିଲେ । ଶୁକ୍ରବାର ଦିନ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ତେବେ ଘର ନିକଟରେ ରହୁଥିବା ରାଜେଶ ପିତାଙ୍କ ଦୁଇଜଣଙ୍କୁ ମଧ୍ୟରେ ଦୋଇଥିବା ବିବାଦକୁ ଶାନ୍ତ କରାଇଥିଲେ ।

ଏହା ପରେ ରାଜେଶଙ୍କ ସ୍ତ୍ରୀ ସୁମନ ନିଜର ତିନି ବର୍ଷର ପୁଅକୁ ନେଇ ନିଜ ବାପଘରକୁ ଚାଲିଯାଇଥିଲେ । ରାତ୍ରିରେ ରାଜେଶ ରାଗରେ ନିଜ ତିନି ନିରୀହ ଝିଅମାନଙ୍କ ସହିତ ଘର ପାଖରେ ଥିବା କୂଅକୁ ଡେଇଁ ପଡିଥିଲେ । ତିନି ଝିଅଙ୍କ ବୟସ ଯଥାକ୍ରମେ 10, 8 ଓ 5 ବର୍ଷ ବୋଲି ସୂଚନା ରହିଛି ।

ସକାଳୁ ଘରର କବାଟ ଖୋଲା ହୋଇଥିବା ଦେଖି ପଡୋଶୀ ରାଜେଶଙ୍କ ପିତାଙ୍କୁ ଖବର ଦେଇଥିଲେ । ପରେ ରାଜେଶଙ୍କ ସ୍ତ୍ରୀ ସୁମନ ଓ ତାଙ୍କପିତା ମଧ୍ୟ ଆସି ଘରେ ପହଞ୍ଚିଥିଲେ । ରାଜେଶ ଓ ତିନିଝିଅଙ୍କୁ ଖୋଜାଖୋଜି କରିବା ପରେ କୂଅ ଉପରେ ଚପଲ ରହିଥିବା ଦେଖି କୂଅଭିତରକୁ ଦେଖିଥିଲେ । କୂଅ ଭିତରେ ଝିଅର ଶବ ଭାସୁଥିବାର ଦେଖାଯାଇଥିଲା । ଏହା ପରେ ପୋଲିସ୍‌କୁ ସୂଚନା ଦିଆଯାଇଙଥିଲା । ପୋଲିସ୍‌ ପହଞ୍ଚି ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଛି । (ଏଜେନ୍ସି)