Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଟ୍ରାଭାନକୋର ଲିମିଟେଡର ରେକର୍ଡ ସଂଖ୍ୟକ ୨୪,୦୧୬ ମେଟ୍ରିକ ଟନ ସାର ଉତ୍ପାଦନ

ନୂଆଦିଲ୍ଲୀ,ରସାୟନ ଏବଂ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସୟୁ ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଟ୍ରାଭାନକୋର ଲିମିଟେଡ (ଏଫଏସିଟି) ଚଳିତ ବର୍ଷ ମଧ୍ୟରେ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ରେକର୍ଡ ଭାଙ୍ଗିଛି। ଏଫଏସିଟିର ଏକ ବିବୃତ୍ତି ଅନୁଯାୟୀ, ଜୁଲାଇ ୨୦୨୦ ମଧ୍ୟରେ କମ୍ପାନୀ ସର୍ବାଧିକ (୨୪,୦୧୬ ମେଟ୍ରିକ ଟନ) ମାସିକ ‘ଆମୋନିୟମ ସଲଫେଟ’ ଉତ୍ପାଦନ କରିଛି, ଯାହା ଜାନୁୟାରୀ ୨୦୨୦ରେ କମ୍ପାନୀର ସର୍ବୋତ୍ତମ ଉତ୍ପାଦନ ୨୩,୮୧୧ ମେଟ୍ରିକ ଟନକୁ ଅତିକ୍ରମ କରିଛି।

ମୁଖ୍ୟତଃ ଦକ୍ଷିଣ ଭାରତୀୟ ବଜାର ପାଇଁ ଏଫଏସିଟି ଦୁଇଟି ସାର ଉତ୍ପାଦ ଏନପି ୨୦:୨୦:୦:୧୩ (ଫ୍ୟାକ୍ଟାମଫୋସ) ଏବଂ ଆମୋନିୟମ ସଲଫେଟ ଉତ୍ପାଦନ କରୁଛି ।
କୋଭିଡ ସମୟରେ ନିରାପଦ କାର‌୍ୟ୍ୟ ପାଇଁ କମ୍ପାନୀ ଏହାର କାର‌୍ୟ୍ୟସୂଚୀ, କଞ୍ଚାମାଲ ଯୋଜନା, ଲଜିଷ୍ଟିକ୍ସ ଏବଂ ଉତ୍ପାଦ ପଠାଇବାରେ ଉପଯୁକ୍ତ ପନ୍ଥା ପ୍ରୟୋଗ କରି ଏହାର ସାର ଉତ୍ପାଦନକୁ ଅନୁକୂଳ ବାତାବରଣରେ ସମ୍ପାଦନ କରୁଛି ।