Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମାଇକ୍ରୋ ଫାଇନାନ୍ସ କଂପାନୀରୁ ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଘୋଷଣା

ନୂଆଦିଲ୍ଲୀ, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ କରୋନା ମୁକାବିଲା ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ସେଥିରେ ସେ ମାଇକ୍ରୋ ଋଣ ଗ୍ରହୀତାଙ୍କ ସହାୟତା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହାର ଲକ୍ଷ୍ୟ ହେଲା କ୍ଷୁଦ୍ରରୁ କ୍ଷୁଦ୍ରତର ଋଣଗ୍ରହୀତା ଯେଉଁମାନଙ୍କୁ ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନମାନଙ୍କ ଦ୍ୱାରା ନୋଟିସ୍‍ ଜାରି କରାଯାଇଛି, ସେମାନଙ୍କୁ ସହାୟତା ଯୋଗାଣ ।

ଏଥିପାଇଁ ନୂତନ ଏବଂ ବର୍ତ୍ତମାନର ଏନବିଏଫସି- ଏମଏଫଆଇ କିମ୍ବା ଏମଏଫଆଇମାନଙ୍କୁ ଋଣ ଯୋଗାଣ ପାଇଁ ସିଡୁଲ୍ଡ ବ୍ୟବସାୟିକ ବ୍ୟାଙ୍କମାନଙ୍କୁ ଗ୍ୟାରେଣ୍ଟି ଯୋଗାଇ ଦିଆଯିବ । ଦେଶର ପ୍ରାୟ ୨୫ ଲକ୍ଷ କ୍ଷୁଦ୍ର ଋଣଗ୍ରହଣକାରୀଙ୍କୁ ଏହା ଜରିଆରେ ୧.୨୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ଋଣ ଯୋଗାଣ କରାଯିବ । ଏହି ଋଣ ଏମସିଏଲଆର ସହିତ ୨%ରେ ହିଁ  କ୍ୟାପିଂ କରାଯିବ ।

ଏହି ଋଣ ସକାଶେ ସର୍ବାଧିକ ଅବଧି ତିନିବର୍ଷ ରହିବ ଏବଂ ଇନକ୍ରିମେଣ୍ଟାଲ୍‍ ଋଣ ନିମନ୍ତେ ଏମଏଫଆଇଙ୍କ ଦ୍ୱାରା ୮୦% ସହାୟତା ବ୍ୟବହାର କରାଯିବ । ଏହା ଉପରେ ସୁଧ ହାର ଭାରତୀୟ ରିର୍ଜଭ ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ  କରାଯାଇଥିବା ହାର ଠାରୁ  ଅନ୍ୟୁନ ସର୍ବାଧିକ ୨% କମ୍‍ ରହିବ । ଏହି ଯୋଜନାରେ ନୂତନ ଋଣ ଉପରେ ଅଧିକ ଧ୍ୟାନ ଦିଆଯାଇଛି ଏବଂ ପୁରୁଣା ଋଣ ପରିଶୋଧ ଉପରେ ନୁହେଁ ।

ଏମଏଫଆଇମାନେ ଆରବିଆଇ ପକ୍ଷରୁ ପୂର୍ବରୁ ଜାରି ନିୟମାବଳୀ ଆଧାରରେ ଋଣ ଆବେଦନକାରୀମାନଙ୍କୁ ଋଣ ଯୋଗାଇଦେବେ। ସେଥିପାଇଁ ଋଣ ଯୋଗାଣକାରୀଙ୍କ ସଂଖ୍ୟ, ଋଣ ଗ୍ରହୀତାମାନେ ଜେଏଲଜିର ଜଣେ ସଦସ୍ୟ ହୋଇଥିବେ, ପାରିବାରିକ ଆୟ ଓ ଋଣ ଉପରେ ସିଲିଂ ଇତ୍ୟାଦି । ଏହି ଯୋଜନାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଲା ଏହା ଯେ ସମସ୍ତ ଋଣ ଆବେଦନକାରୀ ( ୮୯ ଦିନ ପର୍ଯ୍ୟନ୍ତ ଯେଉଁମାନେ ଖିଲାଫକାରୀ ହୋଇଥିବେ ସେମାନଙ୍କୁ ମିଶାଇ) ଏହି ଋଣ ପାଇବାକୁ ଯୋଗ୍ୟ ବିବେଚିତ ହେବେ ।

ଏମଏଲଆଇମାନଙ୍କ ଦ୍ୱାରା ଏମଏଫଆଇ ବା ଏନବିଏଫସି- ଏମଏଫଆଇଙ୍କୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଥିବା ଋଣ ଉପରେ ଗ୍ୟାରେଣ୍ଟି କଭର ରହିବ କିମ୍ବା ୭,୫୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ମିଳିବା ପର୍ଯ୍ୟନ୍ତ, ଯାହା ପ୍ରଥମେ ମିଳିବ ତାହା ହିଁ ଗ୍ରହଣୀୟ ହେବ । ଖିଲାଫ ପରିମାଣର ୭୫% ପର୍ଯ୍ୟନ୍ତ ଗ୍ୟାରେଣ୍ଟି କଭର ରହିବ ଏବଂ ତାହା ୩ ବର୍ଷ ଯାଏ ଜାତୀୟ କ୍ରେଡ଼ିଟ୍‍ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ (ଏନସିଜିଟିସି) ମାଧ୍ୟମରେ ବଳବତ୍ତର ରହିବ ।

ଏହି ଯୋଜନାରେ ଏନସିଜିଟିସି ପକ୍ଷରୁ କୌଣସି ଗ୍ୟାରେଣ୍ଟି ଫି’ ଦାବି କରାଯିବନାହିଁ ।

Categories
ବିଶେଷ ଖବର ବ୍ୟବସାୟ

ଲକଡାଉନ ସମୟରେ ବିଭିନ୍ନ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ପ୍ରଦାନ କଲେ ୩୬,୬୫୯ କୋଟି ଟଙ୍କାର ସହାୟତା

ନୂଆଦିଲ୍ଲୀ, ସମ୍ପ୍ରତି କୋଭିଡ-୧୯ ମହାମାରୀ ସଂକ୍ରମଣ କାରଣରୁ ସାରା ଦେଶରେ ଲକଡାଉନ ଜାରି ହୋଇଛି । ଏହି ସମୟରେ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ପବ୍ଲିକ ଫାଇନାନ୍ସ ମ୍ୟାନେଜମେଂଟ ସିଷ୍ଟମ (ପିଏଫଏମଏସ) ଜରିଆରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥାର ଉପଯୋଗ କରି ମୋଟ ୩୬,୬୫୯ କୋଟି ଟଙ୍କା ପ୍ରେରଣ କରାଯାଇଛି । ଏହାଦ୍ୱାରା ଦେଶର ମୋଟ ୧୬.୦୧ କୋଟି ହିତାଧିକାରୀ ଉପକୃତ ହୋଇଛନ୍ତି । ଅର୍ଥ ମନ୍ତ୍ରଣାଳୟର ଅର୍ଥ ବିଭାଗ ଅଧୀନ ମହାଲେଖା ନିୟନ୍ତ୍ରକ (ସିଜିଏ)ଙ୍କ ଆକାଉଂଟରୁ ଏହି ଅର୍ଥ ସ୍ଥାନାନ୍ତର କରାଯାଇଛି ।

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ଆକାଉଂଟକୁ ଲାଭ ହସ୍ତାନ୍ତରିତ ହୋଇଛି, ଫଳରେ ବାଟମାରଣା ଦୂର ହେବା ସହ ସ୍ୱଚ୍ଛତାରେ ସୁଧାର ଆସିପାରିଛି ।

କେନ୍ଦ୍ରୀୟ ଯୋଜନା, କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବଂ ରାଜ୍ୟଗୁଡ଼ିକୁ କେନ୍ଦ୍ରର ସହାୟତା ଯୋଜନା ଅଧୀନରେ ଡିବିଟି ଯୋଗେ ଅର୍ଥ ପଇଠ ଲାଗି ଅତ୍ୟାଧୁନିକ ଡିଜିଟାଲ ପେମେଂଟ ପ୍ରଯୁକ୍ତି ପିଏଫଏମଏସ ପଦ୍ଧତିର ଉପଯୋଗ କରାଯାଇଛି ।

ମୁଖ୍ୟ ବୈଶିଷ୍ଟ୍ୟ :

୧.କୋଭିଡ-୧୯ ଲକଡାଉନ ସମୟରେ (୨୪ ମାର୍ଚ୍ଚରୁ ୧୭ ଏପ୍ରିଲ ୨୦୨୦ ମଧ୍ୟରେ) ୧୬.୦୧ କୋଟି ହିତାଧିକାରୀ (୧୧.୪୨ କୋଟି (କେନ୍ଦ୍ରୀୟ ଯୋଜନା/କେନ୍ଦ୍ର ପ୍ରାୟୋଜିତ ଯୋଜନା) + ୪.୫୯ କୋଟି (ରାଜ୍ୟଗୁଡ଼ିକୁ କେନ୍ଦ୍ର ସହାୟତା ଯୋଜନା)) ପିଏଫଏମଏସ ଜରିଆରେ ମୋଟ ୩୬,୬୫୯ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପରିମାଣର ସହାୟତା ଡିବିଟି ମାଧ୍ୟମରେ ନିଜ ବ୍ୟାଙ୍କ ଆକାଉଂଟରେ ପାଇଛନ୍ତି । ଏଥିମଧ୍ୟରୁ କେନ୍ଦ୍ର ପ୍ରାୟୋଜିତ ଯୋଜନା ଓ କେନ୍ଦ୍ରୀୟ ଯୋଜନାରେ ୨୭,୪୪୨ କୋଟି ଟଙ୍କା ହସ୍ତାନ୍ତର କରାଯାଇଥିବା ବେଳେ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ସହାୟତା ଯୋଜନାରେ ୯୭୧୭ କୋଟି ଟଙ୍କା ଜାରି କରାଯାଇଛି ।

୨.ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜରେ ଘୋଷଣା କରାଯାଇଥିବା ନଗଦ ଲାଭ ମଧ୍ୟ ଡିବିଟି ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ହସ୍ତାନ୍ତର କରାଯାଇଛି । ମହିଳା ଜନଧନ ଆକାଉଂଟଧାରୀମାନଙ୍କୁ ୫୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି । ୧୩ ଏପ୍ରିଲ ୨୦୨୦ ସୁଦ୍ଧା ମୋଟ ମୋଟ ୧୯.୮୬ କୋଟି ମହିଳା ହିତାଧିକାରୀ ଏହାଦ୍ୱାରା ଉପକୃତ ହୋଇଛନ୍ତି । ଅର୍ଥ ସେବା ବିଭାଗର ତଥ୍ୟ ଅନୁଯାୟୀ ବର୍ତମାନସୁଦ୍ଧା ମୋଟ ୯୯୩୦ କୋଟି ଟଙ୍କା ହସ୍ତାନ୍ତର କରାଯାଇ ସାରିଛି ।

୩.ଡିବିଟି ପଇଠ ଲାଗି ପିଏଫଏମଏସର ଉପଯୋଗ ଗତ ତିନୋଟି ଆର୍ଥିକ ବର୍ଷରେ ସର୍ବାଧିକ ସ୍ତରରେ ପହଁଚିଛି । ସେହିପରି ମୋଟ ଡିବିଟି ଅର୍ଥ ପଇଠ ପରିମାଣ ୨୦୧୮-୧୯ ଆର୍ଥିକ ବର୍ଷରେ ୨୨% ଥିବା ସମୟରେ ୨୦୧୯-୨୦ ଆର୍ଥିକ ବର୍ଷରେ ୪୫%କୁ ବୃଦ୍ଧି ପାଇଛି ।

କୋଭିଡ-୧୯ ଲକଡାଉନ ସମୟ (୨୪ ମାର୍ଚ୍ଚରୁ ୧୭ ଏପ୍ରିଲ ୨୦୨୦) ମଧ୍ୟରେ ପିଏଫଏମଏସର ଉପଯୋଗ କରି ଡିବିଟି ଜରିଆରେ ହସ୍ତାନ୍ତରିତ ହୋଇଥିବା ନଗଦଗୁଡିକ ହେଲା..

୧.କୋଭିଡ-୧୯ ଲକଡାଉନ ସମୟ ଅର୍ଥାତ, ୨୪ ମାର୍ଚ୍ଚରୁ ୧୭ ଏପ୍ରିଲ ୨୦୨୦ମଧ୍ୟରେ ସମସ୍ତ କେନ୍ଦ୍ରୀୟ କ୍ଷେତ୍ର ଯୋଜନା/କେନ୍ଦ୍ର ପ୍ରାୟୋଜିତ ଯୋଜନା ଅଧୀନରେ ପିଏଫଏମଏସ ଜରିଆରେ ଡିବିଟି ପଇଠ ପରିମାଣ ୨୭,୪୪୨.୦୮ କୋଟି ଟଙ୍କା ରହିଛି । ପ୍ରଧାନମନ୍ତ୍ରୀ କିସାନ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଗ୍ୟାରେଂଟି ଯୋଜନା (ଏମଏନଆରଇଜିଏସ),  ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି), ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମଏମଭିୱାଇ), ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନଆରଏଲଏମ), ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ), ଜାତୀୟ ବୃତି ପୋର୍ଟାଲ (ଏନଏସପି) ଜରିଆରେ ବିଭିନ୍ନ ମନ୍ତ୍ରଣାଳୟର ବୃତି ଯୋଜନାରେ ଅନ୍ତର୍ଭୂକ୍ତ ୧୧,୪୨,୦୨,୫୯୨ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ଉପରୋକ୍ତ ପରିମାଣର ଅର୍ଥ ହସ୍ତାନ୍ତର କରାଯାଇଛି ।

୨.ଉପରୋକ୍ତ ଯୋଜନା ଗୁଡ଼ିକ ବ୍ୟତୀତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମହିଳା ଜନ ଧନ ଯୋଜନା ହିତାଧିକାରୀମାନଙ୍କ ଆକାଉଂଟକୁ ୫୦୦ ଟଙ୍କା ଲେଖାଏଁ ସହାୟତା ହସ୍ତାନ୍ତର କରାଯାଇଛି । ୧୩ ଏପ୍ରିଲ ୨୦୨୦ ସୁଦ୍ଧା ଏହି ଯୋଜନାର ୧୯.୮୬ କୋଟି ହିତାଧିକାରୀଙ୍କୁ ମୋଟ ୯,୯୩୦ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । (ଅର୍ଥ ସେବା ବିଭାଗର ତଥ୍ୟ)

୩.କୋଭିଡ-୧୯ ସମୟରେ ଉତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ତ୍ରିପୁରା, ମହାରାଷ୍ଟ୍ର, ଜମ୍ମୁ ଓ କଶ୍ମୀର, ଆନ୍ଧ୍ରପ୍ରଦେଶ ଭଳି କେତେକ ରାଜ୍ୟ ଡିବିଟିର ଉପଯୋଗ କରି ସେମାନଙ୍କ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଂଟକୁ ଅର୍ଥ ହସ୍ତାନ୍ତର କରିଛନ୍ତି । ପିଏଫଏମଏସ ସୁବିଧାର ଉପଯୋଗ କରି ରାଜ୍ୟ ସରକାରଗୁଡ଼ିକ ୧୮୦ଟି କଲ୍ୟାଣ ଯୋଜନାରେ ୨୪ ମାର୍ଚ୍ଚରୁ ୧୭ ଏପ୍ରିଲ ୨୦୨୦ ମଧ୍ୟରେ ୪, ୫୯,୦୩,୯୦୮ ହିତାଧିକାରୀଙ୍କ ଆକାଉଂଟକୁ ୯,୨୧୭.୨୨ କୋଟି ଟଙ୍କାର ଆର୍ଥିକ ସହାୟତା ବଂଟନ କରିଛନ୍ତି ।

ଦଶଟି ଶୀର୍ଷ କେନ୍ଦ୍ର ପ୍ରାୟୋଜିତ ଯୋଜନା/କେନ୍ଦ୍ରୀୟ କ୍ଷେତ୍ର ଯୋଜନା ମଧ୍ୟରୁ

  • ପିଏମ କିସାନ ଯୋଜନାରେ ୮,୪୩,୭୯,୩୨୬ ଜଣ ହିତାଧିକାରୀଙ୍କୁ ୧୭,୭୩୩.୫୩ କୋଟି ଟଙ୍କା
  • ଏମଜିଏନଆରଇଜିଏ ଯୋଜନାରେ ୧,୫୫,୬୮,୮୮୬ ଜଣ ହିତାଧିକାରୀଙ୍କୁ ୫,୪୦୬.୦୯ କୋଟି ଟଙ୍କା
  • ଇନ୍ଦିରା ଗାନ୍ଧୀ ଜାତୀୟ ବୃଦ୍ଧାବସ୍ଥା ପେନସନ ଯୋଜନାରେ ୯୩,୧୬,୭୧୨ ଜଣ ହିତାଧିକାରୀଙ୍କୁ ୯୯୯.୪୯ କୋଟି ଟଙ୍କା,
  • ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ପେନସନ ଯୋଜନାରେ ୧୨,୩୭,୯୨୫ ଜଣ ହିତାଧିକାରୀଙ୍କୁ ୧୫୮.୫୯ କୋଟି ଟଙ୍କା
  • ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଜରିଆରେ ୧୦,୯୮,୧୨୮ ଜଣ ହିତାଧିକାରୀଙ୍କୁ ୨୮୦.୮୦ କୋଟି ଟଙ୍କା
  • ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ୭,୫୮,୧୫୩ ଜଣ ହିତାଧିକାରୀଙ୍କୁ ୨୦୯.୪୭ କୋଟି ଟଙ୍କା
  • ସଂଖ୍ୟାଲଘୁଙ୍କ ପାଇଁ ପ୍ରାକ ମାଟ୍ରିକ ବୃତି ଯୋଜନାରେ ୫,୭୨,୯୦୨ ଜଣ ହିତାଧିକାରୀଙ୍କୁ ୧୫୯.୮୬ କୋଟି ଟଙ୍କା
  • ଏନଏଫଏସଏ ଅଧୀନରେ ବିକେନ୍ଦ୍ରିକୃତ ଖାଦ୍ୟଶସ୍ୟ ସଂଗ୍ରହ ପାଇଁ ଖାଦ୍ୟ ସବସିଡି ଯୋଜନା ଅଧୀନରେ ୨,୯୧,୨୫୦ ଜଣ ହିତାଧିକାରୀଙ୍କୁ ୧୯.୧୮ କୋଟି ଟଙ୍କା
  • ଇନ୍ଦିରା ଗାନ୍ଧୀ ଜାତୀୟ ଦିବ୍ୟାଙ୍ଗ ପେନସନ ଯୋଜନାରେ ୨,୩୯,୭୦୭ ଜଣ ହିତାଧିକାରୀଙ୍କୁ ୨୬.୯୫ କୋଟି ଟଙ୍କା
  • ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ୨,୨୩,୯୮୭ ଜଣ ହିତାଧିକାରୀଙ୍କୁ ୩୦.୫୫ କୋଟି ଟଙ୍କା ପାଇଛନ୍ତି ।

ଗତ ତିନି ବର୍ଷ ମଧ୍ୟରେ ପିଏଫଏମଏସକୁ ଉପଯୋଗ କରି ଡିବିଟି କାରବାର ସର୍ବାଧିକ ସ୍ତରକୁ ବୃଦ୍ଧି ପାଇଛି ।  ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୧୧% ବୃଦ୍ଧି ପାଇଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ୪୮% ବୃଦ୍ଧି ପାଇଛି । ସେହିପରି ମୋଟ ଡିବିଟ ଅର୍ଥ ଆବଂଟନ ପରିମାଣ ୨୦୧୮-୧୯ ଆର୍ଥିକ ବର୍ଷରେ ୨୨% ଥିବା ସମୟରେ ୨୦୧୯-୨୦ରେ ଏହା ୪୫%କୁ ବୃଦ୍ଧି ପାଇଛି ।

 

Categories
ବିଶେଷ ଖବର

କଫି ମଗରେ ମାଡ ଓ କର୍ପୋରେଟ ପାଣ୍ଠିରେ ଲକ୍ଷେ ପଇଁଚାଳିଶ ହଜାର କୋଟି ଟଙ୍କାର ମହାଦାନ

କେଦାର ମିଶ୍ର

ଗତକାଲି ଭାରତର ଶିଥିଳ ଅର୍ଥବ୍ୟବସ୍ଥା ଲାଗି ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ଆଜିଯାଏ ଅର୍ଥନୀତିର ଶିଥିଳ ଅବସ୍ଥାକୁ ଅସ୍ଵୀକାର କରି ଆସୁଥିବା କେନ୍ଦ୍ର ସରକାର ପ୍ରଥମଥର ଲାଗି ଶିଥିଳତାକୁ ସ୍ଵୀକାର କରିବା ସହିତ ଏଥିରୁ ମୁକୁଳିବା ଲାଗି କେତୋଟି ବାଟ ବାହାର କରିଛନ୍ତି। ତେବେ ଏ ବାଟ ଅର୍ଥନୈତିକ ଅଭିବୃଦ୍ଧିରେ କେତେ ଦୂର ସହାୟକ ହେବ, ତାକୁ ନେଇ ସନ୍ଦେହ ଆଜି ମଧ୍ୟ ରହିଛି। ଗତକାଲି କର୍ପୋରେଟ ଟିକସକୁ ୩୫% ରୁ ୨୫% କୁ ଖସାଇ ଦିଆଯାଇଛି। ପ୍ରାୟ ୧୦% କର୍ପୋରେଟ ଟିକସ କମିବା ଫଳରେ ସରକାରଙ୍କ ରାଜକୋଷ କୁ ପ୍ରାୟ ୧ ଲକ୍ଷ ୪୫ ହଜାର କୋଟି ଟଙ୍କାର ବିତ୍ତୀୟ ଘାଟା ସହିବାକୁ ପଡିବ। ଏକଥା କହିଲା ବେଳେ ଆମେ ଭୁଲିଯିବା ଉଚିତ ନୁହଁ ଯେ ଆନ୍ତର୍ଜାତିକ ବଜାରରେ ତେଲର ମୂଲ୍ୟବୃଦ୍ଧି ଓ ଆରବ ବଜାରରେ ତେଲ ଯୋଗାଣର ସଙ୍କଟ ଯୋଗୁଁ ମଧ୍ୟ ବିତ୍ତୀୟ ଘାଟା ପ୍ରଭାବିତ ହେଉଛି। କର୍ପୋରେଟ ଟିକସ ଛାଡ ବାବଦକୁ ହେବାକୁ ଥିବା କ୍ଷତି ସହିତ ତୈଳ ସଙ୍କଟ ଜନିତ ଚାପକୁ ମିଶେଇ ଦେଖିଲେ, ଅର୍ଥନୀତିର ଭବିଷ୍ୟତ ଆଜି ବି ଅନ୍ଧାରରେ ରହିଛି।

କର୍ପୋରେଟ ଟିକସ କମାଇବା ବ୍ୟତୀତ ଗତକାଲି ଜିଏସଟି ପରିଷଦ ବୈଠକରେ କେତେକ ଦ୍ରବ୍ୟ ଉପରୁ ଜିଏସଟି ହ୍ରାସ ବୃଦ୍ଧି ଘୋଷଣା କରାଯାଇଛି। ସେବା କ୍ଷେତ୍ରରେ ବ୍ୟବସାୟ ବଢାଇବାକୁ ହୋଟେଲରେ କୋଠରି ଭଡା ବାବଡକୁ ରହିଥିବା ଜିଏସଟି ହ୍ରାସ ହୋଇଛି। ହଜାରେ ଟଙ୍କାରୁ କମ ମୂଲ୍ୟର କୋଠରି ଲାଗି ୦%, ୧୦୦୦ ରୁ ୭୫୦୦ ଟଙ୍କାରା କୋଠରି ଲାଗି ୧୨% ଓ ତାଠୁ ଅଧିକ ମୂଲ୍ୟର କୋଠରି ପାଇଁ ୧୮% ଜିଏସଟି ଧାର୍ୟ ହୋଇଛି। ତେବେ କଫି ମଗା ଉପରେ ସରକାର ପ୍ରବଳ ମାଡ କରିଛନ୍ତି। କଫି ଜାତୀୟ ଖାଦ୍ୟ ଓ ପାନୀୟ ଉପରେ ୪୦% ଟିକସ ବଢାଇ ଦିଆ ଯାଇଛି। ୨୮%+୧୨% ସେସ = ୪୦%। ଏହା ଦେଶର କଫି ଓ ଚା ବ୍ୟବସାୟ ଉପରେ ଭୟଙ୍କର ପ୍ରଭାବ ପକାଇବ।

ଏତେ ଟଙ୍କାର ଟିକସ ରିହାତି ରୁ ଅର୍ଥନୀତିର ଶିଥିଳତା ହ୍ରାସ ପାଇବ କି? ଅର୍ଥମନ୍ତ୍ରୀ ଏ କଥା ଘୋଷଣା କରିବା ପରେ ବଜାରରେ ଖୁସିର ବାତାବରଣ ଦେଖା ଦେଇଛି। ତେବେ କର୍ପୋରେଟ ଟିକସ କମିବା ଫଳରେ ଯେଉଁ ବଳକା ପୁଞ୍ଜି ରହିବ ସେଥିରେ ନୂଆ ବିନିଯୋଗ ହେବ ଓ ନୂଆ ଚାକିରି ସୃଷ୍ଟି ହେବ ବୋଲି ଯାହା କୁହାଯାଉଛି, ତାହା ବିଶ୍ୱାସଯୋଗ୍ୟ ନୁହେଁ। ଆଜି ଅର୍ଥନୀତିର ମୂଳ ସମସ୍ୟା ଉତ୍ପାଦନ ବା ବିତରଣ ନୁହେଁ, ବରଂ ବଜାରରେ କୌଣସି ଉତ୍ପାଦନର ଚାହିଦା ନାହିଁ। ଡିମାଣ୍ଡ ବା ଚାହିଦା ନ ବଢିଲେ ବଜାରର ଅଭିବୃଦ୍ଧି ହେବନାହିଁ। ବିସ୍କୁଟ, ଅନ୍ତର୍ବସ୍ତ୍ର ଠୁ ଆରମ୍ଭ କରି କାର ପର୍ୟନ୍ତ ଉତ୍ପାଦିତ ବଜାର ମାଲର ଚାହିଦା ନାଇଁ। ଏହାର ଚାହିଦା ବଢାଇବାକୁ ହେଲେ ଲୋକଙ୍କ ହାତକୁ ପଇସା ଆସିବା ଜରୁରୀ। ଲୋକଙ୍କ ପାଖକୁ ପଇସା ନଦେଇ କେବଳ କର୍ପୋରେଟ ହାତରେ ପଇସା ରହିଲେ, ପରିସ୍ଥିତିରେ ବିଶେଷ ସୁଧାର ଆସିବ ନାହିଁ।

ନିୟମିତ ବ୍ୟବଧାନରେ ଭାରତ ସରକାର କର୍ପୋରେଟ ଓ ବ୍ୟାଙ୍କ ଗୁଡିକୁ ଟିକସ ରିହାତି ଓ ଅର୍ଥନୈତିକ ସହଯୋଗ ଦେଇଛନ୍ତି। ଯେତେବେଳେ ବି କର୍ପୋରେଟକୁ ରିହାତି ଘୋଷଣା କରାଯାଏ ସରକାରଙ୍କ ଜୟଜୟକାର ଶୁଭେ। ଅସଲ ବେଳକୁ ଅର୍ଥନୀତିର ମୌଳିକ ସଙ୍କଟ ରେ କିଛି ବି ସୁଧାର ହୁଏ ନାହିଁ। କଫି ପାଇଁ ୪୦% ଟିକସ ଓ ହୀରା କାମ ଲାଗି ୧.୫% ଟିକସ ବସାଇ ଆମେ ଅର୍ଥନୀତିର ଗୋଟେ ଅଦ୍ଭୁତ ଚିତ୍ର ତିଆରି କରୁଛୁ।

ବ୍ୟକ୍ତିଗତ ଟିକସ ପ୍ରକ୍ରିୟାରେ ଲୋକଙ୍କୁ ଏକ ପ୍ରକାର ଶୋଷଣ କରାଯାଉଥିବା ବେଳେ କର୍ପୋରେଟ ରିହାତି ଲୋକଙ୍କ ମନରେ ଅସନ୍ତୋଷ ର ଭାବନା ସୃଷ୍ଟି କରିବା ସ୍ଵାଭାବିକ। କେନ୍ଦ୍ର ସରକାର ବ୍ୟକ୍ତିଗତ ସଞ୍ଚୟ ଓ ଛୋଟ ଛୋଟ ସଞ୍ଚୟ ଯୋଜନା ଉପରେ ଜିଏସଟି ଆଦାୟ କରୁଛନ୍ତି। ହଜାରେ ଟଙ୍କାର ବୀମା ଲାଗି ୪.୫ % ଜିଏସଟି ଲାଗୁ କରି ଆମର ବଜାର ଚାହିଦା ବଢିବ ନାହିଁ।

ଅର୍ଥନୀତିକୁ ସୁଧାରିବାକୁ ହେଲେ ସାଧାରଣ ଲୋକଙ୍କ ହାତକୁ ଟଙ୍କା ଆସିବା ଦରକାର ଓ ସାଧାରଣ ଲୋକର ଛୋଟ ଛୋଟ ଜମା ପୁଞ୍ଜି ସୁରକ୍ଷିତ ରହିବା ଦରକାର।