Categories
ଆଜିର ଖବର ଜାତୀୟ ଖବର

ଏୟାର ଇଣ୍ଡିଆକୁ ଝଟକା, ସୁରକ୍ଷା ନିୟମ ଉଲ୍ଲଂଘନ ପାଇଁ ବିପୁଳ ଜୋରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆ ଉପରେ ଏକ ବଡ଼ ଦଣ୍ଡ ଦେଇଛି। ବିମାନ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବାରୁ ଏୟାର ଇଣ୍ଡିଆ ଉପରେ ଡିଜିସିଏ ୧.୧୦ କୋଟି ଟଙ୍କା ଜରିମାନା କରିଛି। ଏୟାର ଇଣ୍ଡିଆ ବିମାନରେ ନିରନ୍ତର ସୁରକ୍ଷା ନିୟମ ଉଲ୍ଲଂଘନ ହେତୁ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବିମାନ ସେବା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗୁରୁତ୍ୱପୂର୍ଣ୍ଣ ଦୀର୍ଘ ଦୂରଗାମୀ ମାର୍ଗରେ ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ ବିମାନରେ ସୁରକ୍ଷା ଉଲ୍ଲଂଘନ ଅଭିଯୋଗ ଉପରେ ଡିଜିସିଏ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏପର୍ଯ୍ୟନ୍ତ ଜୋରିମାନା ଏବଂ ନିର୍ଦ୍ଦିଷ୍ଟ ଘଟଣାର ବିବରଣୀ ପ୍ରକାଶ କରି ନାହିଁ। ନିକଟରେ ଏୟାର ଇଣ୍ଡିଆ ବିମାନରେ ଅନିୟମିତତା ହେବାର ଅନେକ ଘଟଣା ଘଟିଛି ଏବଂ ଏହି କାରଣରୁ ସୁରକ୍ଷା ଉଲ୍ଲଂଘନ ପାଇଁ ୧.୧୦ କୋଟି ଟଙ୍କା ଜରିମାନା କରାଯାଇଛି।