Categories
ଆଜିର ଖବର ଜାତୀୟ ଖବର

ଏୟାର ଇଣ୍ଡିଆକୁ ଝଟକା, ସୁରକ୍ଷା ନିୟମ ଉଲ୍ଲଂଘନ ପାଇଁ ବିପୁଳ ଜୋରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆ ଉପରେ ଏକ ବଡ଼ ଦଣ୍ଡ ଦେଇଛି। ବିମାନ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବାରୁ ଏୟାର ଇଣ୍ଡିଆ ଉପରେ ଡିଜିସିଏ ୧.୧୦ କୋଟି ଟଙ୍କା ଜରିମାନା କରିଛି। ଏୟାର ଇଣ୍ଡିଆ ବିମାନରେ ନିରନ୍ତର ସୁରକ୍ଷା ନିୟମ ଉଲ୍ଲଂଘନ ହେତୁ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବିମାନ ସେବା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗୁରୁତ୍ୱପୂର୍ଣ୍ଣ ଦୀର୍ଘ ଦୂରଗାମୀ ମାର୍ଗରେ ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ ବିମାନରେ ସୁରକ୍ଷା ଉଲ୍ଲଂଘନ ଅଭିଯୋଗ ଉପରେ ଡିଜିସିଏ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏପର୍ଯ୍ୟନ୍ତ ଜୋରିମାନା ଏବଂ ନିର୍ଦ୍ଦିଷ୍ଟ ଘଟଣାର ବିବରଣୀ ପ୍ରକାଶ କରି ନାହିଁ। ନିକଟରେ ଏୟାର ଇଣ୍ଡିଆ ବିମାନରେ ଅନିୟମିତତା ହେବାର ଅନେକ ଘଟଣା ଘଟିଛି ଏବଂ ଏହି କାରଣରୁ ସୁରକ୍ଷା ଉଲ୍ଲଂଘନ ପାଇଁ ୧.୧୦ କୋଟି ଟଙ୍କା ଜରିମାନା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବିମାନ ଦୁର୍ଘଟଣା ସଂପର୍କରେ ତଦନ୍ତ କରିବାକୁ କୋଝିକୋଡିରେ ପହଁଞ୍ଚିଲେ 4ଟି ବିଭାଗର ବରିଷ୍ଠ ଅଧିକାରୀ

ଚେନ୍ନାଇ, ଗତକାଲି ରାତିରେ କୋଝିକୋଡିରେ ଘଟିଥିବା ବିମାନ ଦୁର୍ଘଟଣା ସଂପର୍କରେ ତଦନ୍ତ କରିବା ପାଇଁ ତଦନ୍ତ ଦଳ ପହଁଚିଛନ୍ତି। ନୂଆଦିଲ୍ଲୀରୁ ଏହି ଦଳ ଆସି ଆଜି ସକାଳେ କୋଝିକୋଡିରେ ପହଁଚିଛନ୍ତି।ଏଥିରେ 4ଟି ବିଭାଗର ତଦନ୍ତ ଅଧିକାରୀମାନେ ସାମିଲ ହୋଇଛନ୍ତି। ସେସବୁ ବିଭାଗ ଗୁଡିକ ହେଲା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏ ର ଅଧିକାରୀ, ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ, ଏୟାର ଇଣ୍ଡିଆ ଏବଂ ଏୟାର ଏକ୍ସପ୍ରେସର ଅଧିକାରୀମାନେ ଅଛନ୍ତି।

ସେହିପରି ଆଉ ଏକ ବିମାନରେ ମୁମ୍ବାଇରୁ କେତେକ ଅଧିକାରୀ ମଧ୍ୟ ଘଟଣା ସ୍ଥଳକୁ ଆସିଛନ୍ତି। ସେମାନେ ମୁଖ୍ୟତଃ ଯେଉଁମାନେ ଏଥିରେ ମୃତ୍ୟୁବରଣ କରିଛନ୍ତି ତାଙ୍କ ପରିବାରଙ୍କୁ ସହଯୋଗ କରିବା କାର୍ଯ୍ୟରେ ନିୟୋଜିତ ହେବେ। ଏଥିସହିତ ଆହତମାନଙ୍କ ପରିବାର ବର୍ଗଙ୍କୁ ମଧ୍ୟ ସହଯୋଗ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଜୁଲାଇ 15 ଯାଏଁ ବିମାନ ବାତିଲ୍‌

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବିମାନ ସେବା ବାତିଲ୍‌ର ସମୟ ସୀମାକୁ ବୃଦ୍ଧି କରାଯାଇଛି । କରୋନା ପାଇଁ ବିମାନ ସେବାକୁ ବାତିଲ୍‌ କଲା ଡିଜିସିଏ । ଦେଶରୁ କିମ୍ବା ଦେଶକୁ ସମସ୍ତ ଅନ୍ତର୍ଜାତୀୟ ବିମାନ ଉଡାଣକୁ ବାତିଳ୍‌ କରାଯାଇଛି । ପୂର୍ବରୁ ଜୁନ୍‌ 30 ଯାଏଁ ବିମାନ ସେବା ବାତିଲ୍‌ ଥିବାବେଳେ ଏବେ ଏହାକୁ ଜୁଲାଇ 15 ଯାଏଁ ବୃଦ୍ଧି କରାଯାଇଛି । ତେବେ କାର୍ଗୋ ବିମାନ ଆତଯାତ ପାଇଁ କୌଣସି କଟକଣା ନାହିଁ ।

ଅପରପକ୍ଷରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ରେଲେଓ୍ୱ ମଧ୍ୟ ବଡ଼ ନିଷ୍ପତ୍ତି ନେଇଛି । ଆସନ୍ତା ଜୁଲାଇ 1 ତାରିଖରୁ ଅଗଷ୍ଟ 12 ତାରିଖ ମଧ୍ୟରେ ସବୁ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍ କରାଯିବାକୁ ନିଷ୍ପତ୍ତି ହୋଇଛି। ହେଲେ ଏବେ ଚାଲୁଥିବା ସ୍ପେଶାଲ ରାଜଧାନୀ- ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ କିନ୍ତୁ ଚାଲିବ।

Categories
ଆଜିର ଖବର ଜାତୀୟ ଖବର

ଦୁଇଜଣ ବିମାନ ପାଇଲଟକୁ ଡିଜିସିଏ କଲା ତୁରନ୍ତ ନିଲମ୍ବନ, ସେମାନେ କରିଥିଲେ ଏକ ଗୁରୁତର ଭୁଲ

ନୂଆଦିଲ୍ଲା- ଗୋଏୟାର ଦୁଇଜଣ ପାଇଲଟଙ୍କୁ ଡିଜିସିଏ ବା ଡାଇରେକ୍ଟର ଜେନରାଲ ଅଫ ସିଭିଲ ଆଭିଏସନ ତୁରନ୍ତ ନିଲମ୍ବନ କରିଛନ୍ତି। ଏହି ଦୁଇ ପାଇଲଟ ହେଲେ ଗୋ ଏୟାର ବିମାନର କମାଣ୍ଡର ଏବଂ ଫାଷ୍ଟ ପାଇଲଟ। ଏହି ପାଇଲଟ ଦ୍ବୟ ଡିଜିସିଏର ନିୟମ ବହିଃର୍ଭୁତ ଏକ ଗୁରୁତର କାମ କରିଥିଲେ। ଯେଉଁଥିରେ ଶହଶହ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଥିଲା। ଏମାନଙ୍କୁ 6 ମାସ ପାଇଁ ନିଲମ୍ବିତ କରାଯାଇଛି।

ଘଟଣାରୁ ପ୍ରକାଶ ଯେ ଗୋ ଏୟାରର ଏକ ବିମାନ ନାଗପୁରରୁ ବାଙ୍ଗାଲୁରୁ ଯାଉଥିଲା। ବାଙ୍ଗାଲୁର ପାଗ ଖରାପ ଥିବାରୁ ପାଇଲଟଙ୍କୁ ରନୱେ ଦେଖାଗଲା ନାହିଁ। କଣ୍ଟ୍ରୋଲ ରୁମରୁ ସେମାନଙ୍କୁ ଯୋଗାଯୋଗ କରାଯାଇଥିଲା ଯେ  ରନ ୱେ ଦେଖା ନ ଯାଇଥିଲେ ବିମାନ ଫେରାଇ ନିଅ। ହେଲେ ସେମାନେ କାହା କଥା ଶୁଣି ନ ଥିଲେ। ଭଲଭାବରେ ଦେଖା ଯାଉ ନ ଥିଲେ ମଧ୍ୟ ପାଇଲଟ ଦ୍ବୟ ବିମାନକୁ ଅବତରଣ କରାଇଲେ। ଫଳରେ ବିମାନଟି ରନୱେରେ ନ ଯାଇ ବିମାନ ବନ୍ଦରରେ ଥିବା ଘାସ ପଡିଆରେ ଅବତରଣ କରିଥିଲା। ଏଥିରେ କାହାର କୌଣସି କ୍ଷତି ହୋଇ ନଥିଲା। ହେଲେ ଏହା ଡିଜିସିଏର ନିୟମ ବିରୋଧ କାମ ହୋଇଥିବାରୁ ଦୁଇ ପାଇଲଟଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଥିଲା।