ଦୁଇଜଣ ବିମାନ ପାଇଲଟକୁ ଡିଜିସିଏ କଲା ତୁରନ୍ତ ନିଲମ୍ବନ, ସେମାନେ କରିଥିଲେ ଏକ ଗୁରୁତର ଭୁଲ

Published: Jan 10, 2020, 6:08 pm IST

ନୂଆଦିଲ୍ଲା- ଗୋଏୟାର ଦୁଇଜଣ ପାଇଲଟଙ୍କୁ ଡିଜିସିଏ ବା ଡାଇରେକ୍ଟର ଜେନରାଲ ଅଫ ସିଭିଲ ଆଭିଏସନ ତୁରନ୍ତ ନିଲମ୍ବନ କରିଛନ୍ତି। ଏହି ଦୁଇ ପାଇଲଟ ହେଲେ ଗୋ ଏୟାର ବିମାନର କମାଣ୍ଡର ଏବଂ ଫାଷ୍ଟ ପାଇଲଟ। ଏହି ପାଇଲଟ ଦ୍ବୟ ଡିଜିସିଏର ନିୟମ ବହିଃର୍ଭୁତ ଏକ ଗୁରୁତର କାମ କରିଥିଲେ। ଯେଉଁଥିରେ ଶହଶହ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଥିଲା। ଏମାନଙ୍କୁ 6 ମାସ ପାଇଁ ନିଲମ୍ବିତ କରାଯାଇଛି।

ଘଟଣାରୁ ପ୍ରକାଶ ଯେ ଗୋ ଏୟାରର ଏକ ବିମାନ ନାଗପୁରରୁ ବାଙ୍ଗାଲୁରୁ ଯାଉଥିଲା। ବାଙ୍ଗାଲୁର ପାଗ ଖରାପ ଥିବାରୁ ପାଇଲଟଙ୍କୁ ରନୱେ ଦେଖାଗଲା ନାହିଁ। କଣ୍ଟ୍ରୋଲ ରୁମରୁ ସେମାନଙ୍କୁ ଯୋଗାଯୋଗ କରାଯାଇଥିଲା ଯେ  ରନ ୱେ ଦେଖା ନ ଯାଇଥିଲେ ବିମାନ ଫେରାଇ ନିଅ। ହେଲେ ସେମାନେ କାହା କଥା ଶୁଣି ନ ଥିଲେ। ଭଲଭାବରେ ଦେଖା ଯାଉ ନ ଥିଲେ ମଧ୍ୟ ପାଇଲଟ ଦ୍ବୟ ବିମାନକୁ ଅବତରଣ କରାଇଲେ। ଫଳରେ ବିମାନଟି ରନୱେରେ ନ ଯାଇ ବିମାନ ବନ୍ଦରରେ ଥିବା ଘାସ ପଡିଆରେ ଅବତରଣ କରିଥିଲା। ଏଥିରେ କାହାର କୌଣସି କ୍ଷତି ହୋଇ ନଥିଲା। ହେଲେ ଏହା ଡିଜିସିଏର ନିୟମ ବିରୋଧ କାମ ହୋଇଥିବାରୁ ଦୁଇ ପାଇଲଟଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଥିଲା।

Related posts