ବିମାନ ଦୁର୍ଘଟଣା ସଂପର୍କରେ ତଦନ୍ତ କରିବାକୁ କୋଝିକୋଡିରେ ପହଁଞ୍ଚିଲେ 4ଟି ବିଭାଗର ବରିଷ୍ଠ ଅଧିକାରୀ

Published: Aug 8, 2020, 9:57 am IST

ଚେନ୍ନାଇ, ଗତକାଲି ରାତିରେ କୋଝିକୋଡିରେ ଘଟିଥିବା ବିମାନ ଦୁର୍ଘଟଣା ସଂପର୍କରେ ତଦନ୍ତ କରିବା ପାଇଁ ତଦନ୍ତ ଦଳ ପହଁଚିଛନ୍ତି। ନୂଆଦିଲ୍ଲୀରୁ ଏହି ଦଳ ଆସି ଆଜି ସକାଳେ କୋଝିକୋଡିରେ ପହଁଚିଛନ୍ତି।ଏଥିରେ 4ଟି ବିଭାଗର ତଦନ୍ତ ଅଧିକାରୀମାନେ ସାମିଲ ହୋଇଛନ୍ତି। ସେସବୁ ବିଭାଗ ଗୁଡିକ ହେଲା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏ ର ଅଧିକାରୀ, ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ, ଏୟାର ଇଣ୍ଡିଆ ଏବଂ ଏୟାର ଏକ୍ସପ୍ରେସର ଅଧିକାରୀମାନେ ଅଛନ୍ତି।

ସେହିପରି ଆଉ ଏକ ବିମାନରେ ମୁମ୍ବାଇରୁ କେତେକ ଅଧିକାରୀ ମଧ୍ୟ ଘଟଣା ସ୍ଥଳକୁ ଆସିଛନ୍ତି। ସେମାନେ ମୁଖ୍ୟତଃ ଯେଉଁମାନେ ଏଥିରେ ମୃତ୍ୟୁବରଣ କରିଛନ୍ତି ତାଙ୍କ ପରିବାରଙ୍କୁ ସହଯୋଗ କରିବା କାର୍ଯ୍ୟରେ ନିୟୋଜିତ ହେବେ। ଏଥିସହିତ ଆହତମାନଙ୍କ ପରିବାର ବର୍ଗଙ୍କୁ ମଧ୍ୟ ସହଯୋଗ କରିବେ।

Related posts