Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିମାନ ବନ୍ଦରରେ ୬୬ ଲକ୍ଷ ଟଙ୍କାରୁ ଅଧିକ ଚୋରାଚାଲାଣ ସିଗାରେଟ ଜବତ, ୧୩ ଯାତ୍ରୀ ଗିରଫ

ନୂଆଦିଲ୍ଲୀ, କୋଭିଡ-୧୯ କାରଣରୁ ଦୁବାଇରେ ଫସି ରହି ଫେରିଥିବା ୧୩ ଜଣ ଭାରତୀୟ ଯାତ୍ରୀଙ୍କ ଠାରୁ ୨୩ ଜୁଲାଇ, ୨୦୨୦ରେ ଦିଲ୍ଲୀ କଷ୍ଟମ୍ସ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଚିତ୍ରିତ ଚେତାବନୀ ନଥିବା ବିଦେଶୀ ସିଗାରେଟ (୩୭୦୦ ଦଣ୍ଡା) ଜବତ କରି ଚୋରା ଚାଲାଣ ମାମଲା ରୁଜୁ କରିଛି।

ଯାତ୍ରୀମାନେ ବିମାନ ନମ୍ବର ଇକେ-୫୧୦ ଦେଇ ଦୁବାଇରୁ ଦିଲ୍ଲୀ ଯାତ୍ରା କରୁଥିଲେ ଏବଂ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ-୩ରେ ୨୩ ତାରିଖ ସକାଳ ୯ଟାରେ ପହଞ୍ଚିଥିଲେ। ଏହି ୧୩ ଜଣ ଭାରତୀୟ ଯାତ୍ରୀ ଗ୍ରୀନ ଚ୍ୟାନେଲ ପାର ହେବା ପରେ ସେମାନଙ୍କୁ ଧରା ଯାଇଥିଲା।

କଷ୍ଟମ୍ସ ଆଇନ ୧୯୬୨ର ଧାରା ୧୧୦ ଅନୁଯାୟୀ ଉଦ୍ଧାର ହୋଇଥିବା ସିଗାରେଟ ଜବତ କରାଯାଇଛି । ଜବତ ସାମଗ୍ରୀର ସାମୂହିକ ମୂଲ୍ୟ ୬୬.୬୦ ଲକ୍ଷ । କଷ୍ଟମ୍ସ ଆଇନ ୧୯୬୨ର ଧାରା ୧୦୪ ଅନୁଯାୟୀ ୧୩ ଜଣ ଭାରତୀୟ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଅଧିକ ଅନୁସନ୍ଧାନ ଚାଲିଛି ।