Categories
ଆଜିର ଖବର ଖେଳ ଜାତୀୟ ଖବର

ଗାଙ୍ଗୁଲିଙ୍କ କୋଭିଡ-19 ଟେଷ୍ଟ ରିପୋର୍ଟ ନେଗେଟିଭ

କୋଲକାତା, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ କୋଭିଡ-19 ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ତାଙ୍କ ବଡ଼ ଭାଇ ସ୍ନେହାଶୀଷ କରୋନା ଆକ୍ରାନ୍ତ ହେବା ପରେ ଗାଙ୍ଗୁଲି ପ୍ରାୟ ସପ୍ତାହେ ହେଲା ହୋମ୍ କ୍ବାରେଣ୍ଟିନରେ ଥିଲେ। ପ୍ରତିଷେଧକ ପଦକ୍ଷେପ ସ୍ବରୁପ ସେ ସ୍ବାବ ପରୀକ୍ଷା କରାଇ ନେଇଥିଲେ। ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି।

ବେଙ୍ଗଲ କ୍ରିକେଟ ଆସୋସିଏସନ ସଭାପତି ଅଭିଷେକ ଡାଲମିଆ ମଧ୍ୟ ସିଏବି ସମ୍ପାଦକ ସ୍ନେହାଶୀଷଙ୍କ ସମ୍ପର୍କରେ ଆସିବା ପରେ ହୋମ୍ କ୍ବାରେଣ୍ଚାଇନରେ ରହିଛନ୍ତି। ସୌରଭ ତାଙ୍କ ପତ୍ନୀ ଏବଂ ଶ୍ବଶୁର ଘର ଲୋକ ପଜିଟିଭ ଜଣାପଡିବା ପରେ ଏବେ ତାଙ୍କର ବେହାଲାସ୍ଥିତ ପୈତୃକ ଘରେ ରହୁଛନ୍ତି।