Categories
ଆଜିର ଖବର ଜାତୀୟ ଖବର

ସ୍ବାଧୀନତା ଦିବସ ଅବସରରେ ଗୁଗୁଲର ସ୍ବତନ୍ତ୍ର‌ ଡୁଡୁଲ୍‌ରେ ଭାରତୀୟ ସଂସ୍କୃତି , କଳା ଓ ସଙ୍ଗୀତ

ନୂଆଦିଲ୍ଲୀ : ଆଜି ଦେଶବ୍ୟାପୀ ପାଳିତ ହେଉଛି 74ତମ ସ୍ବାଧୀନତା ଦିବସ । ଏହି ଅବସରରେ ଗୁଗୁଲ୍‌ ପ୍ରତ୍ୟେକ ବର୍ଷ ପରି ମଧ୍ୟ ଚଳିତ ବର୍ଷ ସ୍ବତନ୍ତ୍ର ଡୁଡୁଲ୍‌ ଜରିଆରେ ସ୍ବାଧୀନତା ଦିବସର ଶୁଭେଚ୍ଛା ପ୍ରଦାନ କରିଛି । ଗୁଗୁଲ୍‌ ସ୍ବାଧୀନତା ଦିବସ ଉପଲକ୍ଷେ ଆଜି ସ୍ବତନ୍ତ୍ର ଡୁଡୁଲ୍‌ ପ୍ରସ୍ତୁତି କରିଛି ।

ଗୁଗୁଲ୍‌ ଏହି ଡୁଡୁ୍‌ଲ୍‌ରେ ଭାରତର ସଂସ୍କୃତି, କଳା  ଓ ସଙ୍ଗୀତକୁ ଦର୍ଶାଇଛି । ଡୁଡୁଲ୍‌ରେ ଶେହନାଇ, ତୂରୀ, ଢୋଲ, ବୀଣା ଓ ସାରଙ୍ଗୀ ବଜାଉଥିବାର ଦେଖାଯାଇଛି । ଚଳିତ ଡୁଡୁଲ୍‌ ମୁମ୍ବାର ଗେଷ୍ଟ ଆର୍ଟିଷ୍ଟ୍‌ ସଚିନ୍‌ ଘନେକରଙ୍କୁ ନେଇ ପ୍ରସ୍ତୁତ କରିଛି । ଏହି ଡୁଡୁଲ୍‌ରେ କ୍ଲିକ୍‌ କଲେ ଭାରତର ସ୍ବାଧୀନତା ଦିବସର ସର୍ଚ୍ଚ ପେଜ୍‌ ଓପନ୍‌ ହେଉଛି ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଧର ଲାଲକିଲ୍ଲାରେ ସ୍ବାଧୀନତା ଦିବସରେ ସାମାଜିକ ଦୂରତ୍ବକୁ ବିଶେଷ ଧ୍ୟାନ ଦିଆଯାଇଥିଲା । ଚଳିତ ବର୍ଷ ମାତ୍ର 5 ହଜାର ଲୋକଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । (ଏଜେନ୍ସି)