Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନିଂ ବେଳେ ହାବିଲ୍‌ଦାର୍‌ ଶହୀଦ୍‌

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଟ୍ରେନିଂ ବେଳେ ଗ୍ରେନେଡ୍‌ ବିସ୍ଫୋରଣରେ ଜଣେ ହାବିଲ୍‌ଦାର ଶହୀଦ। ଏହି ଘଟଣାରେ ଅନ୍ୟ ଦୁଇ ହାବିଲଦାରଙ୍କ ଅବସ୍ଥା ଗୁରୁତର ରହିଛି। ଚନ୍ଦକା ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ଏହି ଦୁର୍ଘଟଣା ଘଟିଛି। ଶହୀଦ୍‌ ହୋଇଥିବା ହାବିଲଦାର ବରଗଡର ୩୦ ବର୍ଷୀୟ ପ୍ରକାଶ ସାହୁ ବୋଲି ଜଣାପଡିଛି। ଜଣେ ଟ୍ରେନି କ୍ୟାଡେଟର ଜୀବନ ବଞ୍ଚାଇବାକୁ ଯାଇ ଶହୀଦ ହୋଇଥିବାର ଜଣାପଡିଛି। ଅନ୍ୟ ଦୁଇ ହାବିଦଲଦାରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।